ମୃତ୍ୟୁ ଉପତ୍ୟକା ହାତୀ କରିଡର

ବାଲେଶ୍ୱର ଜିଲା ଦେଇ ଯାଇଛି ଶିମିଳିପାଳ-କୁଲଡ଼ିହା-ହଦଗଡ଼ ହାତୀ କରିଡର। ଝାଡ଼ଖଣ୍ଡ ଅଭୟାରଣ୍ୟରୁ ଭାୟା ତପୋବନ (ପଶ୍ଚିମବଙ୍ଗ) ଦେଇ ହାତୀପଲ କୁଲଡ଼ିହା ଅଭୟାରଣ୍ୟକୁ ଆସନ୍ତି। ସାଧାରଣତଃ ନଭେମ୍ବରରେ ଆସି ଡିସେମ୍ବରରେ ଫେରିଯାନ୍ତି। କିଛି ବର୍ଷ ହେଲା ଏହି ଅଭୟାରଣ୍ୟ ସେମାନଙ୍କ ପାଇଁ ପାଲଟିଛି ମୃତ୍ୟୁ ଉପତ୍ୟକା।  ଅଧିକାଂଶ ସମୟରେ ଦୁର୍ବୃତ୍ତମାନେ ହାତୀକୁ ମାରି ଦାନ୍ତ କାଟି ନେଉଛନ୍ତି। ଫଳରେ ବାଲେଶ୍ୱର ଜିଲାର ବିଭିନ୍ନ ଜଙ୍ଗଲରେ ଦୀର୍ଘ ବର୍ଷ ଧରି ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।
  ୱାଇଲ୍ଡଲାଇଫ୍‌ ଡିଭିଜନ୍‌ ଅଧୀନରେ ମୋଟ୍‌ ୩୪୮ବର୍ଗ କି.ମି. ଜଙ୍ଗଲ ରହିଛି। ଏହି ସମସ୍ତ ଜଙ୍ଗଲକୁ ଚାନ୍ଦିପୁର, ନୀଳଗିରି, କୁଲଡ଼ିହା, ଜଳେଶ୍ୱର ଓ ସୋର ୱାଇଲ୍ଡଲାଇଫ୍‌ ରେଞ୍ଜରେ ବିଭକ୍ତ କରାଯାଇଛି। ଏହା ଅଧୀନରେ ଥିବା କୁଲଡ଼ିହା ଅଭୟାରଣ୍ୟକୁ ବନ୍ୟପ୍ରାଣୀଙ୍କ ଭୂସ୍ବର୍ଗ କୁହାଯାଏ। ଏଠାରେ ହାତୀ ବ୍ୟତୀତ କଲରାପତରିଆ ବାଘ, ହରିଣ, ଗୟଳ, ଶମ୍ବର, ଉଡ଼ନ୍ତା ଗୁଣ୍ଡୁଚି ମୂଷା, ବଣୁଆ କୁକୁର ସହ ବିଭିନ୍ନ ପ୍ରଜାତିର ବିରଳ ପକ୍ଷୀ ଦେଖାଯାଆନ୍ତି।  ମିଳିଥିବା ତଥ୍ୟ ଅନୁସାରେ ୨୦୧୦ରେ ୨ଟି ହାତୀର ମୃତ୍ୟୁ ହୋଇଥିଲା। ୨୦୧୧ରେ ୪, ୨୦୧୨ରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ୨୦୧୩ରେ ହାତୀ ମୃତ୍ୟୁ ଶୂନ ଥିଲା। ୨୦୧୪, ୨୦୧୫ରେ ୨ଟି ଲେଖାଏ ହାତୀର ମୃତ୍ୟୁ ହୋଇଥିଲା। ୨୦୧୬ରେ ଏହି ସଂଖ୍ୟା ୩କୁ ବୃଦ୍ଧି ପାଇଥିଲା। ୨୦୧୭ରେ ହାତୀ ମୃତ୍ୟୁ ଘଟଣା ଆସି ନ ଥିଲା। ତେବେ ୨୦୧୮ରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ୨୦୧୯। ଏହି ବର୍ଷ ସର୍ବାଧିକ ୫ଟି ହାତୀର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୦ରେ ଗୋଟିଏ, ୨୦୨୧ରେ ୨ ହାତୀ ମରିଥିବା ଜଣାପଡ଼ିଛି। ୨୦୨୨ରେ ମଧ୍ୟ ୪ଟି ହାତୀର ମୃତ୍ୟୁ ହୋଇଥିଲା। ଚଳିତବର୍ଷ ୨ଟି ହାତୀର ମୃତ୍ୟୁ ହୋଇଥିବା  ଅଭିଯୋଗ ଆସିଛି। ଅପରପକ୍ଷରେ ୧୦ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୧୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ୨୦୧୨-୧୩ରେ ୩ଜଣ, ୨୦୧୩-୧୪ରେ ଜଣେ, ୨୦୧୪-୧୫ରେ ୩ଜଣ, ୨୦୧୬-୧୭ରେ ୪ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୯-୨୦ରେ ୩ଜଣ, ୨୦୨୦-୨୧ରେ ଜଣଙ୍କର ମୃତ୍ୟୁ ହୋଇଛି। ପରବର୍ତ୍ତୀ ୨ ବର୍ଷରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ଡିଏଫ୍‌ଓ ପ୍ରଫୁଲ୍ଲ କୁମାର ମଲ୍ଲିକ କହନ୍ତି, ହାତୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶେଷକରି ହାତୀ ଜନବସତିକୁ ନ ପଶିବା ପାଇଁ ସଂରକ୍ଷିତ ବନାଞ୍ଚଳ ଚାରିପଟେ ଟ୍ରେଞ୍ଚ୍‌ ଖୋଳାଯାଉଛି। ଯେଉଁସବୁ ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ ଅଛି ସେଠାରେ ସୋଲାର ଫ୍ୟାନ୍‌ସିଂ କରାଯାଉଛି। ହାତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ହାତୀଙ୍କ ପାଇଁ ୨୪ ଘଣ୍ଟିଆ ଡିଭିଜନାଲ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।
  ଡ. ସିଦ୍ଧାର୍ଥ ପତି କହନ୍ତି, ମଣିଷ-ହାତୀ ସଂଘର୍ଷ ହ୍ରାସ କରିବାରେ ଆବାସ ପରିଚାଳନା, ଭୌତିକ ପ୍ରତିବନ୍ଧକ ଏବଂ ପ୍ରତିରୋଧର ମିଶ୍ରଣ ଅନ୍ତର୍ଭୁକ୍ତ। ହାତୀ ବାସସ୍ଥାନକୁ କରିଡ଼ର ସହିତ ପୁନରୁଦ୍ଧାର, ସଂଯୋଗ କରିବା, ସୌରଚାଳିତ ବୈଦ୍ୟୁତିକ ବାଡ଼ ଏବଂ ଗର୍ତ୍ତ ପରି ପ୍ରତିବନ୍ଧକ ବ୍ୟବହାର କରିବା ଏବଂ ଚିଲି-ଆଧାରିତ ପ୍ରତିରୋଧକ କିମ୍ବା ଶବ୍ଦ ସୃଷ୍ଟି ଉପକରଣ ପରି ପ୍ରତିବନ୍ଧକ ନିୟୋଜିତ କରିବା ଦରକାର। ପରିପୂରକ ରଣକୌଶଳ ମଧ୍ୟରେ ଗୋଷ୍ଠୀ-ଆଧାରିତ ଆଗୁଆ ଚେତାବନୀ ବ୍ୟବସ୍ଥା ସୃଷ୍ଟି କରିବା ଏବଂ ଅଧିକ ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ଫସଲ ଚାଷ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ବିକଳ୍ପ ଜୀବିକା ପ୍ରଦାନ କରିବା ଦ୍ୱାରା ମାନବ-ହାତୀ ସଂଘର୍ଷକୁ ରୋକାଯାଇ ପାରିବ।
-ବାଞ୍ଛାନିଧି ଦେ, ବାଲେଶ୍ୱର

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?