Posted inଖେଳ

କାନୋଇଂ, କାୟାକିଂରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ

ଭୁବନେଶ୍ୱର,୩ା୨(ସ୍ପୋଟର୍‌ସବ୍ୟୁରୋ): ମଧ୍ୟପ୍ରଦେଶରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ୨୦୨୨ରେ ପ୍ରଥମ କରି କାୟାକିଂ ଓ କାନୋଇଂକୁ ସାମିଲ କରାଯାଇଛି। କାନୋଇଂରେ ଓଡ଼ିଶା ପୁରୁଷ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ କାୟାକିଂରେ ମହିଳା ଦଳ ଏବଂ ବ୍ୟକ୍ତିଗତ ବର୍ଗରେ ପୁଖରାମ ରୋଜି ଦେବୀ ସ୍ବର୍ଣ୍ଣ ପଦକ ପଦକ ହାସଲ କରଛନ୍ତି। କାନୋଇଂ କେ-୪ ୫୦୦ ମିଟର ପୁରୁଷ ଇଭେଣ୍ଟରେ ଓଡ଼ିଶା ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ଥଙ୍ଗାସବମ ଡାଏମଣ୍ଡ ମେଇତେଇ, ଟୋମଥିଲନଗମ୍ବା ନଗାଶେପମ, ଇରୋମ ବୋରିସ୍‌ ସିଂ ଓ ସତ୍ୟମ ବଲିୟାଁଙ୍କ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। କେ-୧ ଏମ ୧୦୦୦ ମିଟର ଇଭେଣ୍ଟରେ ଟୋମଥିଲନଗମ୍ବା ନଗାଶେପମ ବ୍ରୋଞ୍ଜ ପଦକ ହାସଲ କରିଥିଲେ। କେ-୨ ଏମ ୧୦୦୦ ମିଟର ଇଭେଣ୍ଟରେ ଟୋମଥିଲନଗମ୍ବା ନଗାଶେପମ ଓ ଇରୋମ ବୋରିସ୍‌ ସିଂ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସି-୨ ଏମ ୧୦୦୦ ମିଟର ଇଭେଣ୍ଟରେ ଅବିନାଶ ସିଙ୍ଗମ ଓ ଫାଇରେମ୍ବମ ବୋରିଶ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ମହିଳା କାୟାକିଂରେ କେ-୧ ଡବ୍ଲ୍ୟୁ ୫୦୦ ମିଟର ଇଭେଣ୍ଟରେ ପୁଖରାମ ରୋଜି ଦେବୀ ସ୍ବର୍ଣ୍ଣ ପଦକ ଜିତିଥିଲେ। କେ-୪ ଡବ୍ଲ୍ୟୁ ୫୦୦ ମିଟର ଦଳଗତ ଇଭେଣ୍ଟରେ ଶ୍ରୁତି ଚୌଗୁଲେ, ଲିଚୋନବାମ ସୋନିଆ ଦେବୀ, ଥୋଙ୍ଗମ ଲକ୍ଷ୍ମୀ ଓ ପୁଖରାମ ରୋଜି ଦେବୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କେ-୨ ଡବ୍ଲ୍ୟୁ ୫୦୦ ମିଟର ଇଭେଣ୍ଟରେ ଶ୍ରୁତି ଚୌଗୁଲେ ଓ ଥୋଙ୍ଗମ ଲକ୍ଷ୍ମୀ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ସେହିପରି ସି-୨ ଡବ୍ଲ୍ୟୁ ୫୦୦ ମିଟର ଇଭେଣ୍ଟରେ ମଧୁସ୍ମିତା ନାୟକ ଓ ଲେଇଚୋନବାମ ନେହା ଦେବୀ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଓଡ଼ିଶା ଦଳ ଲାଇଶରାମ ଜନସନ୍‌ ସିଂଙ୍କ ନେତୃତ୍ୱରେ ପ୍ରଶିକ୍ଷଣ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri