ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ୧୦ ରାଜ୍ୟରେ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ସ୍କୁଲ ରୂପାନ୍ତରଣ କେବଳ ଭିତ୍ତିଭୂମିର ବିକାଶରେ ସୀମିତ ନୁହେଁ, ଶିକ୍ଷକ ନିୟୋଜନ ମଧ୍ୟ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୨୦୨୩-୨୪ରେ ୧୦୪୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରାଯାଇ ୫୧,୫୩୫ ପଦବୀ ପୂରଣ ନିମିତ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ୨୨୪୫, ମାଧ୍ୟମିକ ସ୍କୁଲରେ ୧୭,୪୨୮, ପ୍ରାଥମିକ ସ୍କୁଲ ସ୍ତରରେ ୨୦,୦୦୦, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୭୦ ପଦବୀ ଏବଂ ଅନ୍ୟାନ୍ୟ ୧୦,୭୯୨ ପଦବୀ ପୂରଣ କରିବା ପାଇଁ ପ୍ରସ୍ତାବ ରହିଛି। ଶୁକ୍ରବାର ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଜବାବରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧାନସଭାରେ ଏହା କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ୨୦୨୧ରୁ ୫-ଟି କାର୍ଯ୍ୟକ୍ରମ ଜରିଆରେ ପରିବର୍ତ୍ତିତ ପରିଦୃଶ୍ୟ ପାଇଁ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଉତ୍ତର ପ୍ରଦେଶରେ ଚଳିତବର୍ଷ ବୋର୍ଡ ପରୀକ୍ଷାରେ ୭.୮ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଇ ନ ଥିବା ବେଳେ ଆସାମରେ ଦଶମ ଶ୍ରେଣୀର ପ୍ରାୟ ୧୪,୦୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାନ୍ତି। ମାଧ୍ୟମିକ ସ୍ତରରେ ଗୁଜରାଟର ଡ୍ରପଆଉଟ୍‌ ହାର ୨୩.୩ ପ୍ରତିଶତ, ମଧ୍ୟପ୍ରଦେଶ ୨୩.୮ ପ୍ରତିଶତ, ତ୍ରିପୁରା ୨୬ ପ୍ରତିଶତ, ବିହାର ୨୧.୪ ପ୍ରତିଶତ, ଝାଡ଼ଖଣ୍ଡ ୧୬.୬ ପ୍ରତିଶତ ଏବଂ କର୍ନାଟକର ଡ୍ରପଆଉଟ୍‌ ହାର ୧୬.୬ ପ୍ରତିଶତ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗ, ଗୁଜରାଟ, ବିହାର ଏବଂ ତ୍ରିପୁରାରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ୍‌ ହାର ଜାତୀୟ ହାରଠାରୁ ଅଧିକ। ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସୂଚନାଯୋଗ୍ୟ, ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷା ବର୍ଷରେ ଓଡ଼ିଶା ଲେଭଲ୍‌-୬ରେ ଏବଂ ୨୦୧୯-୨୦ରେ ଲେଭଲ୍‌-୪ରେ ଥିବାବେଳେ ୨୦୨୦-୨୧ରେ ଦିଲ୍ଲୀ, କର୍ନାଟକ, ହିମାଚଳପ୍ରଦେଶ, ହରିୟାଣା, ପୁଡୁଚେରି, ଲାକ୍ଷାଦ୍ୱୀପ ଲେଭଲ୍‌-୩ରେ ରହିଛି। ଏଜୁକେଶନ ଓ୍ବାର୍ଲଡ ପକ୍ଷରୁ ଏକ ଶୈକ୍ଷିକ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ଶିକ୍ଷକ ଛାତ୍ର ଅନୁପାତ, ଆନୁଷଙ୍ଗିକ ଭିତ୍ତିଭୂମି ଆଦିକୁ ବର୍ଗୀକରଣ କରାଯାଇ ହୋଇଥିବା ସର୍ଭେ ଅନୁସାରେ ଗଞ୍ଜାମର ଓଏଭି, ହାତିଓଟା ସରକାରୀ ସ୍କୁଲ ବର୍ଗରେ ପଞ୍ଚମ ସ୍ଥାନ ହାସଲ କରିପାରିଥିବା ବେଳେ ଆବାସିକ ସରକାରୀ ସ୍କୁଲ ବର୍ଗରେ ମୟୂରଭଞ୍ଜ ଜିଲାର ବାରିପଦା ଆଦର୍ଶ ବିଦ୍ୟାଳୟ ଦଶମ ସ୍ଥାନରେ ସ୍ଥାନିତ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ଜଣ ଛାତ୍ରୀଛାତ୍ର ସର୍ବଭାରତୀୟସ୍ତରୀୟ ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷାରେ ନିଜର ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସିବିଏସ୍‌ଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ୯୫.୭୧ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୦୫୨ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି। ୫-ଟି ହାଇସ୍କୁଲ ରୂପାନ୍ତରଣ ଅଧୀନରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୩ ପର୍ଯ୍ୟାୟରେ ୬୮୭୨ ହାଇସ୍କୁଲ ରୂପାନ୍ତରଣ କରାଯାଇଥିବା ବେଳେ ଏଥିପାଇଁ ୩୪୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୪ର୍ଥ ପର୍ଯ୍ୟାୟ ପାଇଁ ମୋଟ ୧,୦୦୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବିଦ୍ୟାଳୟ ରୂପାନ୍ତରଣ ଯୋଗୁ ବେସରକାରୀ ସ୍କୁଲରେ ୨୦୧୯-୨୦ରେ ଥିବା ବିଦ୍ୟାର୍ଥୀ ସଂଖ୍ୟା ୧୬ ଲକ୍ଷ ୫ ହଜାରରୁ ପ୍ରାୟ ଦେଢ ଲକ୍ଷ ହ୍ରାସ ପାଇ ୨୦୨୧-୨୨ରେ ୧୪ ଲକ୍ଷ ୬୨ ହଜାରରେ ପହଞ୍ଚିଛି। ଅର୍ଥାତ ସରକାରୀ ସ୍କୁଲରେ ୮୧ ପ୍ରତିଶତ ପିଲା ବର୍ତ୍ତମାନ ଅଧ୍ୟୟନରତ ଅଛନ୍ତି। ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବାବଦରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୧୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫୩,୬୧୮ ଛାତ୍ରୀଛାତ୍ର, ୧୮୫୯ ଶିକ୍ଷୟିତ୍ରୀଶିକ୍ଷକ, ୨୩୬୪ ବିଦ୍ୟାଳୟ, ୩ ଜିଲା, ୧୦ ବ୍ଲକ୍‌, ୪୧୪ ଗ୍ରାମପଞ୍ଚାୟତ, ୪୧୯ ଏସ୍‌ଏମ୍‌ସି ଏବଂ ୪୧୯ଟି ଶ୍ରେଷ୍ଠ ଆଲୁମ୍‌ନିକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିବା ବ୍ୟବସ୍ଥା ହୋଇଛି। ବିରୋଧୀ ଆଣିଥିବା ଅଭିଯୋଗ ସତ୍ୟ ଉପରେ ଆଧାରିତ ନୁହେଁ ବୋଲି ମନ୍ତ୍ରୀ କହିଥିଲେ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଭାଜପା ଓ କଂଗ୍ରେସ ସଭ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍‌ଚୁପ୍‌ରେ କମ୍ପିଲା କଲେଜ କ୍ୟାମ୍ପସ୍…

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କଲେଜ ପରିସର ଚଳଚଞ୍ଚଳ…

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?