ଚିଲିକାରେ ଚାଲିବ ଓଡ଼ିଶାର ପ୍ରଥମ କ୍ରୁଜ୍‌ ‘ଗରୁଡ଼’

ଭୁବନେଶ୍ୱର,୮।୬(ବ୍ୟୁରୋ): ଓଡ଼ିଶାରେ ପର୍ଯ୍ୟଟକମାନେ ପାଇବେ କ୍ରୁଜ୍‌ର ମଜା। ଚିଲିକା ହ୍ରଦରେ ପ୍ରଥମ ଥର ପାଇଁ କ୍ରୁଜ୍‌ (ବୋଟ୍‌) ଚାଲିବ। ଚିଲିକାର ବରକୂଳରେ ଥିବା ବିକାଶ ଇକୋ ରିସଟର୍‌ସ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି କ୍ରୁଜ୍‌ର ନାମ ‘ଗରୁଡ଼’ ରଖାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୯ ତାରିଖରେ ଉଦ୍‌ଘାଟନ କରିବେ। ଚିଲିକା ସହ ସାତପଡ଼ାରେ ମଧ୍ୟ ଏହା ଉପଲବ୍ଧ ହେବ। ବରକୂଳରେ ଥିବା ପାନ୍ଥନିବାସ ଦ୍ୱାରା କ୍ରୁଜ୍‌ର ସେବା ମିଳିବ। ଏବେ ପର୍ଯ୍ୟଟକମାନେ ଏହି ବିଳାସପୂର୍ଣ୍ଣ ବୋଟ୍‌ (କ୍ରୁଜ୍‌) ମାଧ୍ୟମରେ ଚିଲିକାକୁ ଅଧିକ ଉପଭୋଗ କରିପାରିବେ।
ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ଦ୍ୱାରା ଏହି ପ୍ରକଳ୍ପକୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଅନୁମୋଦନ ଦେଇଛି। ଏଥିଲାଗି ଚିଲିକା ବିକାଶ ପ୍ରାଧିକରଣ, ବନ୍ଦର ନିର୍ଦ୍ଦେଶାଳୟ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନ ନିର୍ଦ୍ଦେଶାଳୟରୁ ଆଇନଗତ ଅନୁମତି ଗ୍ରହଣ କରାଯାଇଛି। ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ ଓଡ଼ିଶାରେ କ୍ରୁଜ ଚାଲିବା ନେଇ ନଦୀ ବା ସମୁଦ୍ରଭିତ୍ତିକ ଓ ରଣନୀତିକ ସୁବିଧାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ମେ ୧୪ ଓ ୧୫ ତାରିଖରେ ମୁମ୍ବାଇରେ ହୋଇଥିବା କ୍ରୁଜ୍‌ ସମ୍ମିଳନୀରେ ଦର୍ଶାଇଥିଲେ। ଉକ୍ତ କ୍ରୁଜ୍‌ ବୋଟ୍‌ରେ ୨ଟି ସୁବିଧାଜନକ ଓ ୪ଟି ପ୍ରମୁଖ କୋଠରି ରହିଛି। ଏହାବ୍ୟତୀତ ବୈଠକ ଲାଗି ଓପନ ଏୟାର ଲବି, ବାର୍‌, ରେସ୍ତୋରଁା ଏବଂ ଛୋଟ ପିଲାଙ୍କ ପାଇଁ ସୁଇମିଂ ପୁଲ୍‌ ରହିଛି। ସେହିପରି ରାତ୍ରରହଣୀ, ଖାଦ୍ୟପେୟ ଓ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri