କେବେ ଖୋଲିବ ହାଡ଼ବନ୍ଧ ପୋଖରୀ

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରରେ ସୌନ୍ଦର୍ଯ୍ୟକରଣ ହୋଇଥିବା ହାଡ଼ବନ୍ଧ ପୋଖରୀ ସର୍ବସାଧାରଣଙ୍କ ପାଇଁ ଖୋଲିପାରିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତ ସମୟରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ଆଦର୍ଶ ପୋଖରୀକୁ ଲୋକର୍ପଣ କରିଥିଲେ। ଏହାକୁ ମାସେ ପୂରିଥିଲେ ହେଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ନ ଯିବା ଏବଂ ଜନସାଧାରଣଙ୍କ ବ୍ୟବହୃତ ପୋଖରୀକୁ ପାର୍କରେ ରୂପାନ୍ତରିତ କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ରାଜାରାଜୁଡ଼ା ଅମଳର ପୋଖରୀକୁ ଖଣିଜ ପାଣ୍ଠି ଅର୍ଥରେ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏଥିରେ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୋଖରୀ ମଧ୍ୟରେ ଥିବା ପଥର ଉତ୍ତୋଳନ କରାଯାଇ ନାହିଁ। ଫଳରେ ଏହାକୁ ବୋଟିଂ ଭଳି କାମରେ ବ୍ୟବହାର କରାଯାଇ ପାରିବନାହିଁ। ଉପଯୁକ୍ତ ତଦାରଖ ଅଭାବରୁ କାମର ମାନ ଠିକ୍‌ ହୋଇ ନାହିଁ। ଅନ୍ୟପକ୍ଷେ ପୂର୍ବରୁ ପୋଖରୀରେ ଲୋକମାନେ ଗାଧୋଇବା ସହ ଧାର୍ମିକ ଓ ଶୁଦ୍ଧି କାମ କରୁଥିଲେ। ପାର୍କ ହେବା ପରେ ପୌର ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି। ନିକଟରେ ସେଭଳି ବିକଳ୍ପ ବ୍ୟବସ୍ଥା ଯଥା ପୋଖରୀଟିଏ ନ ଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଉଛି। ପୂର୍ବରୁ ଉକ୍ତ ସ୍ଥାନରେ ଏକ ବ୍ୟୟବହୁଳ ପାର୍କ ନିର୍ମାଣ କରାଯାଇଥିବା ବେଳେ ମାତ୍ର ୫୦ ମିଟର ବ୍ୟବଧାନରେ ପୋଖରୀର ସୌନ୍ଦର୍ଯ୍ୟକରଣ କରି ଅର୍ଥଶ୍ରାଦ୍ଧ କରାଯାଇଛି। ବରଂ ଏଠାରେ ବୋଟିଂ ଭଳି ବ୍ୟବସ୍ଥା କରାଯାଇଥିଲେ ଅଧିକ ଆକର୍ଷଣୀୟ ହୋଇଥାନ୍ତା ବୋଲି ସ୍ଥାନୀୟ ଆଇନଜୀବୀ ସନ୍ତୋଷ ଦାସ କହିଛନ୍ତି। ରାଜାରାଜୁଡ଼ା ଅମଳର ଏହି ପୋଖରୀକୁ ଲୋକଙ୍କ ବ୍ୟବହାର କରିବା ପାଇଁ ରାଜା ପ୍ରତିଷ୍ଠା କରିଥିଲେ। ଏବେ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯାଇ ଲୋକଙ୍କୁ ବାରଣ କରାଯାଉଛି। ଏତେ ଟଙ୍କା କାହା ସ୍ବାର୍ଥରେ ଖର୍ଚ୍ଚ ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ତ୍ରିଲୋଚନ ମିଶ୍ର କହିଛନ୍ତି।
ପୋଖରୀର ନିର୍ମାଣ କାମ ୨୦୨୦ ଡିସେମ୍ବର ୩ ରେ ଆରମ୍ଭ ହୋଇ ୨୦୨୧ ଡିସେମ୍ବର୨ରେ ସରିବା ନେଇ ସୂଚନା ଫଳକରେ ଉଲ୍ଲେଖ ହୋଇଛି। କାର୍ଯ୍ୟ ଶେଷ ଅବଧି ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ହେଁ କାମ ସରୁ ନାହିଁ। ଏନେଇ ପ୍ରଶାସନ ପକ୍ଷରୁ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବାହାବା ନେବାକୁ ଅସମ୍ପୂର୍ଣ୍ଣ ପୋଖରୀକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଛି ବୋଲି ପୂର୍ବତନ ପୌର ଅଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ କହିଛନ୍ତି।
ଏନେଇ ଜିଲା ଖଣିଜ ପ୍ରତିଷ୍ଠାନ ଓ ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ଖୁବ୍‌ ଶୀଘ୍ର ଲୋକଙ୍କ ପାଇଁ ଖୋଲାଯିବ। ଆଲୋକ ବ୍ୟବସ୍ଥା ସହିତ ବ୍ୟାୟାମ, ଯୋଗ ଆଦି କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସକାଳ ସମୟରେ ଫ୍ରି ରହିବ ଏବଂ ସନ୍ଧ୍ୟା ସମୟରେ ଏଣ୍ଟ୍ରି ଫି ଲାଗୁ ହେବ। ସେହି ପଇସାରେ ରକ୍ଷଣାବେକ୍ଷଣ କରାଯିବ ବୋଲି କହିଥିଲେ। ଏନେଇ ଡିଏମ୍‌ଏଫ୍‌ ମୁଖ୍ୟ ତଥା ଜିଲାପାଳ ଆଶିଷ ଠାକ୍‌ରେ କହିଛନ୍ତି, କାହିଁକି ଖୋଲାଯାଇ ନାହିଁ ତାହାର ଯାଞ୍ଚ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଗଞ୍ଜେଇ ବେପାରୀ; ୨୩ କେଜିରୁ ଅଧିକ ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୧୩।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଏକ ବଡ଼ଧରଣର ଗଞ୍ଜେଇ ଜବତ କରାଯାଇଛି। ପାଟ୍ରୋଲିଂ ବେଳେ ପୋଲିସ ୨୩…

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?