ରଥ ଦଳାଚକଟାରେ ଚାଞ୍ଚଲ୍ୟକର ତଥ୍ୟ: କଣ୍ଟ୍ରୋଲ ରୁମ୍ ଅଧିକାରୀ କିଛି ଜାଣି ନ ଥିଲେ

ଭୁବନେଶ୍ୱର, ୨୧।୧୧: ପୁରୀ ରଥଯାତ୍ରା ୨୦୨୫ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଏବଂ ଏଥିଜନିତ ୩ ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ଓଡ଼ିଶା ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟ ଆଧାରରେ ମୋଟ ୫ ଜଣ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ଅଧିକାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଦାୟୀ କରାଯାଇଛି।

ଘଟଣା ସମୟରେ କଣ୍ଟ୍ରୋଲ୍‌ ରୁମ୍‌ କିମ୍ବା ରଥ ନିକଟରେ ଡ୍ୟୁଟିରେ ଥିବା ନିମ୍ନଲିଖିତ ଅଧିକାରୀଙ୍କ ନାମ ଅବହେଳା ପାଇଁ ଚିହ୍ନଟ କରାଯାଇଛି।

ଅଶୋକ କୁମାର ବେହେରା(ସହକାରୀ ବନ ସଂରକ୍ଷକ (ACF), ପୁରୀ), ବିଭୂତି ଭୂଷଣ ନାୟକ (ଉପଜିଲାପାଳଙ୍କ କାର୍ଯ୍ୟାଳୟର ଉପ-ସଚିବ), ରାଜ କିଶୋର ଜେନା (ଅତିରିକ୍ତ ତହସିଲଦାର, ଶୁକୁରୁଳି, ମୟୂରଭଞ୍ଜ), ସୌଭାଗ୍ୟ କୁମାର ମହାନ୍ତି (ଅତିରିକ୍ତ ତହସିଲଦାର, ଗୋନ୍ଦିଆ, ଢେଙ୍କାନାଳ), ଦୟାନିଧି ପାତ୍ର (ସହକାରୀ କଲେକ୍ଟର, ଢେଙ୍କାନାଳ)।

ଗୁରୁତର ଅବହେଳା ପାଇଁ ପୁରୀ ଏସିଏଫ୍‌ ଅଶୋକ କୁମାର ବେହେରାଙ୍କୁ ମୁଖ୍ୟତଃ ଦାୟୀ କରାଯାଇଛି। ନଭେମ୍ବର ୧୮ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏସିଏଫ୍‌ ବେହେରାଙ୍କୁ ଏକ ମେମୋରାଣ୍ଡମ ଜାରି କରାଯାଇଛି। ତାଙ୍କୁ ୩୦ ଦିନ ମଧ୍ୟରେ ଲିଖିତ ଭାବେ ତାଙ୍କର ପକ୍ଷ ରଖିବାକୁ କୁହାଯାଇଛି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ସତ୍ୟବ୍ରତ ସାହୁ ପତ୍ରରେ ଦର୍ଶାଇଛନ୍ତି ଯେ ଓଡ଼ିଶା ସିଭିଲ୍ ସର୍ଭିସ (CCA) ନିୟମ-୧୯୬୨ର ଧାରା ୧୬ ଅନୁଯାୟୀ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ସେନେଇ ସେ ଉତ୍ତର ରଖନ୍ତୁ।

ତଦନ୍ତରୁ ଜଣାପଡ଼ିଛି ଯେ ଜୁନ୍ ୨୯ ତାରିଖ ରାତି ପ୍ରାୟ ୩ଟା ସମୟରେ ଦଳାଚକଟା ଘଟି ୩ ଜଣଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଥିଲେ। କଣ୍ଟ୍ରୋଲ୍‌ ରୁମ୍‌ରେ ନିୟୋଜିତ ଥିବା ଅଧିକାରୀମାନେ ଘଟଣା ସମୟରେ ପରିସ୍ଥିତି ସମ୍ପର୍କରେ କୌଣସି ଧାରଣା ରଖି ନ ଥିଲେ ଏବଂ ଉପଯୁକ୍ତ ସମୟରେ ଉଚ୍ଚ ଅଧିକାରୀଙ୍କୁ ଜଣାଇବାରେ ବିଫଳ ହୋଇଥିଲେ।

ଏସିଏଫ୍‌ ବେହେରା ଏବଂ ଅନ୍ୟ ଅଧିକାରୀମାନେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଓ ଶ୍ରୀମନ୍ଦିର ପ୍ରଶାସନ ସହିତ ଉଚିତ୍ ସମନ୍ୱୟ ରକ୍ଷା କରି ନ ଥିଲେ। ସେମାନେ ରଥ ନିକଟରେ ଥିବା ସେବାୟତ କିମ୍ବା କ୍ରାଉଡ୍ ମାର୍ଶାଲ୍‌ଙ୍କ ସହିତ ଆଲୋଚନା କରି ଜଟିଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ।

ଅଧିକାରୀମାନେ ବାହାର ଜିଲା କିମ୍ବା ଜଙ୍ଗଲ ଓ ସ୍ୱଳ୍ପ ସଞ୍ଚୟ ଭଳି ଅଣ-ସମ୍ପୃକ୍ତ ବିଭାଗର ହୋଇଥିବାରୁ ସ୍ଥାନୀୟ ଭିଡ଼ ଆଚରଣ ଓ ନୀତି ସମ୍ପର୍କରେ ଅଜ୍ଞ ଥିଲେ ମଧ୍ୟ ସେମାନେ ଉଚ୍ଚ ଅଧିକାରୀଙ୍କୁ ପରାମର୍ଶ କରି ନ ଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri