Posted inଖେଳ

ଓଡ଼ିଶା ଉସୁ ଦଳକୁ ୧ ସ୍ବର୍ଣ୍ଣ ସହ ୫ ପଦକ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ୨୧ରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ୨୦ତମ ଜାତୀୟ ସବ୍‌ଜୁନିୟର ଉସୁ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ଏଥିରୁ ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ମିଳିଛି। ଶ୍ୱେତାରାଣୀ ମହନ୍ତ ୩୨ କେଜି ବାଳିକା ସାନଶୋଉ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସୁମିତା ମୁଣ୍ଡା ୩୬ କେଜି ବାଳିକା ସାନଶୋଉ, ଗାର୍ଦି ମୁଣ୍ଡା ୨୦ କେଜି ବାଳକ ସାନଶୋଉ ଏବଂ ଅଖିଳ ମୁଣ୍ଡା ୨୪ କେଜି ବାଳକ ସାନଶୋଉ ବିଭାଗରେ ରୌପ୍ୟ ପଦକ ପାଇଛନ୍ତି। ସେହିପରି ମାଳିନୀ ମୁଣ୍ଡା ୨୮ କେଜି ବାଳିକା ସାନଶୋଉରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଦଳଗତ ସାଣ୍ଡା ବିଭାଗରେ ରାଜସ୍ଥାନ, ହରିୟାଣା, ଉତ୍ତର ପ୍ରଦେଶ, ତାଓଲୁରେ ମଣିପୁର, ମଧ୍ୟପ୍ରଦେଶ, ଆସାମ ପ୍ରଥମ ତିନି ସ୍ଥାନ ଅଧିକାର କରିଛନ୍ତି। ମଣିପୁର ଓଭରଅଲ୍‌ ଚାମ୍ପିୟନ ହୋଇଛି। ଉସୁ ଆସୋସିଏଶନ ଅଫ୍‌ ଓଡ଼ିଶା ସଭାପତି ଏସ.ଏସ. ହରିଚନ୍ଦନ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଅଲ୍‌ ଓଡ଼ିଶା କିକ୍‌ବକ୍ସିଂ ଆସୋସିଏଶନ (ଏଓକେଏ) ସମ୍ପାଦକ ବିଭୂତି ଭୂଷଣ ବେହେରା କୃତୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ କ୍ୟାପିଟାଲ୍ସରେ କରୋନା ପ୍ରକୋପ: ଆଇସୋଲେଶନରେ ରିକି ପଣ୍ଟିଂ

ମୁମ୍ବାଇ,୨୨।୪: କରୋନା ପ୍ରକୋପ ଦେଇ ଗତି କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିରୋଧରେ ହେବାକୁ...

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌(ଓଟିପିଏଲ)ର ତୃତୀୟ ସଂସ୍କରଣ ବୁଧବାର କିଟ୍‌ ପରିସରରେ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ...

କୋହଲି- ରାହୁଲଙ୍କ ଏହି ଫଟୋ ଦେଖି ଭାବବିହ୍ବଳ ହେଲେ ପ୍ରଶଂସକ; କହିଲେ- ତୁମକୁ ଏପରି…

ନୂଆଦିଲ୍ଲୀ,୧୮।୧: ଯିଏ ଥିଲେ ଅଧିନାୟକ, ଏବେ ସେ ଜଣେ ସାଧାରଣ ଖେଳାଳି। ଯାହାଙ୍କ ନିର୍ଦ୍ଦେଶକୁ ଖେଳାଳିମାନେ ଶୁଣୁଥିଲେ ସେ ଏବେ ଅନ୍ୟର ନିର୍ଦ୍ଦେଶକୁ ପାଳନ କରୁଛନ୍ତି।...

କିଜ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ସିନସିନାଟି,୧୯।୮(ଏଏଫ୍‌ପି): ଏଠାରେ ଚାଲିଥିବା ଡବ୍ଲ୍ୟୁଟିଏ ସିନସିନାଟି ମାର୍ଷ୍ଟସ ଟୁର୍ନାମେଣ୍ଟରେ ମାଡିସନ କିଜ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ସ୍ବେତଲାନା କୁଜନେସ୍ତୋଭାଙ୍କୁ ୭-୫,...

ପୃଥ୍ବୀ ଶ’ଙ୍କୁ ଆକ୍ରମଣ ଘଟଣା: ସପ୍‌ନା ଗିଲ୍‌ଙ୍କୁ ଜାମିନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ସହ ଝଗଡ଼ା ଅଭିଯୋଗରେ ଗିରଫ ହୋଇଥିବା ସୋସିଆଲ ମିଡିଆ ଇନ୍‌ପ୍ଲୁଏନ୍ସର ସପନା ଗିଲଙ୍କୁ ସୋମବାର ମୁମ୍ବାଇ...

୧୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏହି ପ୍ରସିଦ୍ଧ ଖେଳାଳି

ବିଶ୍ୱ ଗଲ୍‌ଫର ସବୁଠୁ ବଡ଼ ନାମ ଟାଇଗର ଉଡ୍ସ। ଏହି ପ୍ରସିଦ୍ଧ ଖେଳାଳି ଏକଦା ୧୨୧ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନିଜ ଆଡୁ...

ଅବସର ନେଲେ ଏହି ଷ୍ଟାର ଖେଳାଳି

ଲଡର୍‌ସ,୧୪ା୪: ଇଂଲଣ୍ଡ ବୋଲର ଆନ୍ୟା ଶ୍ରୁବସୋଲ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କର ୧୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି।...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପରଲୋକ

ଇଂଲଣ୍ଡର କାଉଣ୍ଟି ଦଳ କେଣ୍ଟର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଗ୍ରାହାମ କାଉଡ୍ରେଙ୍କ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ସେ...

Advertisement
Archives

Model This Week