ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ ପେଟାଠାରେ ଅନ୍ତଃରାଷ୍ଟ୍ରୀୟ ତଟ ସ୍ବଚ୍ଛତା ଦିବସ ପାଳିତ ହୋଇଛି। ଏହି ଅବସରରେ ସାଗର ବନ୍ଧୁ ଟ୍ରଷ୍ଟ ପକ୍ଷରୁ ସଦସ୍ୟମାନେ ମିଳିତ ହୋଇ ତଣ୍ଡା ମହୋଦଧି କୂଳରେ ସୂର୍ଯ୍ୟ ପୂଜା, ବରୁଣ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହିତ ସଂକୀର୍ତ୍ତନ ସହିତ ସାଗର ଦେବତାଙ୍କୁ ଭୂମିଷ୍ଠ ପ୍ରଣିପାତ କରିଥିଲେ। ପରେ ବିସ୍ତୀର୍ଣ୍ଣ ତଣ୍ଡା ମହୋଦଧି ବାଲୁକା ଶଯ୍ୟାରେ ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ସହ ବର୍ଜ୍ୟବସ୍ତୁଗୁଡ଼ିକୁ ସଫେଇ କରିବା ସହ ବୃକ୍ଷରୋପଣ କରି ସମାଜ ପାଇଁ ଏକ ନୂଆ ବାର୍ତ୍ତା ଯୋଡ଼ିଲେ। ଏଥିରେ କୁହାଯାଇଛି ସମୁଦ୍ରରେ ଅନେକ ବର୍ଜ୍ୟବସ୍ତୁ ଭରି ରହିଛି। ଏଗୁଡିକୁ ସ୍ବଚ୍ଛତା ଆଣିବା ପାଇଁ ନୂଆ ପ୍ରୟାସ ବୋଲି ଟ୍ରଷ୍ଟ ସଦସ୍ୟମାନେ ପ୍ରକାଶ କରିଛନ୍ତି। ସାଗର ଦେବତା ସନ୍ତୁଷ୍ଟ ହେଲେ ଆମ ଦେଶରେ ମଙ୍ଗଳ ହେବ ବୋଲି କୁହାଯାଇଛି। ସେଥିପାଇଁ ପ୍ରୟାସ ଆରମ୍ଭ ବୋଲି ଟ୍ରଷ୍ଟ ସଦସ୍ୟମାନଙ୍କ ପକ୍ଷରୁ କୁହାଯାଉଛି। ସେହିପରି ଖରିନାସୀ ଜେଠି ଓ ବାହାକୁଦଠାରେ ସମୁଦ୍ର କୂଳରେ ବନ୍ଦାପନା କରାଯାଇଛି।
ଏହି ମହାନ କାର୍ଯ୍ୟକ୍ରମରେ ଆରଏସଏସ ସଦସ୍ୟ ସୁଲେଖ ପ୍ରସାଦ ପ୍ରଧାନ, ଗଗନ ପ୍ରଧାନ, ଅଶୋକ ସ୍ବାଇଁ, ଶାନ୍ତନୁ ଦାସ, ଗୋବିନ୍ଦ ଦାସଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇଥିଲେ।

