ପିଲାଙ୍କ କୃମି ରୋଗ

”କୃମି ନିୟନ୍ତ୍ରଣ ହେଲେ ରକ୍ତହୀନତା ହେବ ନାହିଁ। ଅର୍ଥାତ୍‌ ପିଲାଙ୍କ ଶରୀରରେ ଲୋହିତ ରକ୍ତ କଣିକାର ପରିମାଣ ବୃଦ୍ଧି ହେବ। ଏହା ସହିତ ପିଲାଙ୍କର ପୋଷଣ ସ୍ତରରେ ଉନ୍ନତି ହେବ ଓ ସେମାନଙ୍କର ପାଠ ପଢ଼ା ପ୍ରତି ଆଗ୍ରହ ବୃଦ୍ଧି
ପାଇବ। ତେଣୁ ପିଲାଙ୍କର ସମ୍ପୂର୍ଣ୍ଣ ଶାରୀରିକ ସୁସ୍ଥତା ତଥା ମାନସିକ ବିକାଶ ନିମନ୍ତେ କୃମି ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ।“

ସୁସ୍ଥ ଓ ନୀରୋଗ ରହିବା ପାଇଁ ଆମେ ବିଭିନ୍ନ ପ୍ରକାରର ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିଥାଉ। ତେବେ ଏପରି କିଛି ରୋଗ ଅଛି, ଯାହା କି ଆମ ଅଜାଣତରେ ଆମର ଶତ୍ରୁ ପାଲଟି ଯାଇଥାଏ। ସେଥିମଧ୍ୟରୁ ଆମ ପିଲାଙ୍କୁ ହେଉଥିବା କୃମି ରୋଗ ହେଉଛି ଅନ୍ୟତମ। ପ୍ରତିବର୍ଷ ସରକାରଙ୍କ ତରଫରୁ ଜାତୀୟ କୃମିନାଶକ ଦିବସ ପାଳନ କରାଯାଇଥାଏ। ଏବେ ଆଶା ଦିଦି, ଅଙ୍ଗନୱାଡି ଦିଦି, ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ୧-୧୯ ବର୍ଷର ପ୍ରତ୍ୟେକ ପିଲାଙ୍କୁ କୃମିନାଶକ ବଟିକା ମାଗଣାରେ ଦେଉଛନ୍ତି। ସାଧାରଣତଃ ପିଲାଙ୍କ କ୍ଷେତ୍ରରେ ଅନେକ ସମୟରେ କୃମି ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ପିଲାଙ୍କର ଏହି ସମସ୍ୟା ଜାଣିବା ମାତ୍ରେ ତୁରନ୍ତ ଚିକିତ୍ସା ଆରମ୍ଭ କରିବା ଉଚିତ। ନଚେତ୍‌ ଏହା ଆହୁରି ବିଭିନ୍ନ ପ୍ରକାରର ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ତେବେ ମାଆମାନେ ପିଲାମାନଙ୍କଠାରେ କୃମି ହେବାର ଲକ୍ଷଣ ଦେଖିବା ମାତ୍ରେ ଅଭିଜ୍ଞ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ଆରମ୍ଭ କରିବା ଉଚିତ। ତା’ ସହ ଏହି ରୋଗର ଲକ୍ଷଣ ସମ୍ପର୍କରେ ମା’ମାନେ ଅବଗତ ହେବା ନିହାତି ଜରୁରୀ।
କୃମି ସଂକ୍ରମଣର ପ୍ରଭାବ: ପିଲାଙ୍କ କ୍ଷେତ୍ରରେ କୃମି ହୋଇଥିଲେ ରକ୍ତହୀନତା, ଭୋକ ନ ଲାଗିବା, କୁପୋଷଣ, ଦୁର୍ବଳ ଓ ଉଦ୍‌ବେଗ ଅନୁଭବ କରିବା, ପେଟ କାଟିବା, ବାନ୍ତି ହେବା, ତରଳ ଝାଡା ଏବଂ ଓଜନ କମି ଯିବା ଭଳି ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ। ତେଣୁ ଏଭଳି ଲକ୍ଷଣ ଦେଖିଲେ ବିଳମ୍ବ ନ କରି ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।
କୃମି ନିୟନ୍ତ୍ରଣ : କୃମି ନିୟନ୍ତ୍ରଣ ହେଲେ ରକ୍ତହୀନତା ହେବ ନାହିଁ। ଅର୍ଥାତ୍‌ ପିଲାଙ୍କ ଶରୀରରେ ଲୋହିତ ରକ୍ତ କଣିକାର ପରିମାଣ ବୃଦ୍ଧି ହେବ। ଏହା ସହିତ ପିଲାଙ୍କର ପୋଷଣ ସ୍ତରରେ ଉନ୍ନତି ହେବ ଓ ସେମାନଙ୍କର ପାଠ ପଢ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ତେଣୁ ପିଲାଙ୍କର ସମ୍ପୂର୍ଣ୍ଣ ଶାରୀରିକ ସୁସ୍ଥତା ତଥା ମାନସିକ ବିକାଶ ନିମନ୍ତେ କୃମି ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ।
କୃମିନାଶକ ଔଷଧର ପ୍ରଭାବ: କୃମିନାଶକ ବଟିକା ଖାଇବା ଦ୍ୱାରା ପିଲାଙ୍କ ପୂର୍ଣ୍ଣାଙ୍ଗ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି ପାଇପାରିବ। କୃମିନାଶକ ବଟିକା ‘ଆଲବେଣ୍ଡାଜୋଲ’ ଖାଇବା ଦ୍ୱାରା କୌଣସି ପ୍ରତିକୂଳ ପ୍ରଭାବ ପଡେ ନାହିଁ। ଏହା ସମ୍ପୂର୍ଣ୍ଣ ନିରାପଦ। କିନ୍ତୁ ଏହି ଔଷଧକୁ ପିଲାମାନେ ବେଳେବେଳେ ଗିଳିବା ପାଇଁ ଚେଷ୍ଟା କରିବାବେଳେ ତାହା ତଣ୍ଟିରେ ଲାଖି ଯାଇଥାଏ। ତେଣୁ ଏହି ଔଷଧକୁ ସବୁବେଳେ ଚକୋଲେଟ ପରି ଖାଇବା ଉଚିତ ନଚେତ୍‌ ଏହାକୁ ଚୋବାଇ ଚୋବାଇ ଖାଇପାରିବେ।
ସଂକ୍ରମଣ ରୋକିବା ପାଇଁ ସଚେତନତା: କୃମି ସଂକ୍ରମଣ ରୋକିବା ପାଇଁ ସର୍ବଦା ବିଶୁଦ୍ଧ ପିଇବା ପାଣି ବ୍ୟବହାର କରିବା ଉଚିତ। ଏହା ସହିତ ଖୋଲା ସ୍ଥାନରେ ମଳତ୍ୟାଗ କରିବା ଉଚିତ ନୁହେଁ। ସବୁବେଳେ ଶୌଚାଳୟ ବ୍ୟବହାର କରନ୍ତୁ। ଏହା ସହିତ ଖୋଲା ପାଦରେ ପିଲାଙ୍କୁ ଚଲାନ୍ତୁ ନାହଁି। ସବୁ ସମୟରେ ଜୋତା କିମ୍ବା ଚପଲ ବ୍ୟବହାର କରିବାକୁ କୁହନ୍ତୁ। ଏହା ସହିତ ଘର ଚାରିପାଖର ପରିବେଶକୁ ମଧ୍ୟ ପରିଷ୍କାର ରଖନ୍ତୁ। ନିଜେ ଛୋଟ ନଖ ରଖିବା ସହିତ ପିଲାଙ୍କର ମଧ୍ୟ ଠିକ୍‌ ସମୟରେ ନଖ କାଟି ଦିଅନ୍ତୁ। ଖାଇବା ପୂର୍ବରୁ ଓ ଶୌଚାଳୟ ଯିବା ପରେ ସାବୁନରେ ଭଲ ଭାବରେ ହାତ ଧୋଇବାକୁ ପିଲାମାନଙ୍କୁ କୁହନ୍ତୁ। ଏହା ସହ ମାଆମାନେ ଘରେ ରାନ୍ଧୁଥିବା ଖାଦ୍ୟ ପଦାର୍ଥକୁ ସର୍ବଦା ଘୋଡ଼ାଇ ରଖିନ୍ତୁ। ସେହିପରି ପନିପରିବାକୁ ରୋଷେଇ କରିବା ପୂର୍ବରୁ ଭଲ ଭାବରେ ପାଣିରେ ଧୋଇବା ଉଚିତ।

ବିରାଟ ରାଜା ପଧାନ
-ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ
କାର୍ଯ୍ୟାଳୟ, ଝାରସୁଗୁଡ଼ା
ମୋ :୯୪୩୯୯୮୯୯୪୧


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri