ଓଡ଼ିଶାର ବାନ୍ଧକଳା ହେବ ବିଶ୍ୱବ୍ରାଣ୍ଡ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଜାତୀୟସ୍ତରରେ ଏକ ଉତ୍କୃଷ୍ଟ ପାରମ୍ପରିକ ହସ୍ତତନ୍ତର ମାନ୍ୟତା ହାସଲ କଲାପରେ ଓଡ଼ିଶାର ବାନ୍ଧକଳା(ଇକାତ୍‌) ଏବେ ଏକ ବିଶ୍ୱବ୍ରାଣ୍ଡ ହେବାକୁ ଯାଉଛି। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା ହୋଇଛି। ଲୋକ ସେବା ଭବନରୁ ଡ଼ିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ସଚିବ ଏସମ୍ବନ୍ଧୀୟ ପ୍ରସ୍ତାବ ଉପରେ ଆଲୋଚନା ଲାଗି ତଥ୍ୟ ଉପସ୍ଥାପିତ କରିଛନ୍ତି। ସମୀକ୍ଷାରୁ ଜଣାପଡିଛି, ଓଡ଼ିଶାର ପଶାପାଲି, ସୋନପୁରୀ, ବମକେଇ ଏବଂ କୋଟପାଡ୍‌ ଆଦି ଇକାତ୍‌ ଡିଜାଇନ୍‌ର ବଜାର ଚାହିଦା ରହିଛି। ଏହିସବୁ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏ ଗୁଡିକର ବୁଣବତ୍ତା, ରଙ୍ଗ ଓ ମିଶ୍ରିତ ଡିଜାଇନ୍‌ ଆଦିକୁ ଉଚ୍ଚମାନର କରିବା ସହ ସେଗୁଡିକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ, ପ୍ରଚାର ଓ ପ୍ରସାର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ କହିଛନ୍ତି, ବରଗଡ, ସୋନପୁର, କଳାହାଣ୍ଡି ଓ କୋରାପୁଟ ଅଞ୍ଚଳର ବୁଣାକାରମାନେ ଏହିସବୁ ଡିଜାଇନ୍‌ ପ୍ରସ୍ତୁତିରେ ସିଦ୍ଧହସ୍ତ। ପାରମ୍ପରିକ ବ୍ୟତୀତ ବର୍ତ୍ତମାନ ୧୬୬ ନୂଆ ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି। ୨ୟ ପର୍ଯ୍ୟାୟ ‘ଡିଜାଇନ୍‌ ଏବଂ ରେଫରେନ୍ସ’ ସଂଗ୍ରହ ଆରମ୍ଭ ହୋଇଛି। ବିଭାଗୀୟ ଶାସନ ସଚିବ କହିଛନ୍ତି, ଓଡ଼ିଶା ବୟନ ବିପଣନୀକୁ ବାର୍ଷିକ ପ୍ରାୟ ୬୦୦ରୁ ୭୦୦ କୋଟି ଟଙ୍କାରେ ପହଞ୍ଚାଯାଇ ପାରିଛି। ଆସନ୍ତା ବର୍ଷ ଏହାକୁ ବହୁଗୁଣିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବରଗଡ ‘ବାଲିଜୁରି’ ହାଟକୁ ଏସିଆର ବୃହତ୍ତମ ପାରମ୍ପରିକ ପୋଷାକ ବଜାରଭାବେ ବିକଶିତ କରିବାକୁ ସ୍ଥିର କରାଯାଇଛି। ଏଠାରେ ସମସ୍ତ ଆଧୁନିକ ଡିଜାଇନ୍‌ ଏବଂ ଅନ୍ତର୍ଜାତିକ ବଜାର ସଂଯୋଗ ସୁବିଧା ସୃଷ୍ଟି କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ‘ଜେମ୍‌’ ପୋର୍ଟାଲ୍‌ ସହ ବଣାକାରଙ୍କୁ ସଂଯୋଜିତ କରାଯିବ। ଯାହାଦ୍ୱାରା ସେମାନେ ସିଧାସଳଖ ସର୍ବୋତ୍ତମ ମୂଲ୍ୟରେ ନିଜର ଉତ୍ପାଦ ବିକ୍ରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?