ଏଇ ଭାରତରେ

ଏଥର ପାରମ୍ପରିକ କଂକ୍ରିଟ ଘର ବଦଳରେ ଏମିତି ଘର ତୋଳିବେ ଯେଉଁଥିରେ ତାପମାତ୍ର ୭ ଡିଗ୍ରୀ ରହିବ ଓ ଶୀତଳତା ପ୍ରଦାନ କରିବ। ହରିୟାଣାର ଡ. ଶିବଦର୍ଶନ ମଲିକଙ୍କ ଦ୍ୱାରା ଏଭଳି ଘର ନିର୍ମାଣ କରିବା ସମ୍ଭବ ହୋଇପାରିଛି। ସେ ଗବେଷଣା କରି ଗୋବରରୁ ପ୍ରସ୍ତୁତ କରିଛନ୍ତି ପ୍ଲାଷ୍ଟର ଓ ଇଟା। ପ୍ଲାଷ୍ଟର ନାମ ବେଦିକ ପ୍ଲାଷ୍ଟର ଓ ଇଟାର ନାମ ଗୋକ୍ରିଟ ବ୍ରିକ୍ସ। ଏସବୁ ଗୋବର, ମାଟି ଏବଂ ଅନ୍ୟ କେତେକ ପ୍ରାକୃତିକ ଜିନିଷ ମିଶ୍ରଣରେ ପ୍ରସ୍ତୁତ କରାଯାଉଛି। ଏହି ଦୁଇଟି ଆବିଷ୍କାର ଗୃହ ନିର୍ମାଣରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଏଥିରେ ଅଧିକ ସଂଖ୍ୟାରେ ନିର୍ମାଣ କରାଯାଇପାରିଲେ ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନକୁ ରୋକା ଯାଇିପାରିବ ବୋଲି କହନ୍ତି ଡ.ମଲିକ। ଘର ଶୀତଳ ରହିବା ଫଳରେ ବିଦ୍ୟୁତ୍‌ ଶକ୍ତି ମଧ୍ୟ ବଞ୍ଚାଯାଇପାରିବ। ଡ. ମଲିକ ୧୯୯୫ରେ ପିଏଚ୍‌.ଡି. ପରେ ରୋହତକ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ। କିନ୍ତୁ ୧୯୯୭ରେ ଚାକିରି ଛାଡି ଦିଲ୍ଲୀ ଆଇଆଇଟି, ବିଶ୍ୱବ୍ୟାଙ୍କ ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମରେ ଜଣେ କନ୍‌ସଲ୍‌ଣ୍ଟାଟ୍‌ ଭାବେ କାର୍ଯ୍ୟ କରିବା ପରେ ବହୁ ଗବେଷଣା କରି ଏଭଳି ପ୍ଲାଷ୍ଟର ଓ ଇଟା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ମତରେ ପ୍ଲାଷ୍ଟର ତାପମାତ୍ର ଶୋଷଣ ନ କରି ଗୃହକୁ ଶୀତଳ ରଖିପାରୁଛି। ଏହାକୁ ମଧ୍ୟ ଆଧୁନିକ ଘରେ ବି ବ୍ୟବହାର କରାଯାଇପାରିବ ଏବେ ସୁଦ୍ଧା ଭାରତରେ ୨୦,୦୦୦ ଘରେ ଏହି ପ୍ଲାଷ୍ଟର ବ୍ୟବହାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?