Posted inଖେଳ

ଓଡ଼ିଶା ମହିଳା ଚାମ୍ପିୟନ୍‌

ଭୁବନେଶ୍ୱର,୬ା୨ (ସ୍ପୋଟର୍‌ସ ବ୍ୟୁରୋ): ୧୫ ତମ ଜାତୀୟ ରଗ୍‌ବୀ ଚାମ୍ପିୟନଶିପ୍‌ରେ ଚାମ୍ପିୟନ୍‌ ଆଖ୍ୟ ଅର୍ଜନ କରିଛି ଓଡ଼ିଶା ମହିଳା ଦଳ। କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଟୁର୍ନାମେଣ୍ଟର ଫାଇନାଲରେ ଓଡ଼ିଶା ୪୭-୭ ପଏଣ୍ଟରେ ବିହାରକୁ ପରାସ୍ତ କରିଥିଲା। ଦିଲ୍ଲୀ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା। ସେହିପରି ପୁରୁଷ ବର୍ଗରେ ଅନୁଷ୍ଠିତ ଫାଇନାଲରେ ଦିଲ୍ଲୀ ହରିକେନ ଏକ ପାଖିଆ ଭାବରେ ୧୦୦-୩ ପଏଣ୍ଟରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିଲା। ତେବେ ବ୍ରୋଞ୍ଜ ପଦକ ମ୍ୟାଚରେ ଇଣ୍ଡିଆନ୍‌ ଆର୍ମି ୪୦-୧୮ରେ କିସ୍‌କୁ ପରାସ୍ତ କରିଥିଲା। ପୂର୍ବତନ ରଗବୀ ଖେଳାଳି ଗଣେଷ ହେମ୍ବ୍ରମ, ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ୍‌ ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି, କ୍ରୀଡା ଓ ଯୁବସେବା ଅଧିକାରୀ ୟଶ ଚଭନ, କିଟ୍‌ କ୍ରୀଡା ଅଧିକାରୀ ରୁଦ୍ର କେ ଜେନା ଏବଂ କୋଚ ମାନସ କୁମାର ଜେନା ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ ସଭାପତି ପ୍ରିୟଦର୍ଶୀ ମିଶ୍ର ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏନ୍‌ସିଏ ୨୩ବର୍ଷରୁ କମ୍‌ ମହିଳା ଶିବିରରେ ସୁଶ୍ରୀ

କଟକ ଅଫିସ,୧୫ା୫- ଆସନ୍ତା ଜୁନ ୨୪ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ୨୩ବର୍ଷରୁ କମ୍‌ ମହିଳା ଶିବିର ଅନୁଷ୍ଠିତ...

ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆ ଟିମ୍‌କୁ ଏକାକୀ ପାଣି ପିଆଇ ଦେଇଥିଲେ

ବେଲଫାଷ୍ଟ,୧୪।୯: କ୍ରିକେଟରୁ ଜିମ୍ବାଓ୍ବେର ସିନିୟର ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ ଟେଲରଙ୍କ ଅବସର ସହ ଏକ ଯୁଗ ଶେଷ ହୋଇଛି। ଜିମ୍ବାଓ୍ବେ କ୍ରିକେଟ ଇତିହାସର ସବୁଠୁ ସଫଳତମ ବ୍ୟାଟ୍ସମ୍ୟାନ...

ଅଗଷ୍ଟରେ ଫାଓ, ସେପ୍ଟେମ୍ବରରେ ଓସିଏ ନିର୍ବାଚନ : ଦୋଛକିରେ ସଞ୍ଜୟ, ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା

କଟକ ଅଫିସ,୬ା୭- ରାଜ୍ୟ କ୍ରୀଡ଼ା ଜଗତରେ ଯେଉଁ କେତୋଟି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ପ୍ରସଙ୍ଗ ସବୁଠାରୁ ଆଗରେ...

ଗାଭାସ୍କରଙ୍କ ଭବିଷ୍ୟବାଣୀ: କହିଲେ ଏଥର ଏହି ଦଳ ହାତେଇବ ଆଇପିଏଲ୍‌ ଟାଇଟଲ

ନୂଆଦିଲ୍ଲୀ,୧୬।୩: ଚଳିତ ବର୍ଷ ଆଇପିଏଲ୍‌ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଆଇପିଏଲ୍‌ ପ୍ରଥମ ମ୍ୟାଚ୍‌ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ...

ଓ୍ବାର୍ମଅପ୍‌ରେ ଖେଳି ନ ପାରନ୍ତି କୋହଲି

ସିଡ୍‌ନୀ, ୯।୧୨(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ୩ ଦିନିଆ ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌ ଖେଳିବା ସମ୍ଭାବନା କମ୍‌...

ଆଇପିଏଲ୍‌: ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ

ନୂଆଦିଲ୍ଲୀ,୩୧।୩(ପି.ଟି.): ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱରେ ପରିବର୍ତ୍ତନ କରାଯାଇଛି।...

ସିନ୍ଧୁଙ୍କ ଜବରଦସ୍ତ ପ୍ରଦର୍ଶନ: ଭାରତକୁ ପୁଣି ଏକ ପଦକ ଆଶା

ଟୋକିଓ,୨୦।୭: ଟୋକିଓ ଅଲିମ୍ପିକ୍ସର ବ୍ୟାଡମିଣ୍ଟନ କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ପରାସ୍ତ କରିଛନ୍ତି। ଏହା ସହ ସେ...

ଇଣ୍ଡୋ-ପାକ୍‌ ଡେଭିସ୍‌ କପ୍‌ ମ୍ୟାଚ: ଏଆଇଟିଏ-ଆଇଟିଏଫ୍‌ ଟେଲିକନ୍‌ଫରେନ୍ସ ପୁଣି ବାତିଲ

ନୂଆଦିଲ୍ଲୀ, ୨୧ା୮ (ପି.ଟି.)- ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ କପ୍‌ ମ୍ୟାଚ ଖେଳାଯିବା ସମ୍ପର୍କରେ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଏବଂ ଅନ୍ତର୍ଜାତୀୟ ଟେନିସ...

Advertisement
Archives

Model This Week