Posted inଜାତୀୟ

ଖୋଲା ସ୍ଥାନରେ ନମାଜ ପାଠକୁ ସହ୍ୟ କରାଯିବ ନାହିଁ

ନୂଆଦିଲ୍ଲୀ,୧୧।୧୨: ଗୁରଗାଓଁରେ ମୁସଲମାନମାନେ ଖୋଲା ସ୍ଥାନରେ ଶୁକ୍ରବାର ନମାଜ ପାଠ କରିବା ଉଚିତ ନୁହେଁ। ଏଭଳି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର। ୨୦୧୮ରେ ହିନ୍ଦୁ ସମ୍ପ୍ର୍ରଦାୟ ସହ ବିବାଦ ପରେ ସହରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଶୁକ୍ରବାର ନମାଜ ପାଠ କରିବା ଲାଗି ଏକ ଚୁକ୍ତିନାମା ହୋଇଥିଲା। ସେହି ନିଷ୍ପତ୍ତିରୁ ଓହରି ଯାଇଛନ୍ତି ଭାଜପାର ବରିଷ୍ଠ ନେତା।

ଚୁକ୍ତିରେ ଉଲ୍ଲେଖ ଥିବା ସ୍ଥାନରେ ନମାଜ ପାଠ କରୁଥିବା ବେଳେ ମୁସଲମାନମାନଙ୍କୁ ହଇରାଣ କରୁଛନ୍ତି ଡାହାଣ ପନ୍ଥୀ ହିନ୍ଦୁ ଗୋଷ୍ଠୀ। ଏହାକୁ କେନ୍ଦ୍ର କରି ଦୁଇ ସମ୍ପ୍ରଦାୟ ମୁହଁାମୁହିଁ ସ୍ଥିତିରେ ଥିବା ବେଳେ ଏଭଳି ଟିପ୍ପଣୀ ଦେଇଛନ୍ତି ଖଟର।

“ମୁଁ ପୋଲିସ ସହ କଥା ହୋଇଛି। ଏହାର ସମାଧାନ କରାଯିବ। ପୂଜା ସ୍ଥାନରେ ପ୍ରାର୍ଥନା କଲେ ଆମର କୌଣସି ଅସୁବିଧା ନାହିଁ। ସେହି ଉଦ୍ଦେଶ୍ୟରେ ହିଁ ପୂଜାସ୍ଥାନ ନିର୍ମାଣ କରାଯାଇଛି। କିନ୍ତୁ ଏହା ଖୋଲାଖୋଲି କରାଯିବା ଉଚିତ ନୁହେଁ। ଖୋଲା ସ୍ଥାନରେ ନମାଜ ପାଠକୁ ଆମେ ସହିବୁ ନାହିଁ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସରକାରୀ ଜମିରେ ନମାଜ ପାଠକୁ ଡାହାଣପନ୍ଥୀ ହିନ୍ଦୁ ଗୋଷ୍ଠୀ ପ୍ରବଳ ବିରୋଧ କରୁଛନ୍ତି। ଗତ ମାସରେ ପ୍ରାର୍ଥନା ସ୍ଥଳରେ ଗାଇ ଗୋବର ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁସଲମାନମାନଙ୍କ ଶାନ୍ତିପୂର୍ଣ୍ଣ ନମାଜ ପାଠ ବେଳେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦିଆଯିବା ଘଟଣା ପ୍ରାୟତଃ ନିୟମିତ ହୋଇଗଲାଣି।

ଅକ୍ଟୋବରରେ ସେକ୍ଟର ୧୨-ଏ’ରେ କିଛି ସ୍ଥାନୀୟ ଲୋକେ ନିଜକୁ ଡାହାଣପନ୍ଥୀ ସଂଗଠନ ଦର୍ଶାଇ ମୁସଲମାନମାନଙ୍କ ପ୍ରାର୍ଥନାରେ ବ୍ୟାଘାତ ଦେଇଥିଲେ। ଏ ଘଟଣାରେ ୩୦ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଗୁରଗାଓଁ ପ୍ରଶାସନ ନଭେମ୍ବର ୨ରେ କହିଥିଲେ ଯେ, ପୂର୍ବ ଚୁକ୍ତିନାମାରେ ସ୍ଥାନ ପାଇଥିବା ୩୭ଟି ସ୍ଥାନରୁ ୮ଟି ଜାଗାରେ ପ୍ରାର୍ଥନା ହୋଇପାରିବ ନାହିଁ। କାରଣ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ଉଠାଇବା ପରେ ସେହି ସ୍ଥାନ ପାଇଁ ମିଳିଥିବା ଅନୁମତିକୁ ବାତିଲ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri