ଓଡ଼ିଶାର ବାନ୍ଧକଳା ହେବ ବିଶ୍ୱବ୍ରାଣ୍ଡ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଜାତୀୟସ୍ତରରେ ଏକ ଉତ୍କୃଷ୍ଟ ପାରମ୍ପରିକ ହସ୍ତତନ୍ତର ମାନ୍ୟତା ହାସଲ କଲାପରେ ଓଡ଼ିଶାର ବାନ୍ଧକଳା(ଇକାତ୍‌) ଏବେ ଏକ ବିଶ୍ୱବ୍ରାଣ୍ଡ ହେବାକୁ ଯାଉଛି। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା ହୋଇଛି। ଲୋକ ସେବା ଭବନରୁ ଡ଼ିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ସଚିବ ଏସମ୍ବନ୍ଧୀୟ ପ୍ରସ୍ତାବ ଉପରେ ଆଲୋଚନା ଲାଗି ତଥ୍ୟ ଉପସ୍ଥାପିତ କରିଛନ୍ତି। ସମୀକ୍ଷାରୁ ଜଣାପଡିଛି, ଓଡ଼ିଶାର ପଶାପାଲି, ସୋନପୁରୀ, ବମକେଇ ଏବଂ କୋଟପାଡ୍‌ ଆଦି ଇକାତ୍‌ ଡିଜାଇନ୍‌ର ବଜାର ଚାହିଦା ରହିଛି। ଏହିସବୁ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏ ଗୁଡିକର ବୁଣବତ୍ତା, ରଙ୍ଗ ଓ ମିଶ୍ରିତ ଡିଜାଇନ୍‌ ଆଦିକୁ ଉଚ୍ଚମାନର କରିବା ସହ ସେଗୁଡିକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ, ପ୍ରଚାର ଓ ପ୍ରସାର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ କହିଛନ୍ତି, ବରଗଡ, ସୋନପୁର, କଳାହାଣ୍ଡି ଓ କୋରାପୁଟ ଅଞ୍ଚଳର ବୁଣାକାରମାନେ ଏହିସବୁ ଡିଜାଇନ୍‌ ପ୍ରସ୍ତୁତିରେ ସିଦ୍ଧହସ୍ତ। ପାରମ୍ପରିକ ବ୍ୟତୀତ ବର୍ତ୍ତମାନ ୧୬୬ ନୂଆ ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି। ୨ୟ ପର୍ଯ୍ୟାୟ ‘ଡିଜାଇନ୍‌ ଏବଂ ରେଫରେନ୍ସ’ ସଂଗ୍ରହ ଆରମ୍ଭ ହୋଇଛି। ବିଭାଗୀୟ ଶାସନ ସଚିବ କହିଛନ୍ତି, ଓଡ଼ିଶା ବୟନ ବିପଣନୀକୁ ବାର୍ଷିକ ପ୍ରାୟ ୬୦୦ରୁ ୭୦୦ କୋଟି ଟଙ୍କାରେ ପହଞ୍ଚାଯାଇ ପାରିଛି। ଆସନ୍ତା ବର୍ଷ ଏହାକୁ ବହୁଗୁଣିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବରଗଡ ‘ବାଲିଜୁରି’ ହାଟକୁ ଏସିଆର ବୃହତ୍ତମ ପାରମ୍ପରିକ ପୋଷାକ ବଜାରଭାବେ ବିକଶିତ କରିବାକୁ ସ୍ଥିର କରାଯାଇଛି। ଏଠାରେ ସମସ୍ତ ଆଧୁନିକ ଡିଜାଇନ୍‌ ଏବଂ ଅନ୍ତର୍ଜାତିକ ବଜାର ସଂଯୋଗ ସୁବିଧା ସୃଷ୍ଟି କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ‘ଜେମ୍‌’ ପୋର୍ଟାଲ୍‌ ସହ ବଣାକାରଙ୍କୁ ସଂଯୋଜିତ କରାଯିବ। ଯାହାଦ୍ୱାରା ସେମାନେ ସିଧାସଳଖ ସର୍ବୋତ୍ତମ ମୂଲ୍ୟରେ ନିଜର ଉତ୍ପାଦ ବିକ୍ରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri