ସରକାରୀ ଅନୁଷ୍ଠାନରେ କ୍ରେଚ୍‌ ବ୍ୟବସ୍ଥା କରିବାକୁ ଓଏଚ୍‌ଆର୍‌ସିଙ୍କ ସୁପାରିସ

ଭୁବନେଶ୍ୱର, ୨୭।୩(ବ୍ୟୁରୋ)- ପଚାଶ କିମ୍ବା ତଦୂଦ୍ଧ୍ୱର୍ର୍ ମହିଳା କର୍ମଚାରୀ କାର୍ଯ୍ୟ କରୁଥିବା ସରକାରୀ ସଂସ୍ଥାରେ କ୍ରେଚ୍‌ ବ୍ୟବସ୍ଥା କରିବାକୁ ଓଡ଼ିଶା ମାନବିକ ଅଧିକାର କମିଶନ(ଓଏଚ୍‌ଆର୍‌ସି) ପକ୍ଷରୁ ସରକାରଙ୍କୁ ସୁପାରିସ କରାଯାଇଛି। ମହିଳା କର୍ମଚାରୀଙ୍କ ଶିଶୁଙ୍କ ପାଇଁ ମାତୃତ୍ୱ ସୁବିଧା ଆଇନ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ବିଜୟକୃଷ୍ଣ ପଟେଲ, ସଦସ୍ୟ ଜଷ୍ଟିସ୍‌ ରଘୁବୀର ଦାଶ ଏବଂ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୬ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ କମିଶନ ନିଦ୍ଦେର୍ର୍ଶ ଦେଇଛନ୍ତି। ବିଜୟ କୁମାର ପଣ୍ଡା, ଗୋଲେଖ ପ୍ରସାଦ ନାୟକ, ସୁଭାଶିଷ ପଣ୍ଡା, ପ୍ରକାଶ ଚନ୍ଦ୍ର ଦାସ ଓ ବିଶ୍ବପ୍ରିୟ କାନୁନଗୋ ପ୍ରମୁଖ ଆଇନ୍‌ଜୀବୀମାନଙ୍କ ପକ୍ଷରୁ ଦିଆଯାଇଥିବା ପିଟିଶନ (କେସ୍‌ ନଂ ୨୨୬୧/୨୦୧୯) ଉପରେ ଶୁଣାଣି କରି କମିଶନ ପକ୍ଷରୁ ଏହି ରାୟ ଦିଆଯାଇଛି। ମାତୃତ୍ୱ ସୁବିଧା ଆଇନର ସଂଶୋଧିତ ଆଇନ ଧାରା-୧୧(କ) ଅନୁସାରେ ପ୍ରତ୍ୟେକ ଅନୁଷ୍ଠାନ, ଯେଉଁଥିରେ ସର୍ବନିମ୍ନ ପଚାଶ ଜଣ ମହିଳା କର୍ମଚାରୀ କାର୍ଯ୍ୟରତ, ସେମାନଙ୍କର ଶିଶୁମାନଙ୍କ ପାଇଁ କ୍ରେଚ ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ ରହିଛି। ଏହିଭଳି ଆଇନଗତ ବ୍ୟବସ୍ଥା ସତ୍ତ୍ୱେ ସଚିବାଳୟଠାରୁ ଆରମ୍ଭ କରି ଉଚ୍ଚ ଅଦାଲତ ପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟାଳୟରେ କ୍ରେଚ୍‌ ବ୍ୟବସ୍ଥା ନ ଥିବା ନେଇ ୯ ଅକ୍ଟୋବର ୨୦୧୯ରେ ଓଏଚ୍‌ଆର୍‌ସିରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ କମିଶନଙ୍କ ପକ୍ଷରୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗକୁ ନୋଟିସ ଜାରି କରାଯାଇଥିଲା। ଏନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ପକ୍ଷରୁ ୨୦୨୧ ନଭେମ୍ବର ୧୧ରେ ଜବାବ ଦିଆଯାଇଥିଲା। ବିଭିନ୍ନ ସରକାରୀ ସଂସ୍ଥାକୁ ବିଭାଗ ପକ୍ଷରୁ ୨୦୨୦ ଜୁଲାଇ ୨୨ରେ ଚିଠି ଲେଖାଯାଇଛି ଏବଂ ଆଇନ ଅନୁସାରେ ସଂସ୍ଥା ସବୁ କ୍ରେଚ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଜଣାଇଥିବା ବିଭାଗ ପକ୍ଷରୁ କମିଶନଙ୍କୁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri