ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ୨.୨୦% ଅଧିକ

ଭୁବନେଶ୍ୱର,୨୫।୧୧(ରବିନାରାୟଣ ଜେନା): ଓଡ଼ିଶାକୁ କିଭଳି ଦେଶର ସବୁଠାରୁ ଅଗ୍ରଣୀ ରାଜ୍ୟରେ ପରିଗଣିତ କରାଯାଇପାରିବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମ ଚଳାଇଛନ୍ତି। ଏପରି କି ରବିବାର ମଧ୍ୟ ଲୋକସେବା ଭବନରେ ବସି ସରକାରୀ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି। ଆଶା ରହିଛି ୨୦୩୬ରେ ଓଡ଼ିଶା ଯେତେବେଳେ ତା’ର ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ କରିବ, ସେତେବେଳକୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଜ୍ୟ ରୂପେ ଦେଶରେ ଉଭା ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟର ଆର୍ଥିକ ସ୍ଥିତାବସ୍ଥା ନେଇ ଏକ ରିପୋର୍ଟ ଜାରି ହୋଇଛି; ଯେଉଁଥିରେ ଓଡ଼ିଶାର ବିକାଶ ଏବେ ତ୍ୱରାନ୍ବିତ ହେଉଥିବା ଜଣାଯାଇଛି। ଗତ ୧୦ବର୍ଷ ମଧ୍ୟରେ ଜାତୀୟ ଅଭିବୃଦ୍ଧି ହାର ଯାହା ରହିଛି, ତାହାଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ୨.୨୦ % ଅଧିକ ରହିଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ଅର୍ଥ ବିଭାଗ ପକ୍ଷରୁ ନଭେମ୍ବର ୨୦ରେ ଜାରି ଅର୍ଥନୀତି ଚିତ୍ରପଟର ତଥ୍ୟ ଅନୁଯାୟୀ, ଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ଅଭିବୃଦ୍ଧି ହାର ୭.୭୪% ରହିଛି, ଯାହା କି ଜାତୀୟସ୍ତରରେ ଏହି ହାର ୫.୫୪% ରହିଛି। କୋଭିଡ୍‌ ସମୟ(୨୦୨୦-୨୧)ରେ ଓଡ଼ିଶାର ଅର୍ଥନୀତି ତଥା ରାଜ୍ୟର ସାମୂହିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି) ୨.୧ପ୍ରତିଶତ ସଙ୍କୁଚିତ ହୋଇଥିବାବେଳେ ସର୍ବଭାରତୀୟସ୍ତରରେ ଏହା ୬.୬% ସଙ୍କୁଚିତ ହୋଇଥିଲା। ସେହିପରି ୨୦୨୧-୨୨ରେ ଏହା ରାଜ୍ୟରେ ୧୬.୪ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଜାତୀୟସ୍ତରରେ ମାତ୍ର ୭ପ୍ରତିଶତ ରହିଛି ବୋଲି ଅର୍ଥ ବିଭାଗ ପକ୍ଷରୁ ଗ୍ରୋଥ୍‌ ଇନ୍‌ ଓଡ଼ିଶା ଅର୍ଥନୀତି ବନାମ ଜାତୀୟ ଅର୍ଥନୀତିରେ ଦର୍ଶାଯାଇଛି।

ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ରାଜ୍ୟର ସାମୂହିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି) ୯.୪୯ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହା କି ୧୧୫ ବିଲିୟନ ଆମେରିକୀୟ ଡଲାର ସହିତ ସମାନ। ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ୧୯% ପ୍ରତିଶତ ଜିଏସ୍‌ଡିିପି ମିଳିଥିବାବେଳେ ଶିଳ୍ପ କ୍ଷେତ୍ରରୁ ସର୍ବାଧିକ ୪୪% ପ୍ରତିଶତ ଏବଂ ସେବା କ୍ଷେତ୍ରରୁ ୩୭% ମିଳୁଛି। ସେହିପରି ଗତ ୭ବର୍ଷ ମଧ୍ୟରେ ରାଜ୍ୟର ହାରାହାରି ଅର୍ଥନୈତିକ ଅଭିବୃଦ୍ଧି ହାର ୮ପ୍ରତିଶତ ରହିଛି। ତେବେ ୨୦୧୫-୧୬ ଆର୍ଥିକବର୍ଷରେ ଓଡ଼ିଶାର ଜିଏସ୍‌ଡିପି ହାର ୮.୦୦ ରହିଥିବାବେଳେ ୨୦୨୦-୨୧ରେ ଏହା ଖସି ବିଯୁକ୍ତ(-)୬.୬୦ପ୍ରତିଶତ ହୋଇଥିଲା। ମାତ୍ର ୨୦୨୦-୨୧ ପରେ ଏହା ଏକାଥରକେ ୬.୯୯ ପ୍ରତିଶତକୁ ଉଠି ସେବେଠାରୁ ଏହି ହାର ବଜାୟ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ପୁଞ୍ଜିବିନିଯୋଗ ପାଇଁ ସରକାରଙ୍କ ପକ୍ଷରୁ ଶିଳ୍ପନୀତିରେ ସଂସ୍କାର ଅଣାଯିବା ସହିତ ଇଣ୍ଡଷ୍ଟ୍ରିଆଲ ପ୍ରମୋଶନକୁ ଗୁରୁତ୍ୱ ଦିଆଯାଉଛି; ଯେଉଁଥିପାଇଁ ଗତ ଦଶନ୍ଧି ତଳେ ରାଜ୍ୟରୁ ମୁହଁ ଫେରାଇଥିବା ପୋସ୍‌କୋ ଏବେ ଓଡ଼ିଶାମୁହାଁ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ମହାକୁମ୍ଭରେ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ବାସ୍ତବରେ କାର୍ଯ୍ୟକାରୀ କରିବା ଲାଗି ସରକାରୀ ଉଦ୍ୟମ ଜାରି ରହିଥିବାବେଳେ ଅର୍ଥ ବିଭାଗର ଏହି ସକାରାତ୍ମକ ରିପୋର୍ଟ ସରକାରଙ୍କ ମନୋବଳ ବୃଦ୍ଧି କରିବ ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?