ଇଡି,ସିବିଆଇ ଭୟରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଇପାରିବ ନାହିଁ: ତାରା

ଭୁବନେଶ୍ୱର,୧୪ା୬-ଆଗାମୀ ଦିନରେ କଂଗ୍ରେସ ବିରୋଧୀ ଦଳ କାମ କରିବ । କାରଣ ଇଡି, ସିବିଆଇ ଭୟରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଇ ପାରିବ ନାହିଁ । କଂଗ୍ରେସ ହିଁ ଆସନ୍ତା ୫ ବର୍ଷ ପାଇଁ ବିରୋଧୀ ଦଳ ଭୂମିକା ତୁଲାଇବ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ଶୁକ୍ରବାର ଗଣମାଧ୍ୟମକୁ ତାରା କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଭାଜପା ସରକାର ଗଢ଼ିଛି । ୨୪ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଛି । କିନ୍ତୁ କଂଗ୍ରେସ ରାଜ୍ୟରେ ୧ ନମ୍ବର ଦଳ ହେବ।

ଏଠାରେ ସୂଚନାଯୋଗ୍ୟ, କୋରାପୁଟ ପରେ ଜୟପୁର ବିଧାନସଭା ଆସନରୁ ତାରା ଲଗାତର ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ଓ ଭାଜପା ହାଓ୍ବା ସତ୍ତ୍ୱେ ସେ କଂଗ୍ରେସ ଟିକେଟରେ ପୁଣି ବିଜୟୀ ହୋଇଛନ୍ତି। ତାଙ୍କୁ ବିଧାୟକ ଦଳ ନେତା ଆସନ ମିଳିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

ଦାରିଙ୍ଗବାଡ଼ିରେ ବଢୁଛି ଲୁଟ୍‌, ଗୋଟିଏ ଘଟଣାରେ ୨ ଗିରଫ, ଆଉ ୩ ଘଟଣାରେ ପୋଲିସ ହାତଖାଲି

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ…

ସୀମାଟପିଲାଣି ଦୁର୍ନୀତି: ଭିମାଗୁଡ଼ି-କର୍ଲାମୁଣ୍ଡା କଂକ୍ରିଟ ରାସ୍ତା ନିମ୍ନମାନର ନିର୍ମାଣ

ରିଷିଡା, ୮।୮ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତି ଦିନକୁ ଦିନ ସୀମା ଟପୁଥିବା ଅଭିଯୋଗ ହୋଇଛି। ବ୍ଲକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଅପାରଗତା ଯୋଗୁ ଠିକାଦାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri