Posted inଖେଳ

ବଚନଙ୍କ ସ୍ବର୍ଣ୍ଣରୁ ଆରମ୍ଭ ହୋଇଥିଲା ଓଡ଼ିଶାର ପଦକ ଅଭିଯାନ

ଭୁବନେଶ୍ୱର, ୨୩।୯ (ତପନ ସ୍ବାଇଁ): ଚାଇନାର ଗୁଆଙ୍ଗଝୋଠାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଏସିଆନ ଗେମ୍ସ। ରେକର୍ଡ ଅନୁସାରେ ଏସିଆନ ଗେମ୍ସରେ ଓଡ଼ିଶାର ପଦକ ଅଭିଯାନ ଆରମ୍ଭ ହୋଇଥିଲା ସେକ୍‌ ଅବଦୁଲ ମଜିଦ ବଚନଙ୍କଠାରୁ। ୧୯୫୧ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଆଥ୍‌ଲେଟିକ୍ସରେ କିନ୍ତୁ ପ୍ରଥମ ପଦକ ଜିତିଥିଲେ ପ୍ରଣତି ମିଶ୍ର। ଓଡ଼ିଶାର ପ୍ରଥମ ମହିଳାଭାବେ ସେ ଏସିଆଡ୍‌ରେ ରୌପ୍ୟ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ। ଗୋଟିଏ ସଂସ୍କରଣରେ ୨ଟି ପଦକ ଜିତିବା ରେକର୍ଡ କିନ୍ତୁ ଦୂତୀଚାନ୍ଦଙ୍କ ନାମରେ ରହିଛି। ଓଡ଼ିଶାର ପଦକ ବିଜେତାଙ୍କୁ ନେଇ ଏହି ଉପସ୍ଥାପନା…
ସ୍ବର୍ଣ୍ଣ ପଦକ
୧୯୫୧: ସେକ୍‌ ଅବଦୁଲ ମଜିଦ ବଚନ (ପୁରୁଷ ଫୁଟବଲ)
ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଗେମ୍ସର ପ୍ରଥମ ସଂସ୍କରଣରେ ଭାରତୀୟ ଫୁଟବଲ ଦଳର ସଦସ୍ୟ ଥିଲେ କଟକର ସେକ୍‌ ମଜିଦ ଓରଫ ଏ.ଏମ.ବଚନ। ଫାଇନାଲର ୩୪ତମ ମିନିଟରେ ମଓ୍ବୋଲାଲଙ୍କ ଏକମାତ୍ର ଗୋଲ ବଳରେ ଭାରତ ୧-୦ ଗୋଲରେ ଇରାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା।
୧୯୯୮: ଦିଲୀପ ତିର୍କୀ, ଲାଜରୁସ ବାର୍ଲା (ପୁରୁଷ ହକି)
ଫାଇନାଲରେ ଭାରତ ଶୁଟ୍‌ଆଉଟ ୪-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ ୧-୧ ଗୋଲରେ ବରାବର ରହିଥିଲା।
୨୦୧୪: ବୀରେନ୍ଦ୍ର ଲାକ୍ରା (ପୁରୁଷ ହକି )
ଫାଇନାଲରେ ଭାରତ ଶୁଟ୍‌ଆଉଟ୍‌ ୪-୨ ଗୋଲରେ ପାକିସ୍ତାନକୁ ହରାଇଥିଲା। ନିର୍ଦ୍ଧାରିତ ସମୟରେ ଖେଳ ୧-୧ ଗୋଲରେ ବରାବର ରହିଥିଲା।
ରୌପ୍ୟ ପଦକ
୧୯୯୦: ପ୍ରଣତି ମିଶ୍ର(ମହିଳା ରିଲେ ଦଳର ସଦସ୍ୟା)
ବେଜିଂରେ ଅନୁଷ୍ଠିତ ଏହି ଏସିଆନ ଗେମ୍ସରେ ପ୍ରଣତି ମିଶ୍ର ପ୍ରଥମ ଓଡ଼ିଆ ମହିଳାଭାବେ ୪x୪୦୦ ମିଟର ରିଲେ ରେସ୍‌ରେ ରୌପ୍ୟ ପଦକ ଜିତିଥିଲେ।
୧୯୯୮: ଜ୍ୟୋତି ସୁନୀତା କୁଲୁ (ମହିଳା ହକି)
ଫାଇନାଲରେ ଭାରତ ୧-୨ ଗୋଲରେ ଦକ୍ଷିଣ କୋରିଆଠାରୁ ହାରିଯାଇଥିଲା।
୨୦୦୨: ଦିଲୀପ ତିର୍କୀ, ଇଗ୍ନେସ ତିର୍କୀ (ପୁରୁଷ ହକି)
ଫାଇନାଲରେ ଭାରତ ୩-୪ ଗୋଲରେ ଦକ୍ଷିଣ କୋରିଆଠାରୁ ହାରିଥିଲା।
୨୦୧୮: ଦୂତୀ ଚାନ୍ଦ (ମହିଳା ୧୦୦ ମି.)
ଇଣ୍ଡୋନେସିଆର ଜାକର୍ତ୍ତା/ ପାଲେମବାଙ୍ଗରେ ଅନୁଷ୍ଠିତ ଏସିଆଡ୍‌ର ମହିଳା ୧୦୦ ମିଟରରେ ୧୧.୩୨ ସେକେଣ୍ଡ ସମୟ ନେଇ ଦୂତୀ ରୌପ୍ୟ ପଦକ ପାଇଲେ।
୨୦୧୮: ଦୂତୀ ଚାନ୍ଦ (ମହିଳା ୨୦୦ ମି.)
ଇଣ୍ଡୋନେସିଆର ଜାକର୍ତ୍ତା/ ପାଲେମବାଙ୍ଗରେ ଅନୁଷ୍ଠିତ ଏସିଆଡ୍‌ର ମହିଳା ୨୦୦ ମିଟରରେ ୨୩.୨୦ ସେକେଣ୍ଡ ସମୟ ନେଇ ଦୂତୀ ରୌପ୍ୟ ପଦକ ପାଇଲେ।
୨୦୧୮: ଦୀପ୍‌ଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ (ମହିଳା ହକି)
ଫାଇନାଲରେ ଭାରତ ୧-୨ ଗୋଲରେ ଜାପାନଠାରୁ ହାରିଥିଲା।
ବ୍ରୋଞ୍ଜ ପଦକ
୧୯୮୬: ସନତ ମିଶ୍ର (ପୁରୁଷ ବ୍ୟାଡ୍‌ମିଣ୍ଟନ)
ଓଡ଼ିଶା ପ୍ରତିଯୋଗୀ ପଦକ ଜିତିବାର ୩୫ ବର୍ଷ ପରେ ଓଡ଼ିଶାକୁ ମିଳିଥିଲା ଦ୍ୱିତୀୟ ପଦକ। ୧୯୮୬ ସିଓଲ ଏସିଆଡ୍‌ରେ ସନତ ମିଶ୍ର ଦଳଗତ ବ୍ରୋଞ୍ଜ ପଦକ ଜିତିଥିଲେ। ଲେରୟ ଡି’ସୁଜା, ବିମଲ କୁମାର, ସନତ ମିଶ୍ର, ରବି କୁନ୍ତେ, ସୟଦ ମୋଦି, ପ୍ରକାଶ ପାଦୁକୋନେ, ଉଦୟ ପାଓ୍ବାରଙ୍କୁ ନେଇ ଗଠିତ ଭାରତୀୟ ଦଳ ବ୍ରୋଞ୍ଜ ବିଜୟୀ ହୋଇଥିଲା।
୧୯୯୮: ରଚିତା ପଣ୍ଡା ମିସ୍ତ୍ରୀ (୧୦୦ ମି.)
ବ୍ୟାଙ୍କକ୍‌ ଏସିଆଡ୍‌ରେ ମହିଳା ୧୦୦ ମିଟରରେ ୧୧.୪୧ ସେକେଣ୍ଡ ସମୟ ନେଇ ରଚିତା ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ।
୨୦୦୬: ଜ୍ୟୋତି ସୁନୀତା କୁଲୁ, ବିନିତା ଖେସ୍‌, ବିନିତା ଟପ୍ପୋ, ସୁଭଦ୍ରା ପ୍ରଧାନ(ମହିଳା ହକି)
ବ୍ରୋଞ୍ଜ ପଦକ ପ୍ଲେ-ଅଫ୍‌ରେ ଭାରତ ୧-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା।
୨୦୧୦: ପ୍ରବୋଧ ତିର୍କୀ (ପୁରୁଷ ହକି)
ପ୍ଲେ-ଅପ୍‌ରେ ଭାରତ ୧-୦ ଗୋଲରେ ଦକ୍ଷିଣ କୋରିଆକୁ ହରାଇ ଦେଇଥିଲା।
୨୦୧୦: ପ୍ରତିମା ପୁହାଣ, ପ୍ରମିଳାପ୍ରଭା ମିଞ୍ଜ(ରୋଇଂ)
ଗୁଆଙ୍ଗଝୋଉ ଏସିଆଡ୍‌ର କକ୍ସଲେସ ପେୟାର ଇଭେଣ୍ଟରେ ପ୍ରତିମା ଓ ପ୍ରମିଳା ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ।
୨୦୧୪: ଦୀପ୍‌ଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ(ମହିଳା ହକି)
ପ୍ଲେ-ଅଫ୍‌ରେ ଭାରତ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଥିଲା।
୨୦୧୮: ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ(ପୁରୁଷ ହକି)
ପ୍ଲେ-ଅଫ୍‌ରେ ଭାରତ ୨-୧ ଗୋଲରେ ପାକିସ୍ତାନକୁ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?