ଓଡ଼ିଶାର ଅଶୋକ, ଅଜିତ୍‌ଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୬ା୯(ବ୍ୟୁରୋ): ଗୁରୁଦିବସ ଅବସରରେ ରବିବାର ଦେଶର ୪୪ଜଣ ଆଦର୍ଶ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ମିଳିଛି। ଭର୍ଚୁଆଲରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର ମଧ୍ୟ ଦୁଇଜଣ ଶିକ୍ଷକ ସମ୍ମାନିତ ହୋଇଛନ୍ତି। ସେମାନେ ହେଲେ ଭଦ୍ରକର ଅଶୋକ କୁମାର ଶତପଥୀ ଓ ଗଞ୍ଜାମର ଅଜିତ୍‌ କୁମାର ସେଠୀ। ଅଶୋକ ଏବେ ଭଦ୍ରକ ଜିଲା ସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଶିକ୍ଷାଦାନ ସହ ସେ ୨୦୦୩ରୁ ସ୍କୁଲ ଓ ଗରିବ ଛାତ୍ରୀଛାତ୍ରଙ୍କ ବିକାଶ ପାଇଁ କାମ କରୁଛନ୍ତି। ଏହି ସେବା କ୍ଷେତ୍ରରେ ସେ ପୂର୍ବତନ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସାମିଲ କରିଛନ୍ତି। ସେହିପରି ଅଜିତ୍‌ ହେଉଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ। ୨୦୦୭ରେ ସେ ଶିକ୍ଷକତା ଆରମ୍ଭ କରିଥିଲେ। ସଙ୍ଗୀତ ମାଧ୍ୟମରେ ଶିକ୍ଷାଦାନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଥିଲେ। ସଙ୍ଗୀତରେ ପାଠପଢ଼ା ପିଲାଙ୍କ ପାଇଁ ଅତି ସହଜ ଓ ବୋଧଗମ୍ୟ ହୋଇଥାଏ ବୋଲି ଅଜିତ୍‌ କହିଛନ୍ତି। ଜାତୀୟ ପୁରସ୍କାର ପାଇଥିବା ଏହି ଦୁଇ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।
ସମ୍ମାନିତ ସମସ୍ତ ଶିକ୍ଷକଙ୍କ କର୍ତ୍ତବ୍ୟପରାୟଣତାକୁ ରାଷ୍ଟ୍ରପତି କୋବିନ୍ଦ ପ୍ରଶଂସା କରିଛନ୍ତି। ଛାତ୍ରୀଛାତ୍ରଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକଙ୍କର ବଡ଼ ଭୂମିକା ରହିଛି। ଜଣେ ଭଲ ଶିକ୍ଷକ ହେଉଛି ଜଣେ ବ୍ୟକ୍ତିତ୍ୱ-ନିର୍ମାଣକାରୀ, ସମାଜ-ନିର୍ମାଣକାରୀ ଏବଂ ରାଷ୍ଟ୍ର-ନିର୍ମାଣକାରୀ। ଶିକ୍ଷକମାନେ ସେମାନଙ୍କ ଛାତ୍ରୀଛାତ୍ରଙ୍କୁ ଏକ ସୁବର୍ଣ୍ଣ ଭବିଷ୍ୟତର କଳ୍ପନା କରିବାକୁ ଏବଂ ସେମାନଙ୍କର ଆକାଂକ୍ଷା ପୂରଣ କରିବା ପାଇଁ ଦକ୍ଷତା ହାସଲ କରିବାକୁ ଉତ୍ସାହିତ କରନ୍ତୁ ବୋଲି ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ନିଜ ଶିକ୍ଷକଙ୍କୁ ବି ରାଷ୍ଟ୍ରପତି ମନେପକାଇଥିଲେ। ରାଷ୍ଟ୍ରପତି ହେବା ପରେ ସେ ନିଜ ଗାଁକୁ ଯାଇ ନିଜ ଶିକ୍ଷକଙ୍କୁ ଭେଟିଥିଲେ। ଆଜି ସେ ଯାହା ବି ହୋଇଛନ୍ତି କେବଳ ନିଜ ଶିକ୍ଷକଙ୍କ ପାଇଁ ବୋଲି ରାଷ୍ଟ୍ରପତି କହିଛନ୍ତି।
କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କ ସମେତ ୪୪ ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତିି, କରୋନା ସମୟରେ ନିରନ୍ତର ଶିକ୍ଷାକୁ ସୁନିଶ୍ଚିତ କରିବାରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏକ ରାଷ୍ଟ୍ରର ଦ୍ରୁତ ବିକାଶ ପାଇଁ ଜଣେ ଶିକ୍ଷକ ଯେଉଁ ଭୂମିକା ଗ୍ରହଣ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷକ ସମାଜ ଏକବିଂଶ ଶତାବ୍ଦୀରେ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri