ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ୨.୨୦% ଅଧିକ

ଭୁବନେଶ୍ୱର,୨୫।୧୧(ରବିନାରାୟଣ ଜେନା): ଓଡ଼ିଶାକୁ କିଭଳି ଦେଶର ସବୁଠାରୁ ଅଗ୍ରଣୀ ରାଜ୍ୟରେ ପରିଗଣିତ କରାଯାଇପାରିବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମ ଚଳାଇଛନ୍ତି। ଏପରି କି ରବିବାର ମଧ୍ୟ ଲୋକସେବା ଭବନରେ ବସି ସରକାରୀ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି। ଆଶା ରହିଛି ୨୦୩୬ରେ ଓଡ଼ିଶା ଯେତେବେଳେ ତା’ର ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ କରିବ, ସେତେବେଳକୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଜ୍ୟ ରୂପେ ଦେଶରେ ଉଭା ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟର ଆର୍ଥିକ ସ୍ଥିତାବସ୍ଥା ନେଇ ଏକ ରିପୋର୍ଟ ଜାରି ହୋଇଛି; ଯେଉଁଥିରେ ଓଡ଼ିଶାର ବିକାଶ ଏବେ ତ୍ୱରାନ୍ବିତ ହେଉଥିବା ଜଣାଯାଇଛି। ଗତ ୧୦ବର୍ଷ ମଧ୍ୟରେ ଜାତୀୟ ଅଭିବୃଦ୍ଧି ହାର ଯାହା ରହିଛି, ତାହାଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ୨.୨୦ % ଅଧିକ ରହିଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ଅର୍ଥ ବିଭାଗ ପକ୍ଷରୁ ନଭେମ୍ବର ୨୦ରେ ଜାରି ଅର୍ଥନୀତି ଚିତ୍ରପଟର ତଥ୍ୟ ଅନୁଯାୟୀ, ଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ଅଭିବୃଦ୍ଧି ହାର ୭.୭୪% ରହିଛି, ଯାହା କି ଜାତୀୟସ୍ତରରେ ଏହି ହାର ୫.୫୪% ରହିଛି। କୋଭିଡ୍‌ ସମୟ(୨୦୨୦-୨୧)ରେ ଓଡ଼ିଶାର ଅର୍ଥନୀତି ତଥା ରାଜ୍ୟର ସାମୂହିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି) ୨.୧ପ୍ରତିଶତ ସଙ୍କୁଚିତ ହୋଇଥିବାବେଳେ ସର୍ବଭାରତୀୟସ୍ତରରେ ଏହା ୬.୬% ସଙ୍କୁଚିତ ହୋଇଥିଲା। ସେହିପରି ୨୦୨୧-୨୨ରେ ଏହା ରାଜ୍ୟରେ ୧୬.୪ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଜାତୀୟସ୍ତରରେ ମାତ୍ର ୭ପ୍ରତିଶତ ରହିଛି ବୋଲି ଅର୍ଥ ବିଭାଗ ପକ୍ଷରୁ ଗ୍ରୋଥ୍‌ ଇନ୍‌ ଓଡ଼ିଶା ଅର୍ଥନୀତି ବନାମ ଜାତୀୟ ଅର୍ଥନୀତିରେ ଦର୍ଶାଯାଇଛି।

ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ରାଜ୍ୟର ସାମୂହିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି) ୯.୪୯ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହା କି ୧୧୫ ବିଲିୟନ ଆମେରିକୀୟ ଡଲାର ସହିତ ସମାନ। ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ୧୯% ପ୍ରତିଶତ ଜିଏସ୍‌ଡିିପି ମିଳିଥିବାବେଳେ ଶିଳ୍ପ କ୍ଷେତ୍ରରୁ ସର୍ବାଧିକ ୪୪% ପ୍ରତିଶତ ଏବଂ ସେବା କ୍ଷେତ୍ରରୁ ୩୭% ମିଳୁଛି। ସେହିପରି ଗତ ୭ବର୍ଷ ମଧ୍ୟରେ ରାଜ୍ୟର ହାରାହାରି ଅର୍ଥନୈତିକ ଅଭିବୃଦ୍ଧି ହାର ୮ପ୍ରତିଶତ ରହିଛି। ତେବେ ୨୦୧୫-୧୬ ଆର୍ଥିକବର୍ଷରେ ଓଡ଼ିଶାର ଜିଏସ୍‌ଡିପି ହାର ୮.୦୦ ରହିଥିବାବେଳେ ୨୦୨୦-୨୧ରେ ଏହା ଖସି ବିଯୁକ୍ତ(-)୬.୬୦ପ୍ରତିଶତ ହୋଇଥିଲା। ମାତ୍ର ୨୦୨୦-୨୧ ପରେ ଏହା ଏକାଥରକେ ୬.୯୯ ପ୍ରତିଶତକୁ ଉଠି ସେବେଠାରୁ ଏହି ହାର ବଜାୟ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ପୁଞ୍ଜିବିନିଯୋଗ ପାଇଁ ସରକାରଙ୍କ ପକ୍ଷରୁ ଶିଳ୍ପନୀତିରେ ସଂସ୍କାର ଅଣାଯିବା ସହିତ ଇଣ୍ଡଷ୍ଟ୍ରିଆଲ ପ୍ରମୋଶନକୁ ଗୁରୁତ୍ୱ ଦିଆଯାଉଛି; ଯେଉଁଥିପାଇଁ ଗତ ଦଶନ୍ଧି ତଳେ ରାଜ୍ୟରୁ ମୁହଁ ଫେରାଇଥିବା ପୋସ୍‌କୋ ଏବେ ଓଡ଼ିଶାମୁହାଁ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ମହାକୁମ୍ଭରେ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ବାସ୍ତବରେ କାର୍ଯ୍ୟକାରୀ କରିବା ଲାଗି ସରକାରୀ ଉଦ୍ୟମ ଜାରି ରହିଥିବାବେଳେ ଅର୍ଥ ବିଭାଗର ଏହି ସକାରାତ୍ମକ ରିପୋର୍ଟ ସରକାରଙ୍କ ମନୋବଳ ବୃଦ୍ଧି କରିବ ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri