ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ: ଛତିଶଗଡ଼ କରିବ ବ୍ୟାରେଜ

ଭବାନୀପାଟଣା,୨୯।୧୨ (ଉତ୍ତମ କୁମାର ଦାଶ): ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ। ଛତିଶଗଡ଼ ନିର୍ମାଣ କରିବ ବ୍ୟାରେଜ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦୁର୍ଭାଗ୍ୟର ବିଷୟ ଏନେଇ ଓଡ଼ିଶା ସରକାରଙ୍କ ପାଖରେ କୌଣସି ସୂଚନା ନାହିଁି। ଉପର ଉଦନ୍ତୀ ଓ ତଳ ଉଦନ୍ତୀରେ ଜଳସେଚନ ପ୍ରକଳ୍ପ ପାଇଁ ଓଡ଼ିଶା ପୂର୍ବରୁ କେନ୍ଦ୍ରୀୟ ଜଳ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। ହେଲେ ଏନେଇ ଅନୁମତି ମିଳିନାହିଁ। ଫଳରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଅନିଶ୍ଚିତତା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଛତିଶଗଡ଼ ପକ୍ଷରୁ ବ୍ୟାରେଜ ନିର୍ମାଣ କରାଗଲେ, ଓଡ଼ିଶାରେ ପ୍ରବାହିତ ପ୍ରାୟ ୮୦ କିମି ଉଦନ୍ତୀ ନଦୀର ଜଳସ୍ରୋତ ଶୁଖିଯିବ ଏବଂ ଏହା ଉପରେ ନିର୍ଭର କରୁଥିବା ଚାଷୀ ଓ ଲୋକେ ପାଣି ମୁନ୍ଦିଏ ପାଇବାରୁ ବଞ୍ଚିତ ହେବେ।
ଛତିଶଗଡ଼ ଗରିଆବନ୍ଧର ଦଣ୍ଡକାରଣ୍ୟ ସଂରକ୍ଷିତ ଜଙ୍ଗଲରୁ ଉଦନ୍ତୀ ନଦୀ ବାହାରି ଓଡ଼ିଶାର କଳାହାଣ୍ଡି ଜିଲାର ସେପୁର ଠାରେ ତେଲ ନଦୀରେ ସଂଯୋଗ ହୋଇଛି। ଓଡ଼ିଶାର ନୂଆପଡା ଜିଲାରେ ୩୧.୨୪ କିମି ଥିବାବେଳେ କଳାହାଣ୍ଡିରେ ଜିଲାରେ ପ୍ରାୟ ୫୦ କିମି ନଦୀ ପଥ ଲମ୍ବିଛି। ଛତିଶଗଡ଼ ସରକାର ଉଦନ୍ତୀ ସୀତାନଦୀ
ସଂରକ୍ଷିତ ଜଙ୍ଗଲକୁ ୨୦୦୩ ମସିହାରେ ବ୍ୟାଘ୍ର ଅଭୟାରଣ୍ୟ ରୂପେ ଘୋଷଣା କରିଥିଲେ। ଏଠାରେ ପକ୍ଷୀ ଅଭୟାରଣ୍ୟ ଓ ବଣ ମଇଁଷିଙ୍କ ନିମନ୍ତେ ଉଦନ୍ତୀ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଛତିଶଗଡ଼ର ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ଏହି ବ୍ୟାରେଜ କେବଳ ପରୋକ୍ଷରେ ଓଡ଼ିଶାକୁ ଅକଳରେ ପକାଇବା ପାଇଁ ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।୧୯୬୫ ମସିହାରୁ ଉଦନ୍ତୀ ନଦୀ ଉପରେ ନୂଆପଡ଼ା ଜିଲା ସିନାପାଲି ବ୍ଲକ୍‌ର ଗୋର୍ଲାଠାରେ ଏକ ବ୍ୟାରେଜ ଏବଂ କଳାହାଣ୍ଡି ଜିଲାର ଭବାନୀପାଟଣା ବ୍ଲକ ବୋର୍ଡଠାରେ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରୟାସ ହୋଇ ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଉପର ଉଦନ୍ତୀ ପ୍ରକଳ୍ପ ହେଲେ ନୂଆପଡ଼ା
ଜିଲାର ପ୍ରାୟ ୮୫୦୦ ହେକ୍ଟର ଓ କଳାହାଣ୍ଡି ଜିଲାର ବୋର୍ଡ ଠାରେ ୯୩୦୦ ହେକ୍ଟର ଜମି ଜଳସେଚିତ ହେବାର ପ୍ରସ୍ତାବ ରହିଛି।
ଏହି ପ୍ରକଳ୍ପ ଦ୍ବାରା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲାର ପ୍ରାୟ ୪ ହଜାର ଏକର ଜମିରେ ଜଳସେଚନ ସୁବିଧା ହୋଇପାରିବ। ୨୦୧୮ ଓଡ଼ିଶା ସରକାର ଫେରାଦ ହୋଇଥିବା ବେଳେ ମହାନଦୀ ଅବବାହିକା ବିବାଦ ଯୋଗୁ ଏହାର ଅନୁମତି ମିଳି ପାରୁନାହିଁ। ତେବେ ଏହି ଅନୁମତି ମିଳିବା ପୂର୍ବରୁ ଛତିଶଗଡ଼ ଚାଲାକି କରି ବନ୍ୟଜନ୍ତୁ ସଂରକ୍ଷଣ ପ୍ରକଳ୍ପ ଆଳରେ ଉଦନ୍ତୀ ଉପରେ ବ୍ୟାରେଜ ନିର୍ମାଣ କରିବାକୁ ଉଦ୍ୟମ ଚଳାଇଛି। ଏହା ଓଡ଼ିଶାକୁ ଅସୁବିଧାରେ ପକାଇବା ପାଇଁ ଯୋଜନା ଚଳାଇଥିବା କୁହାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?