Posted inଖେଳ

ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟ୍‌ବଲ: ଯଶୋଦାଙ୍କ ଡବଲ୍‌ ଗୋଲ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର,୪।୩(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ୩-୨ ଗୋଲରେ ସ୍ପୋର୍ଟ୍ସ ହଷ୍ଟେଲକୁ ପରାସ୍ତ କରିଛି। ରାଇଜିଂ ତରଫରୁ ଯଶୋଦା ମୁଣ୍ଡା ୧୭ ଓ ୬୭ତମ ମିନିଟ୍‌ରେ ୨ଟି ଗୋଲ ସ୍କୋର କରିଥିଲେ। ତୃତୀୟ ମିନିଟ୍‌ରେ ସୁଭଦ୍ରା ସାହୁ ଗୋଲ ସ୍କୋର କରିଥିଲେ। ଅପରପକ୍ଷରେ ସ୍ପୋର୍ଟ୍ସ ହଷ୍ଟେଲ ତରଫରୁ ଗୀତା କିଷାନ ପଞ୍ଚମ ଓ ବନ୍ୟା କବିରାଜ ୨୬ ତମ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଦୁର୍ଗାମାଧମ ଆଚାର୍ଯ୍ୟ, ସୁଲତାନା ପରବୀନ, ଚନ୍ଦ୍ରକାନ୍ତ ବାରିକ, ବିଚିତ୍ର ପ୍ରଧାନ, ଦୁର୍ଗାମାଧବ ନାଏକ ଓ ସୁଦୀପ୍ତା ଦାଶ ମ୍ୟାଚ୍‌ ପରିଚାଳନା କରିଥିଲେ। ଗୁରୁବାର କ୍ୟାପିଟାଲ ସ୍କୁଲ ଗ୍ରାଉଣ୍ଡରେ ଓଡ଼ିଶା ପୋଲିସ ଓ ସାଇ ଏସ୍‌ଟିସି ପରସ୍ପରକୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଶତକ, ଭୁବିଙ୍କ ଘାତକ ବୋଲିଂରେ ଭାରତ ବିଜୟୀ

ତ୍ରିନିଦାଦ,୧୨।୮- ପୋର୍ଟ ଅଫ୍‌ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲଠାରେ ପ୍ରଥମେ ବିରାଟ କୋହଲିଙ୍କ ଶତକ ଓ ପରେ ଭୁବନେଶ୍ୱର କୁମାର (ଭୁବି)ଙ୍କ ଘାତକ ବୋଲିଂ ବଳରେ...

ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ମିଳିବ ଭାରତୀୟ ଟି୨୦ ବିଶ୍ୱକପ୍‌ ଦଳ

ଅହମ୍ମଦାବାଦ,୧୦।୩ : ଆସନ୍ତା ଶୁକ୍ରବାରଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ସମସ୍ତ ମ୍ୟାଚ୍‌ ସ୍ଥାନୀୟ...

ରୋହିତ୍‌, କୋହଲିଙ୍କୁ ପଛରେ ପକାଇଲେ ଧାଓ୍ବନ

ଦୁବାଇ, ୧୫।୧୦: ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ ବୁଧବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ...

ସ୍ବାମୀ କୋହଲିଙ୍କୁ ମାଗି ତାଙ୍କ ପୋଷାକ ପିନ୍ଧନ୍ତି ଅନୁଷ୍କା: ଏଭଳି ପ୍ରତିକ୍ରିୟା ଦିଅନ୍ତି ଅଧିନାୟକ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କର ପ୍ରେମ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ୨୦୨୧ ଆରମ୍ଭରେ ଏହି ଦମ୍ପତି ଏକ ପୁତ୍ର ସନ୍ତାନକୁ...

ଅଷ୍ଟ୍ରେଲିଆନ ଓପନ୍‌  ସେରେନା- ଓସାକା ସେମିଫାଇନାଲ

ମେଲବୋର୍ନ,୧୭।୨: ଅଷ୍ଟ୍ରେଲିଆନ ଓପନ ଟେନିସ୍‌ ଟୁର୍ନାମେଣ୍ଟରେ ଅଭିଜ୍ଞ ଆମେରିକୀୟ ମହିଳା ଖେଳାଳି ସେରେନା ଓ୍ବିଲିୟମ୍ସ ପୁଣି ଥରେ ନିଜର ଯାଦୁ ଦେଖାଇଛନ୍ତି। ଟୁର୍ନାମେଣ୍ଟରେ ୧୦ତମ ସିଡ୍‌...

ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର...

କୋଭିଡ- ୧୯: ୨୦ ଲକ୍ଷ ଟଙ୍କା ଦାନ କଲା ମୋହନ ବାଗାନ

କୋଲକାତା,୨୮।୩ (ପି.ଟି.)- କରୋନା ଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇ ପାଇଁ ଆଇ- ଲିଗ୍‌ ଚାମ୍ପିୟନ ମୋହନ ବାଗାନ କ୍ଲବ ୨୦ ଲକ୍ଷ ଟଙ୍କା ଦାନ...

କାମ ଦେଉଛି ଗୁରୁମନ୍ତ୍ର; ହେଲେ ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରୁନି

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ହର୍ଶଲ ପଟେଲ। ଚଳିତ ବର୍ଷ ସେ...

Advertisement
Archives

Model This Week