Posted inଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ସ୍କ୍ବାର୍ଡ ଘୋଷଣା: ଫେରିଲେ ରୋହିତ, ବୁମ୍‌ରା-ଶାମି ବାଦ୍‌

ନୂଆଦିଲ୍ଲୀ,୨୭।୧: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅଧିନାୟକ ଭାବେ ରୋହିତ ଶର୍ମା ଉଭୟ ସିରିଜ ପାଇଁ ଦଳକୁ ଫେରିଛନ୍ତି। ସେହିପରି ବିରାଟ କୋହଲି ଦୁଇଟି ଯାକ ସିରିଜ ପାଇଁ ଉପଲବ୍ଧ ରହିବେ। ଭୁବନେଶ୍ୱର କୁମାର ଦିନିକିଆ ସିରିଜରୁ ବାଦ ପଡ଼ିଥିବା ବେଳେ ଯଶପ୍ରୀତ ବୁମ୍‌ରାଙ୍କ ସହ ମହମ୍ମଦ ଶାମିଙ୍କୁ ମଧ୍ୟ ଉଭୟ ସିରିଜରୁ ବିଶ୍ରାମ ଦିଆଯାଇଛି।

ଅନ୍ୟପକ୍ଷରେ ଲୋକେଶ ରାହୁଲ ଦ୍ୱିତୀୟ ଦିନିକିଆ ପରେ ଟିମ୍‌ ସହ ଯୋଗ ଦେବେ। ରବୀନ୍ଦ୍ର ଜାଡେଜା ଆହତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ଏଥିପାଇଁ ତାଙ୍କୁ ଉଭୟ ସିରିଜ ପାଇଁ ଚୟନ କରାଯାଇନାହିଁ। ଅକ୍ଷର ପଟେଲଙ୍କୁ କେବଳ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। କୁଲଦୀପ ଯାଦବ ପୁଣିଥରେ ଟିମକୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଟିମ୍‌ରେ ସାମିଲ କରାଯାଇଛି। ସେହିପରି ଯୁବ ସ୍ପିନର ରବି ବିଷ୍ଣୋଇଙ୍କୁ ପ୍ରଥମଥର ଦଳରେ ଚୟନ କରାଯାଇଛି। ସେ ଉଭୟ ଫର୍ମାଟ ପାଇଁ ଖେଳିବେ। ଏହାଛଡ଼ା ଦୀପକ ହୁଡାଙ୍କୁ ଦିନିକିଆ ଟିମରେ ସାମିଲ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଅହମ୍ମଦାବାଦ ଏବଂ ସମାନ ସଂଖ୍ୟକ ଟି-୨୦ ସିରିଜ କୋଲକାତାରେ ଅନୁଷ୍ଠିତ ହେବ। ଦିନିକିଆ ସିରିଜ ଫେବୃଆରୀ ୬ରୁ ୧୧ ଏବଂ ଟି-୨୦ ସିରିଜ ଫେବୃଆରୀ ୧୬ରୁ ୨-୦ ଯାଏ ଖେଳାଯିବ।

ଦିନିକିଆ ଟିମ୍‌: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ (ଉପ ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶିଖର ଧୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର୍‌, ଦୀପକ ହୁଡା, ଋଷଭ ପନ୍ତ (ଉଇକେଟ କିପର), ଦୀପକ ଚହର୍‌, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆଭେଶ ଖାନ ।

ଟି-୨୦ ଟିମ୍‌: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ (ଉପ ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର୍‌, ଋଷଭ ପନ୍ତ (ଉଇକେଟ କିପର), ଭେଙ୍କଟେଶ ଆୟର୍‌, ଦୀପକ ଚହର୍‌, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଆଭେଶ ଖାନ, ହର୍ଷଲ ପଟେଲ ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ‘ଖାଲି ତିଖିରୀ ନା ସବୁ’

ଭୁବନେଶ୍ୱର,୨୦।୬(ସୁନିତ୍‌ ମିଶ୍ର): ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଦୀପ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି,…

ଟ୍ରେନରେ ବିନା ଟିକେଟରେ ଯାତ୍ରା କଲେ ଦେବାକୁ ହେଲେ ଏତିକି ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୨୦।୬: ରେଳ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳସ୍ୱରୂପ, ରେଳ ସମ୍ପର୍କିତ ଅପରାଧ ଏବଂ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣେ ଗିରଫ

ମହାକାଳପଡ଼ା, ୨୦।୬( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସକୁ ଆଉ…

ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର, ୨୦/୬: ରାଜଧାନୀ ଭୁବନେଶ୍ୱରରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଶ୍ରୀ ସାଇ ବିହାର ଅଞ୍ଚଳରେ…

ଆଦିବାସୀଙ୍କ ଧର୍ମପୀଠରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂଜାର୍ଚ୍ଚନା, ରାଷ୍ଟ୍ରପତିଙ୍କ ସହ ଏକାଠି କଲେ ଦର୍ଶନ

ବାରିପଦା, ୨୦।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମାଜର ଆସ୍ଥା ଓ ପରମ୍ପରାର ପ୍ରତୀକ ପାହାଡ଼ପୁରସ୍ଥିତ ଗୋଷାଣୀ ପୀଠରେ ପହଞ୍ଚି…

ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତାରେ ସୀମାନ୍ତ ତାରକାଙ୍କ ସଫଳତା

ପାତ୍ରପୁର/ଦିଗପହଣ୍ଡି, ୧୯।୬ (ଉମା ଚରଣ ନେପାକ/ଅଶେଷ ନାଥ ମିଶ୍ର): କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତାରେ ସୀମାନ୍ତ ତାରକାମାନେ…

୬୦ ବର୍ଷରେ ସାତଫେରା, ହୋଟେଲ ନୁହେଁ କି ମଣ୍ଡପ ନୁହେଁ, ଏଇଠି ଏହିଦିନ ଗୌରୀଙ୍କୁ ତୃତୀୟ ବିବାହ କରିବେ ଆମିର, ଜାଣନ୍ତୁ ତାରିଖ

ମୁମ୍ବାଇ,୨୦।୬: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ପ୍ରକୃତରେ, ଅଭିନେତା ଏବଂ ତାଙ୍କ ପ୍ରେମିକା ଗୌରୀ…

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri