ଚିତ୍ରକଳାରେ ଓଡ଼ିଶାର କଳା, ଭାସ୍କର୍ଯ୍ୟ

ଭୁବନେଶ୍ୱର, ୭।୪ (ବ୍ୟୁରୋ): ମଧ୍ୟପ୍ରଦେଶର ଭୋପାଳରେ ‘ଫାଉଣ୍ଡେଶନ ଅଫ ଆର୍ଟ ଆଣ୍ଡ କଲ୍‌ଚର’ ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ ମଙ୍ଗଳବାର ‘ଅନୱାର୍ଡ଼ ଓଡ଼ିଶା’ ଶୀର୍ଷକ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। କ୍ୟୁରେଟର ଅନୁପ କୁମାର ଚାନ୍ଦ ଓ ଆସିଷ୍ଟାଣ୍ଟ କ୍ୟୁରେଟର ପୁନମ ଜୈନଙ୍କ ଦ୍ୱାରା ଆୟୋଜିତ ଏହି ଚିତ୍ରକଳାରେ ଓଡ଼ିଶାର ୬୧ଜଣ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାକୃତି ସ୍ଥାନ ପାଇଛି। ଭୋପାଳର ବରିଷ୍ଠ ଚିତ୍ରଶିଳ୍ପୀ ଅଖିଳେଶ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଚିତ୍ରଶିଳ୍ପୀଙ୍କୁ ସ୍ବାଗତ ଜଣାଇଥିଲେ। ବିଭିନ୍ନ ବିଷୟବସ୍ତୁ ଓ ଶୈଳୀକୁ ନେଇ ଚିତ୍ର ଓ ଭାସ୍କର୍ଯ୍ୟଗୁଡ଼ିକ ତିଆରି ହୋଇଥିଲା। ବରିଷ୍ଠ ଶିଳ୍ପୀ ଯତୀନ ଦାସ, ଜଗନ୍ନାଥ ପଣ୍ଡା, ଜଗନ୍ନାଥ ମହାପାତ୍ର, ତପନ ଦାସ, ସଜଲ ପାତ୍ର, ରାମହରି ଜେନା, ଗଜେନ୍ଦ୍ର ପାଢୀ, ରଞ୍ଜନ ମଲ୍ଲିକ, ଗଜେନ୍ଦ୍ର ପ୍ରସାଦ ସାହୁ, ମାନସ ଜେନା, ପ୍ରଦୋଷ ସ୍ବାଇଁ, ମୀନକେତନ ପଟ୍ଟନାୟକ ପ୍ରମୁଖ ଚିତ୍ରଶିଳ୍ପୀଙ୍କ କଳାକୃତି ନିଜ ନିଜ ଶୈଳୀରେ ଅଦ୍ୱିତୀୟ ମନେ ହେଉଥିଲା। ସେହିପରି ଶିଳ୍ପୀ ଗୌରାଙ୍ଗ ବାରିକ, ସଙ୍ଗୀତା ପଟ୍ଟନାୟକ, ରାଜୀବ ଲୋଚନ ସାହୁ ଓ ଅରୁଣ କୁମାର ଜେନା ପାରମ୍ପରିକ କଳାକୁ ସମସାମୟିକ ଶୈଳୀରେ ନିଖୁଣ ଭାବେ ଅଙ୍କନ କରିଥିଲେ। ମୁଦ୍ରଣ କଳାରେ ଚଇତାବସୁ ଜେନା, ଡ୍ରଇଁରେ ତାରାକାନ୍ତ ପରିଡ଼ା, ସେରାମିକରେ ବିଶ୍ୱଜିତା ମହାରଣା ନିଜର ଶ୍ରେଷ୍ଠ କୃତି ପ୍ରଦର୍ଶନ କରିଥିଲେ। ଚିତ୍ରଶିଳ୍ପୀ ଅନୁପ କୁମାର ଚାନ୍ଦ ତୈଳଚିତ୍ରରେ ଏକ ଅଲଗା ଶୈଳୀରେ ପଶୁମାନଙ୍କ ଚିତ୍ର ଅଙ୍କନ କରିଥିଲେ। ଶିଳ୍ପୀ ଅସିତ କୁମାର ପଟ୍ଟନାୟକଙ୍କ ‘ଏଫେକ୍ସନ’ ଶୀର୍ଷକ ଏକ୍ରାୟଲିକ ଚିତ୍ରଟି ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ଥିଲା। ଏଥିରେ ଅସିତ ନାରୀ ଓ ପୁରୁଷ ଚିତ୍ରକୁ ସୃଜନଶୀଳ ଢଙ୍ଗରେ ଚିତ୍ରିତ କରଥିଲେ। ସେହିପରି ଶିଳ୍ପୀ ପଞ୍ଚାନନ ସାମଲଙ୍କ ଏକ୍ରାୟଲିକ ରଙ୍ଗର ‘ନେଚୁରାଲ ହାରମୋନି’ ଶୀର୍ଷକ ଚିତ୍ର ସମସ୍ତଙ୍କ ମନ ଛୁଇଁଥିଲା। ସମସାମୟିକ ଜୀବନଯାପନ ଶୈଳୀ କିପରି ମଣିଷର ସୁଖ ଓ ଶାନ୍ତିକୁ ହରଣ କରିନେଇଛି ଏବଂ ମଣିଷ ବିକଳ୍ପ ଶାନ୍ତିର ସନ୍ଧାନରେ ନିଜର ଅସ୍ତିତ୍ୱ ହରାଇ ବସିଛି ତାହାକୁ ସୃଜନଶୀଳ ଢଙ୍ଗରେ ଉପସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri