ଦ୍ୱିତୀୟ ଦିନ ଲାଗି ବଢ଼ିଲା ତେଲ ଦର

ଭୁବନେଶ୍ୱର,ନୂଆଦିଲ୍ଲୀ,୬।୫:ଦେଶ ମଧ୍ୟରେ ଲଗାତର ଦ୍ୱିତୀୟ ଦିନ ଲାଗି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ବୁଧବାର ପେଟ୍ରୋଲ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇ ୯୧.୪୪ ଟଙ୍କା ଛୁଇଁଛି। ଏଠାରେ ଡିଜେଲ ଦର ୨୧ ପଇସା ଉର୍ଦ୍ଧ୍ୱରେ ରହିବା ଯୋଗୁ ଦର ୮୮.୩୮ ଟଙ୍କା ଛୁଇଁଥିଲା। ମଙ୍ଗଳବାର ମଧ୍ୟ ପେଟ୍ରୋଲ ଓ ଡିଜେଲଦର ଯଥାକ୍ରମେ ୧୫ ପଇସା ଏବଂ ୧୯ ପଇସା ବଢିଥିଲା।
ଲଗାତର ଦ୍ୱିତୀୟ ଦିନ ଇନ୍ଧନ ଦର ବଢିବା ଫଳରେ ଦେଶର ପ୍ରମୁଖ ସହରଗୁଡିକରେ ପେଟ୍ରୋଲ ୧୯ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି। ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୯୦.୭୪ ଟଙ୍କା ଏବଂ ୮୧.୧୨ ଟଙ୍କା ଛୁଇଁଛି। ସେହିଭଳି ମୁମ୍ବାଇରେ ଯଥାକ୍ରମେ ୯୭.୧୨ ଟଙ୍କା, ୮୮.୧୯ ଟଙ୍କା, ଚେନ୍ନାଇରେ ୯୨.୭୦ ଟଙ୍କା ଏବଂ ୮୬.୦୯ ଟଙ୍କା ଥିବା ବେଳେ କଲିକତାରେ ୯୦.୯୨ ଟଙ୍କା ଏବଂ ୮୩.୯୮ ଟଙ୍କା ଛୁଇଁଛି। ଚଳିତ ବର୍ଷ ଜାନୁୟାରୀ ପରଠାରୁ ଇନ୍ଧନ ଦର ରେକର୍ଡ ସ୍ତରରେ ରହିଛି। ପେଟ୍ରୋଲ ଏବଂ ଡିଜେଲ ଦର ଏହା ମଧ୍ୟରେ ପ୍ରାୟ ୨୬ ଥର ବଢିଲାଣି। ଫଳରେ ପେଟ୍ରୋଲ ୭.୪୬ ଟଙ୍କା ଏବଂ ଡିଜେଲ ୭.୬୦ ଟଙ୍କା ମହଙ୍ଗା ହୋଇଛି।
ଉଲ୍ଲେଖଯୋଗ୍ୟ, ନିର୍ବାଚନ ଯୋଗୁ ତୈଳ ବିପଣନ କମ୍ପାନୀଗୁଡିକ ପେଟ୍ରୋଲ,ଡିଜେଲ ଦରରେ କୌଣସି ପରିବର୍ତ୍ତନ କରୁ ନ ଥିଲେ। ନିର୍ବାଚନ ଶେଷ ହେବା ପରେ ଦର ପୁଣି ଥରେ ବଢିବ ବୋଲି ଆଶଙ୍କା କରାଯାଉଥିଲା। ନିର୍ବାଚନ ଗୋଟିଏ ଦିନ ପରେ ତେଲ ଦର ପୁଣି ଥରେ ବୃଦ୍ଧି ପାଇଥିବା ନଜରକୁ ଆସିଛି। କମ୍ପାନୀଗୁଡିକ ଗତ ୧୮ ଦିନ ପରେ ତେଲ ଦରରେ ଏଭଳି ପରିବର୍ତ୍ତନ କରିଛନ୍ତି। ଗତ ଫେବୃୟାରୀ ୨୮ରୁ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ତେଲ ଦର ବଢ଼ି ନ ଥିଲେ ମଧ୍ୟ ଏହି ଅବଧିରେ ଦର ପ୍ରାୟ ୭୦ ପଇସା କମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା CJP: ଯେଉଁ ଟ୍ରକ୍‌ରେ ଅଭିଜିତ, ଅଭିନେତା ପ୍ରକାଶ ରାଜ ଥିଲେ…

ନୂଆଦିଲ୍ଲୀ,୨୧।୭: ସଂସଦ ମାର୍ଚ୍ଚ ସମୟରେ ହୋଇଥିବା ଧସ୍ତିଧାସ୍ତିର ଗୋଟିଏ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବଡ଼ ଘୋଷଣା କଲା CJP: ଯେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ସୋମବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସମ୍ମୁଖରେ ନିଜର ଦାବିଗୁଡ଼ିକ ରଖିଛନ୍ତି। ବିଳମ୍ବିତ ସନ୍ଧ୍ୟା…

ଶେଷରେ କ୍ଷମା ମାଗିଲେ ଅଭିଜିତ୍‌ ଦୀପକେ: କହିଲେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ଦଳର ମୁଖ୍ୟ ଅଭିଜିତ୍‌ ଦୀପକେ ମଙ୍ଗଳବାର ଜନ୍ତର ମନ୍ତରରେ ପହଞ୍ଚିଛନ୍ତି। ସେ ତାଙ୍କ ସମର୍ଥକମାନଙ୍କୁ କ୍ଷମା ମାଗିଛନ୍ତି। Xରେ ସେ ଲେଖିଛନ୍ତି, ମୁଁ…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

ସୋନମ ୱାଙ୍ଗଚୁକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌ : ସ୍ବାସ୍ଥ୍ୟାବସ୍ଥାରେ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ସଦ୍ୟତମ ଅପଡେଟ୍‌ ସାମ୍ନାକୁ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

ଏହି ଦଳରୁ ନିର୍ବାଚନ ଲଢିବେ CJP ମୁଖ୍ୟ ଅଭିଜିତ ଦୀପକେ? ଭାଜପା ନେତାଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୧।୭: ଭାଜପା ନେତା ନିଶିକାନ୍ତ ଦୁବେ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଦୁବେ ଉତ୍ତର ପ୍ରଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri