ରାସ୍ତା ଜାମରେ ଫସିଲା ବସ୍‌, ଅଫିସରଙ୍କ ଗାଡ଼ି

କାଳିଆପାଣି,୩ା୬(ଡି.ଏନ.ଏ.): ଯାଜପୁର ଜିଲାର କ୍ରୋମାଇଟ୍‌ ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ହୋଇପଡ଼ିଛି। ଫଳରେ ଶୁକ୍ରବାର ବସ୍‌ ଯାତ୍ରୀଙ୍କ ସହ ଖଣି କର୍ମଚାରୀ ଓ ଅଧିକାରୀମାନେ ଠିକ୍‌ ସମୟରେ କାର୍ଯ୍ୟସ୍ଥଳରେ ପହଞ୍ଚତ୍ ପାରିନାହାନ୍ତି। ଏଥିଯୋଗୁ ଖଣି କାର୍ଯ୍ୟ ପ୍ରଭାବିତ ହୋଇଛି। ଯାତ୍ରୀମାନେ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ ପାରି ନ ଥିବାରୁ ସେମାନଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି।
ଖଣିକୁ କ୍ରୋମାଇଟ୍‌ ଲୋଡିଂ ପାଇଁ ଗୁରୁବାରଠାରୁ ରାସ୍ତା କଡ଼ରେ ଶତାଧିକ ୧୦/୧୨/୧୪ ଚକିଆ ଟ୍ରକ୍‌ ପାର୍କିଂ କରାଯାଇଛି। ଫଳରେ ଶୁକ୍ରବାର ୬ ଚକିଆ ଟ୍ରକ୍‌ଗୁଡ଼ିକ ରାସ୍ତାର ଅପର ପାଶର୍‌ବରେ ପାର୍କିଂ କରାଯାଇଥିଲା, ଯଦ୍ଦ୍ବାରା ଉଭୟ ପଟୁ ଟ୍ରକ୍‌ ଆସି ମଝିରେ ପସିଯିବାରୁ ରାସ୍ତା ଜାମ୍‌ ହୋଇଯାଇଥିଲା। ରାତି ୪ଟାରୁ ସୁକୁରୁଙ୍ଗି ଓ କାଳିଆପାଣିରୁ କଟକ, ଭୁବନେଶ୍ବର, ଯାଜପୁର ଟାଉନ, ଅନୁଗୋଳ, କେନ୍ଦୁଝର ଓ କରଞ୍ଜିଆ ଅଞ୍ଚଳକୁ ବସ ଚଳାଚଳ କରିଥାଏ। ହେଲେ ଶୁକ୍ରବାର ଟ୍ରକ୍‌ଗୁଡ଼ିକ ଦ୍ବାରା ରାସ୍ତା ଜାମ୍‌ ହେବାରୁ ବସ୍‌ଗୁଡିକ ନିଜନିଜ ଗନ୍ତବ୍ୟସ୍ଥଳକୁ ଯାଇପାରି ନ ଥିଲେ। ଦିନତମାମ ରାସ୍ତାରେ ବସ୍‌ଗୁଡ଼ିକ ଫସି ରହିଥିବାବେଳେ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା।
ଟ୍ରକ୍‌ ଦ୍ବାରା ରାସ୍ତା ଏପରି ଅବରୋଧ ହୋଇଥିଲାଯେ, ପଥଚାରୀ ମଧ୍ୟ ଯାତାୟାତ କରି ପାରି ନ ଥିଲେ। କାଳିଆପାଣି, ଓସ୍ତପାଳ, ସୁକୁରୁଙ୍ଗି, ସରୁଆବିଲ, କମର୍ଦା ଖଣି ଅଧିକାରୀମାନେ ସକାଳୁ ଖଣିକୁ ଯିବାକୁ ବାହାରିଥିବାବେଳେ ଜାମରେ ଫସି ରହିଥିଲେ। ସ୍ଥାନୀୟ ପୋଲିସର ଅପାରଗତା ଓ ଟ୍ରକ୍‌ ମାଲିକଙ୍କ ବେପରୁଆ ଗାଡ଼ି ପାର୍କିଂ ଯୋଗୁ ସ୍ଥାନୀୟ ଅଧିବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଟିସ୍କୋ ପାର୍କିଂ ୟାର୍ଡରେ ଟ୍ରକ୍‌ ଭର୍ତ୍ତି କରିବାକୁ ନେଇ ୨/୩ ଘଣ୍ଟା ରାସ୍ତା ଜାମ ହେଉଥିବା ବେଳେ ଶୁକ୍ରବାର ଏହା ଚରମ ସୀମାରେ ପହଞ୍ଚତ୍ଛି। ସକାଳଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖଣି ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଟମକା ମଙ୍ଗଳପୁର ମୁଖ୍ୟ ରାସ୍ତା ଜାମ ରହିଥିଲା। କାଳିଆପାଣି ଓଏମ୍‌ସି ଗେଟ୍‌ଠାରୁ କୋଳିପଶି ଛକ ୭ କିଲୋମିଟର ରାସ୍ତାରେ ୪ ଧାଡ଼ିରେ ଟ୍ରକ୍‌ ରହିଥିବାରୁ ଆମ୍ବୁଲାନ୍ସ, ଛୋଟ ଗାଡି ଘଣ୍ଟାଘଣ୍ଟା ଧରି ଜାମରେ ଫସି ରହିଥିଲା। ଖରାରେ ଯାତ୍ରୀ ସିଝୁଥିବାବେଳେ ପୋଲିସ ଟ୍ରାଫିକ ସୁଧାରିବା ପାଇଁ ଅସହାୟ ପ୍ରକାଶ କରି ଏପଟ ସେପଟ ହେଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri