Posted inଖେଳ

ଆଇପିଏଲ ଖେଳାଳି ନିଲାମରେ ଓଡ଼ିଶାର ୬

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି)-
କରୋନା କଟକଣା ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୩ତମ ସଂସ୍କରଣର ସ୍ମୃତି ମନରେ ତାଜା ରହିଥିବାବେଳେ ୧୪ତମ ସଂସ୍କରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତ ବୁଧବାର ଅଂଶଗ୍ରହଣକାରୀ ୮ଟି ଦଳ କେଉଁ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖିବେ ଏବଂ କାହାକୁ ଛାଡ଼ିବେ ତାହା ନିର୍ଣ୍ଣୟ କରିଛନ୍ତି। କେଉଁ ଦଳ ପାଖରେ ଆଗାମୀ ଖେଳାଳି ନିଲାମ ପାଇଁ କେତେ ଅର୍ଥ ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଖେଳାଳି ନିଲାମ ପ୍ରକ୍ରିୟା ଫେବୃୟାରୀ ୧୮ରେ ହେବା ସୂଚନା ମିଳିଛି। ତେବେ ଏହା କେଉଁ ସ୍ଥାନରେ ହେବ ତାହା ଚୂଡ଼ାନ୍ତ ହୋଇନାହିଁ। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏଥର ଖେଳାଳି ନିଲାମରେ ଓଡ଼ିଶାର ୬ ଖେଳାଳି ସାମିଲ ହେବେ। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତାରିଣୀ ସ’। ଓଡ଼ିଶାରୁ ଶେଷ ଖେଳାଳି ଭାବେ ବିପ୍ଳବ ସାମନ୍ତରାୟ ଆଇପିଏଲରେ ପ୍ରତିନିଧିତ୍ୱ କରିଥିଲେ। ଏହାପରେ ଗତ କିଛି ସିଜନ୍‌ ଧରି ଓଡ଼ିଶା ଖେଳାଳିଙ୍କ ପ୍ରତି କୌଣସି ଫ୍ରାଞ୍ଚାଇଜ୍‌ ଆଗ୍ରହ ଦେଖାଇ ନାହାନ୍ତି। ଆଗାମୀ ନିଲାମ ପ୍ରକ୍ରିୟାରେ ଓଡ଼ିଶା ଖେଳାଳି କୌଣସି ଫ୍ରାଞ୍ଚାଇଜ୍‌କୁ ଯାଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଛି।
ଗତ ସୟଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଶୁଭ୍ରାଂଶୁ ୫ ମ୍ୟାଚ ଖେଳି ଥରେ ଅପରାଜିତ ରହିଥିବାବେଳେ ୩୬.୫୦ ଆଭରେଜରେ ୧୪୬ ରନ ସଂଗ୍ରହ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୬୪ ଏବଂ ଷ୍ଟ୍ରାଇକ୍‌ରେଟ୍‌ ରହିଥିଲା ୧୨୩.୭୨। ସେହିପରି ଧୂପର ୫ଟି ମ୍ୟାଚରେ ଥରେ ଅପରାଜିତ ରହିଥିବାବେଳେ ୨୮.୫୦ ଆଭରେଜରେ ୧୧୪ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ଥିଲା ୧୦୨.୭୦ ଏବଂ ସର୍ବାଧିକ ସ୍କୋର ରହିଥିଲା ୩୭। ରାଜ୍ୟର ଜଣେ ପ୍ରତିଭାସମ୍ପନ୍ନ ବୋଲର ଭାବେ ପରିଚିତ ରାଜେଶ ୩ଟି ମ୍ୟାଚରେ ଖେଳିବା ସୁଯୋଗ ପାଇଥିବାବେଳେ ମାତ୍ର ଗୋଟିଏ ଉଇକେଟ ପାଇଥିଲେ। ସେହିଭଳି ପପୁ ରୟ ୫ ମ୍ୟାଚ ଖେଳି ୧୧୭ ରନ ବିନିମୟରେ ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ଗୌରବ ୩ଟି ମ୍ୟାଚ ଖେଳି ୨୨.୬୬ ଆଭରେଜରେ ୬୮ ରନ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୩୬ ଏବଂ ଷ୍ଟ୍ରାଇକ୍‌ରେଟ୍‌ ଥିଲା ୧୨୮.୩୦। ତାରିଣୀ ୨ଟି ମ୍ୟାଚରେ ୬ ଓଭର ବୋଲିଂ କରି ୫୬ ରନରେ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଏଥିରେ ପ୍ରଦର୍ଶନ ଏତେଟା ପ୍ରଭାବୀ ନ ଥିଲେ ହେଁ ନିକଟରେ ଓସିଏ ପକ୍ଷରୁ ଆୟୋଜିତ ଟି୨୦ ଟୁର୍ନାମେଣ୍ଟରେ ଏମାନେ ଭଲ ଖେଳିଥିବାରୁ ଆଇପିଏଲ ଆଶା ରଖିଛନ୍ତି।
ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳାଳି ଛାଡ଼ିବା-ରଖିବା ପ୍ରକ୍ରିୟା ସରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ୩୫.୭ କୋଟି, ଚେନ୍ନାଇ ସୁପରକିଙ୍ଗ୍ସ ନିକଟରେ ୨୨.୯ କୋଟି, ରାଜସ୍ଥାନ ରୟାଲ୍ସ ପାଖରେ ୩୪.୮୫ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ୧୨.୮ କୋଟି, ସନ୍‌ରାଇଜର୍ସ ହାଇଦ୍ରାବାଦ ପାଖରେ ୧୦.୭୫ କୋଟି, କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଖରେ ୫୩.୨ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୧୫.୩୫ କୋଟି ଏବଂ କୋଲକାତା ନାଇଟରାଇଡର୍ସ ପାଖରେ ୧୦.୮୫ କୋଟି ଟଙ୍କା ରହିଛି। ଏଥିରେ ଚେନ୍ନାଇ ୭(୧ ବିଦେଶୀ), ଦିଲ୍ଲୀ ୬(୨ ବିଦେଶୀ), ପଞ୍ଜାବ ୯(୫ ବିଦେଶୀ), କୋଲକାତା ୮(୨ ବିଦେଶୀ), ମୁମ୍ବାଇ ୭ (୪ ବିଦେଶୀ), ରାଜସ୍ଥାନ ୮ (୩ ବିଦେଶୀ), ବାଙ୍ଗାଲୋର ୧୩(୪ ବିଦେଶୀ), ହାଇଦ୍ରାବାଦ ୩(୧ ବିଦେଶୀ) ଖେଳାଳି କିଣିପାରିବେ। ଅର୍ଥାତ୍‌ ୧୯୬.୬୦ କୋଟି ଟଙ୍କାରେ ୬୧(୨୨ ବିଦେଶୀ) ଖେଳାଳି କିଣାହେବେ।
ନିଲାମ ପୂର୍ବରୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପାଇଁ ଟ୍ରେଡିଂ ପ୍ରକ୍ରିୟା ଫେବୃୟାରୀ ୪ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ। ଏହି ସମୟସୀମା ମଧ୍ୟରେ ଉଭୟ ପକ୍ଷର ବୁଝାମଣାଭିତ୍ତିରେ କୌଣସି ଫ୍ରାଞ୍ଚାଇଜ୍‌ ଅନ୍ୟ ଫ୍ରାଞ୍ଚାଇଜଠାରୁ ଖେଳାଳିଙ୍କୁ ସେମାନଙ୍କ ମୂଲ୍ୟରେ ନେଇପାରିବ। କୌଣସି ଫ୍ରାଞ୍ଚାଇଜ୍‌ ସହ ଚୁକ୍ତିବଦ୍ଧ ହୋଇ ନ ଥିବା ଖେଳାଳି ନିଲାମ ଏଗ୍ରିମେଣ୍ଟ ଫର୍ମକୁ ପୂରଣ କରି ଫେବୃୟାରୀ ୪ ସୁଦ୍ଧା ଅନ୍‌ଲାଇନ୍‌ରେ ଉପସ୍ଥାପନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri