୨ସପ୍ତାହ ହେଲା ବଢୁଛି ତେଲ ଦର

ଭୁବନେଶ୍ୱର,୩।୪(ବ୍ୟୁରୋ): ଦିନକର ବିରତି ପରେ ପୁଣି ଥରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଏପରିକି ଗତ ୨ ସପ୍ତାହ ହେବ ଭାରତ ବଜାରରେ ତେଲ ଦର ଉଚ୍ଚ ପରିମାଣରେ ବଢ଼ିଚାଲିଛି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳ ଆସିବା ପରେ ମାର୍ଚ୍ଚ ୨୨ରେ ପ୍ରଥମ ଥର ପାଇଁ ତେଲ ଦରରେ ପରିବର୍ତ୍ତନ ଘଟିଥିଲା। ସେବେଠୁ ଗତ ୧୨ଦିନ ମଧ୍ୟରେ ତେଲ ଦର ୧୦ ଥର ବଢ଼ିଲାଣି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ଶନିବାର ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ୮୫ ପଇସା ଲେଖାଏ ବୃଦ୍ଧି ଘଟିଛି। ଏହି ଦର ବୃଦ୍ଧି ଫଳରେ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୦୯.୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୯୯.୨୭ ଟଙ୍କାରେ କାରବାର ହେଉଛି। ସୂଚନାଯୋଗ୍ୟ, ୧୦ ଥରରେ ପେଟ୍ରୋଲ ୭.୬୯ ଟଙ୍କା ଏବଂ ଡିଜେଲ ୭.୬୦ ଟଙ୍କା ବୃଦ୍ଧି ଘଟିଛି। ନୂଆଦିଲ୍ଲୀରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ବଢ଼ିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୧୦୨.୬୧ ଟଙ୍କା ଏବଂ ଡିଜେଲ ୯୩.୮୭ ଟଙ୍କାରେ ପହଞ୍ଚତ୍ଛି। ଉପରୋକ୍ତ ସମୟ ମଧ୍ୟରେ ନୂଆଦିଲ୍ଲୀରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ମୋଟ ୭.୨୦ ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ୟୁନିଫର୍ମ ବାବଦରେ ଜେଲ କର୍ମଚାରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଜେଲ କର୍ମଚାରୀଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ। ବର୍ଷକୁ ଏବାବଦରେ ଅଫିସରଙ୍କୁ ୩ହଜାର ଟଙ୍କା ଓ କର୍ମଚାରୀଙ୍କୁ ୪ହଜାର ଟଙ୍କା ଦିଆଯିବ। ଏନେଇ ଗୃହ ବିଭାଗ...

ବିଜିପୁର ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ

ଦଶରଥପୁର,୨୫ା୭(ଡି.ଏନ.ଏ.): ଦଶରଥପୁର ବ୍ଲକ୍‌ ଖଣ୍ଡରା ପଞ୍ଚାୟତର ଏକ ପ୍ରମୁଖ ଗ୍ରାମ ବିଜିପୁର। ଏହି ଗ୍ରାମରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ହେଲେ ପରିତାପର...

ବିଶ୍ୱର ଶ୍ରେଷ୍ଠ ଏନ୍‌ଜିଓ ତାଲିକାରେ କିସ୍‌

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ୍‌(କିସ୍‌) ଲଗାତାର ଚତୁର୍ଥ ଥର ପାଇଁ ନନ୍‌-ପ୍ରଫିଟ୍‌ ଆଇଭି ଲିଗ୍‌ରେ ସ୍ଥାନ...

ଚିକିତ୍ସା ସେବା ଅନୁଧ୍ୟାନ କଲେ ଜିଲାପାଳ

ଅନୁଗୋଳ ଅଫିସ୍‌, ୨୪ା୧ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ଚିକିତ୍ସା ସେବା ଅନୁଧ୍ୟାନ କରିଛନ୍ତି। ମେଡିକାଲରେ...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(ବିଏମ୍‌ସି)ର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଶକ୍ତି...

ବାଙ୍କୀ ଡବଲ ମର୍ଡର ଘଟଣା: ଜଣେ ଗିରଫ

ବାଙ୍କୀ,୧୮।୩(ସ୍ବ.ପ୍ର.): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଜୋକଲାଞ୍ଜିଠାରେ ହୋଇଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଗିରଫ କରିଛି...

ଭୁବନେଶ୍ୱରରେ ହେବ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ଭୁବନେଶ୍ୱରରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଏବଂ ବିଜ୍ଞାନ ଓ...

CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୯୯୧ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟରେ ପୁଣି ୩୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୬୭୬ଜଣ ଲୋକାଲ କେସ୍‌ ଥିବା...

Advertisement
Archives

Model This Week