ଶିକ୍ଷା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବ ଓକେସିଏଲ: ଗୁରୁ ଦିବସରେ ନୂତନ କେନ୍ଦ୍ର ପଞ୍ଜୀକରଣ ପକ୍ରିୟା ଆରମ୍ଭ

ଭୁବନେଶ୍ୱର,୫।୯: ଶୁକ୍ରବାର ଗୁରୁଦିବସ ଅବସରରେ ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ) ଏହାର ପ୍ରମୁଖ ପଦକ୍ଷେପ ନୂତନ କେନ୍ଦ୍ର ପଞ୍ଜୀକରଣ ପକ୍ରିୟା ୨୦୨୬(ଏନ ସି ଆର ୨୦୨୬) ଆରମ୍ଭ କରିଛି। ଏହାକୁ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥାଲ ଉନ୍ମୋଚନ କରିଛନ୍ତି। ଡକ୍ଟର ପୁଥାଲ ଏନସିଆର ୨୦୨୬କୁ ଓକେସିଏଲ ସହିତ ସଂଯୋଗ କରିବା ଏବଂ ଓଡ଼ିଶାର ଡିଜିଟାଲ ଶିକ୍ଷା ଏବଂ ସଶକ୍ତିକରଣ ମିଶନରେ ଯୋଗଦାନ ଦେବା ପାଇଁ କହିଛନ୍ତି। ଉଭୟ ବିଦ୍ୟମାନ ଏବଂ ଆକାଂକ୍ଷୀ ଶିକ୍ଷା ଉଦ୍ୟୋଗୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ ବୋଲି ସେ ବିବେଚନା କରିଛନ୍ତି।

ସେ କହିଛନ୍ତି, ଓକେସିଏଲ ଅଧିକୃତ୍ତ ଶିକ୍ଷା କେନ୍ଦ୍ରମାନେ କେବଳ ନୂତନ ରାଜସ୍ବ ସୁଯୋଗରୁ ଲାଭବାନ ହେବେ ନାହିଁ ବରଂ ଶିକ୍ଷା, ନିଯୁକ୍ତି ଏବଂ ଡିଜିଟାଲ ସାକ୍ଷରତା ପ୍ରସାରରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବେ ।
ସାରା ଓଡ଼ିଶାରେ ପୂର୍ବରୁ ସକ୍ରିୟ ଥିବା ୭୭୪ରୁ ଅଧିକ ଅଧିକୃତ୍ତ ଶିକ୍ଷା କେନ୍ଦ୍ର ସହିତ, ଓକେସିଏଲ ଚଳିତ ବର୍ଷ ୧୦୦୦ ନୂତନ କେନ୍ଦ୍ରକୁ ସାମିଲ କରି ଏହାର ନେଟୱାର୍କ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଏହି କେନ୍ଦ୍ରଗୁଡ଼ିକ ଓକେସିଏଲ ଠାରୁ ନିରନ୍ତର ତାଲିମ, ମାର୍କେଟିଂ ଏବଂ କାର୍ଯ୍ୟକ୍ଷମ ସହାୟତା ପାଇବା ସହିତ ଅନ୍ତରାଜାତୀୟ ସ୍ତରର ବିଭିନ୍ନ ଦକ୍ଷତା-ଆଧାରିତ କମ୍ପୁଟର ପାଠ୍ୟକ୍ରମ ପ୍ରସାର ଦିଗରେ କାର୍ଯ କରିବେ ବୋଲି ପୁଲାଲକହିଛନ୍ତି।
ବିଭିନ୍ନ ଦକ୍ଷତା-ଆଧାରିତ କମ୍ପୁଟର ପାଠ୍ୟକ୍ରମ ବ୍ୟତୀତ, ଓକେସିଏଲ ଇ-ଗଭର୍ଣ୍ଣାନ୍ସ ମନିଟରିଂ, ସରକାରୀ ଅଧିକାରୀଙ୍କ ତାଲିମ, ସ୍କୁଲ ଇ-କଣ୍ଟେଣ୍ଟ ବିକାଶ ଏବଂ ଅଲିମ୍ପିଆଡ ଆନ୍ଦୋଳନ କ୍ଷେତ୍ରରେରେ ମଧ୍ୟ ପଦକ୍ଷେପ ନେଉଛି । ଡିଜିଟାଲ ପରିବର୍ତ୍ତନରେ ଅଗ୍ରଣୀ ଭାବରେ ଏହାର ଭୂମିକାକୁ ଆହୁରି ମଜବୁତ କରୁଛି। ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ) ହେଉଛି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଅଧୀନରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ଏକ ସ୍ବତନ୍ତ୍ର ଅନୁଷ୍ଠାନ। ଏହା କମ୍ପୁଟର ସାକ୍ଷରତା, ଦକ୍ଷତା ବିକାଶ ଏବଂ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ ମାଧ୍ୟମରେ ଡିଜିଟାଲ ବିଭାଜନକୁ ଦୂର କରିବା ଏବଂ ଲକ୍ଷ ଲକ୍ଷ ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଡକ୍ଟର ପୁଥାଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?