ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୨୯।୯: ବୁଧବାର ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରେଜଲ୍ଟ । ପରୀକ୍ଷାରେ ୪୯ ହଜାର ୨୭୯ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇ ନାମଲେଖା ପାଇ ର଼୍ୟାଙ୍କ ପାଇଛନ୍ତି। ଛାତ୍ରୀଛାତ୍ର ୱେବସାଇଟ www.ojee.nic.in ଓ www.odishajee.comରୁ ନିଜ ର଼୍ୟାଙ୍କ ଜାଣିପାରିବେ।

ବି. ଫାର୍ମରେ ଲକ୍ଷ୍ମୀପ୍ରିୟା ସେନାପତି, ଏଲ୍‌ଇ.ଟେକ (ଡିପ୍ଲୋମା)ରେ ପିଙ୍କିରାଣୀ ସାହୁ, ଏଲଇ.ଟେକ (ବିଏସ୍‌ସି)ରେ ଦୀପକ ସା, ଏଲ୍‌ଇ.ଫାର୍ମାରେ ଗୁଣାକର ସାହୁ, ବି.ଟେକ (ସ୍ପେଶାଲ)ରେ ପିୟୁଷ ଚନ୍ଦୁକା, ଏମ୍‌ବିଏରେ ଆଶୁତୋଷ ରଥ, ଏମ୍‌ସିଏରେ ନିଶିକାନ୍ତ ପରିଡ଼ା, ଇଣ୍ଟିଗ୍ରେଟେଡ ଏମ୍‌ବିଏରେ ରୁଦ୍ର ପ୍ରସାଦ ରଥ, ଏମ୍‌.ଫାର୍ମାରେ କେ.ସଂଜନ ସୁବୁଦ୍ଧୁ, ଏମ୍‌ ଆର୍କିଟେକେରେ ପ୍ରଣବ ଚନ୍ଦ୍ର ବିନ୍ଧାଣୀ, ଏମ୍‌ପ୍ଲାନରେ ବିଶ୍ୱଜିତ ସ୍ବାଇଁ ଟପ୍ପର ହୋଇଛନ୍ତି।

ସେହିପରି ଏମ୍‌ଟେକର ୧୨ଟି ବିଷୟରେ ଟପ୍ପର ତାଲିକା ପ୍ରକାଶିତ ହୋଇଛି। ସିଭିଲରେ ସୌମ୍ୟା ସାହୁ, ଇଲେକ୍ଟ୍ରିକାଲରେ ସତ୍ୟବ୍ରତ ସାହୁ, ମେକାନିକାଲରେ ମଳୟ କୁମାର ଓଝା, କମ୍ପ୍ୟୁଟର ସାଇନ୍ସରେ ସୌମ୍ୟ ସଂକେତ ପାତ୍ର, ଇଲେକଟ୍ରୋନିକ ଆଣ୍ଡ କମ୍ୟୁନିକେଶନରେ ଦୀପକ କୁମାର ପୃଷ୍ଟି, କ୍ୟାମିକାଲ ଇଞ୍ଜିନିୟରିଂରେ ସମ୍ବିତ ନାୟକ, ମେଟାଲୋଜିକାଲରେ ସମ୍ବିତ କୁମାର ସାହୁ, ଏନ୍‌ଭରମେଣ୍ଟାଲରେ ଅମିତ କର, ବାଓଟେକ୍ନୋଲୋଜୀରେ ସୁସ୍ମିତା ପତି, ପ୍ଲାଷ୍ଟିକରେ ସାଇସ୍ବପ୍ନ ରାଉତରାୟ ଓ ଟେକ୍ସଟାଇଲରେ ଅଜିତ କୁମାର ସାହୁ ଟପ୍ପର ହୋଇଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କମ୍ପ୍ୟୁଟର୍‌ ବେସ ଟେଷ୍ଟ (ସିବିଟି) ମାଧ୍ୟମରେ ଚଳିତ ମାସ ୬ରୁ ୧୮ ତାରିଖ ମଧ୍ୟରେ ଜେଇଇଇ ପରୀକ୍ଷା ହୋଇଥିଲା। ମୋଟ ୧୨ଟି ବିଷୟରେ ୬୫ ହଜାର ୭୬୩ ଜଣ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଥିବା ବେଳେ ସେଥିରୁ ୪୯ ହଜାର ୩୬୦ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟର ୩୦ଟି ସହରରେ ୫୭ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri