‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ ପହଞ୍ଚି ବୋରାପଦାସ୍ଥିତ ଗଜଲକ୍ଷ୍ମୀ ପ୍ୟାଲେସରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨ ହଜାର କିଲୋମିଟର ଅତିକ୍ରମ କରିଥିବା ଏହି ଦମ୍ପତି ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବା ସହ ସବୁଜିମାମୟ ପରିବେଶ ଦେଖି ବିମୋହିତ ହୋଇଥିବା ପ୍ରକାଶ କରିଛନ୍ତି।
ସାଇମନ ଓ ଏକ୍‌ଜାନିଆ କହିଛନ୍ତି, ଭାରତକୁ ବେଶ୍‌ ଭଲ ପାଉ। ସେଥିପାଇଁ ବାଇକ୍‌ରେ ଏହି ଦେଶ ପରିଭ୍ରମଣ କରିବା ବହୁତ ଆନନ୍ଦ ଦେଉଛି ା ଓଡ଼ିଶାର ଶିମିଳିପାଳ, ମନ୍ଦରମାଣି ଓ ଢେଙ୍କାନାଳର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରିଛୁ। ଏହାର ସବୁଜିମା, ଘନଜଙ୍ଗଲ ଓ ପାହାଡ଼ ପ୍ରକୃତିର ବରଦାନ। ସହରର କୋଳାହଳ ଠାରୁ ଗ୍ରାମାଞ୍ଚଳ ଓ ଏହାର ସବୁଜ ପରିବେଶ ବହୁତ ଭଲ। ପଞ୍ଜାବ ଓ ହରିୟାଣାର ଲୋକମାନେ ନୂଆ ଲୋକଙ୍କୁ ଦେଖିଲେ ତାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। ସେଲଫି ନେବାକୁ ପସନ୍ଦ କରନ୍ତି। କିନ୍ତୁ ଓଡ଼ିଶାର ଲୋକମାନେ ନିଜ କାମକୁ ଅଧିକ ପସନ୍ଦ କରନ୍ତି। ୨୦ବର୍ଷ ତଳେ ଦେଖିଥିବା ଭାରତ ଓ ଆଜିର ଭାରତ ବହୁତ ଭିନ୍ନ। ଆଜିର ଯୁବପିଢି ପ୍ରତିଯୋଗିତାମୂଳକ ଯୁଗରେ ନିଜକୁ ସାମିଲ କରିଛନ୍ତି। ବର୍ତ୍ତମାନ ସେମାନେ ନିଜର ପରିଚୟ ନିଜେ ସୃଷ୍ଟି କରିବାକୁ ଲାଗି ପଡିଛନ୍ତି। ଢେଙ୍କାନାଳର ବରା, ପୁରି, ଦହି, ପରଟା, ଭାଜି ଓ ସିଙ୍ଗଡା ଖାଇବାକୁ ବହୁତ ଭଲ ଲାଗୁଛି। କଲେଜ ବାଇପାସ ଛକରେ ଜଣେ ମହିଳା ଚା’ ଦୋକାନ କରିଥିବା ଦେଖି ଖୁସି ଲାଗିଲା। ସେଠାରେ ଚା’ ପିଇଲୁ। ଢେଙ୍କାନାଳ ଜଙ୍ଗଲରେ ହାତୀ, ବଡ଼ ସାପ ଦେଖିଲୁ ବୋଲି ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ପ୍ରକାଶ କରିଛନ୍ତି। ଗଜଲକ୍ଷ୍ମୀ ପ୍ୟାଲେସର ସ୍ବତ୍ୱାଧିକାରୀ ଜିତେନ୍ଦ୍ର ପ୍ରସାଦ ସିଂହଦେଓ କହିଛନ୍ତି, ଏହି ବିଦେଶୀ ଦମ୍ପତି ୧୯୭୦ ମସିହାରେ ପ୍ରଥମେ ଭାରତ ଆସିଥିଲେ। ବର୍ତ୍ତମାନ ସେମାନେ ବାଇକ୍‌ରେ ଭାରତ ପରିଭ୍ରମଣ କରୁଛନ୍ତି। ଭାରତକୁ ଅତି ପାଖରୁ ଦେଖିବା ଉଭୟଙ୍କ ଏକ ନିଶାରେ ପରିଣତ ହୋଇଛି। ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ଚଳଣି ଓ ଜୀବନ ଜୀବିକା ସମ୍ପର୍କରେ ଅବଗତ ହେଉଛନ୍ତି। ଜଙ୍ଗଲ, ପାହାଡ଼ ପରିବେଶ ଦୁହିଁଙ୍କୁ ବେଶ୍‌ ଭଲଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?