Posted inଖେଳ

ଜାତୀୟ ସିନିୟର କବାଡ଼ି ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧୨।୪(କ୍ରୀଡ଼ା ପ୍ରତିନିଧି)- ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ଉତ୍ତର ପ୍ରଦେଶ ରାଜ୍ୟ କବାଡ଼ି ସଂଘ ଆନୁକୂଲ୍ୟରେ ୬୮ତମ ଜାତୀୟ ସିନିୟର ପୁରୁଷ କବାଡ଼ି ପ୍ରତିଯୋଗିତା ଚଳିତ ମାସ ୧୩ରୁ ୧୬ ପର୍ଯ୍ୟନ୍ତ ଅଯୋଧ୍ୟାରେ ଆୟୋଜନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ଦାଣ୍ଡମୁକୁନ୍ଦପୁରଠାରେ ଗତ ମାର୍ଚ୍ଚ ୧୪ରେ ଓଡ଼ିଶା ଦଳର ଚୟନ ଅନୁଷ୍ଠିତ ହୋଇଯାଇଛି। ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ସରୋଜ କୁମାର ସେଠୀ (କଟକ, ଅଧିନାୟକ), ସୁଶାନ୍ତ କୁମାର ସାମଲ, ଦେବୀ ପ୍ରସାଦ ଦାସ (ଉଭୟେ ଭୁବନେଶ୍ୱର), ସ୍ବାଧୀନ ମେହେର(ସମ୍ବଲପୁର), ରଶ୍ମିରଞ୍ଜନ ରାଉତ (ଯାଜପୁର), ପରେଶ ଚନ୍ଦ୍ର ରାଉତ (ଢେଙ୍କାନାଳ), ସୁଜିତ ସୋଏ(ରାଉରକେଲା), ରଞ୍ଜନ କୁମାର ପ୍ରଧାନ, ପ୍ରକାଶ ପଲେଇ (ଉଭୟେ ପୁରୀ), ଅନିଲ କୁମାର ସ୍ବାଇଁ (ଗଞ୍ଜାମ), ଶ୍ରୀତମ ସେନାପତି (ନୟାଗଡ଼) ଓ ଜିତେନ୍ଦ୍ର ସ୍ବାଇଁ (ଏନ୍‌ଆର୍‌ଆର୍‌ଆଇ, କଟକ)। କେ. ମାଧବ ରାଓ ମୁଖ୍ୟ କୋଚ୍‌ ଏବଂ ମଳୟ କୁମାର ରାଉତ ମ୍ୟାନେଜର ଦାୟିତ୍ୱରେ ଥିବାବେଳେ ଜାତୀୟ ରେଫରି ସସ୍ମିତା ଦାସ ଓ ପ୍ରଦୀପ କୁମାର ସାହୁଙ୍କୁ ପ୍ରତିଯୋଗିତା ପରିଚାଳନା ପାଇଁ ଭାରତୀୟ କବାଡ଼ି ସଂଘ ପକ୍ଷରୁ ମନୋନୀତ କରାଯାଇଛି। ଓଡ଼ିଶା ଦଳ ଏବଂ ୨ ରେଫରି ରବିବାର ଅଯୋଧ୍ୟା ଯାତ୍ରା କରିଛନ୍ତି ବୋଲି ଓଡ଼ିଶା କବାଡ଼ି ଆସୋସିଏଶନ ସାଧାରଣ ସମ୍ପାଦକ ଅଜୟ କୁମାର ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଜେଣ୍ଟିନାର ‘ଗୋଲ୍ଡେନ ବୟ’

୧୯୬୦ ଅକ୍ଟୋବର ୩୦ରେ ଆର୍ଜେଣ୍ଟିନାର ବୁଏନ୍ସ ଆରିଜରେ ଜନ୍ମଗ୍ରହଣ କରିଥିବା ମାରାଡୋନା ୧୯୭୭ରୁ ୧୯୯୪ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ତରଫରୁ ପ୍ରତିନିଧିତ୍ୱ କରି ୯୧ ମ୍ୟାଚ୍‌ ଖେଳି...

ରଣଜୀ ଟ୍ରଫି: ଓଡ଼ିଶା-ବେଙ୍ଗଲ କ୍ବାର୍ଟର ମୁକାବିଲା

କଟକ ଅଫିସ,୨୦ା୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ ରାଉଣ୍ଡ ଗୁରୁବାରଠାରୁ ଆରମ୍ଭ ହେବ। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ...

ଅବସର ନେଲେ ନଟରାଜ: ଦୁଇଦିନରେ ଦୁଇ ଅଭିଜ୍ଞ ଆଉଟ୍‌

କଟକ ଅଫିସ,୨୨ା୧୦- ଲଗାତର ଦୁଇଦିନରେ ରାଜ୍ୟର ଦୁଇ ଅଭିଜ୍ଞ କ୍ରିକେଟ ଖେଳାଳି କ୍ରିକେଟଠାରୁ ଦୂରେଇ ଯାଇଛନ୍ତି। ରବିବାର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ହଳଧର ଦାସ ଅବସର...

ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ଲିଗ୍‌ ପର୍ଯ୍ୟାୟ ପରେ ଏବେ ଆସିଛି ଅସଲ ପରୀକ୍ଷାର ବେଳ। ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ରିକେଟ ଜଗତର ୪...

ଇନ୍‌ଷ୍ଟାଗ୍ରାମ୍‌ରେ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୦ କୋଟି ଟପିଲା

ଲିସବନ୍‌,୩୦।୧: ଇନ୍‌ଷ୍ଟାଗ୍ରାମ୍‌ରେ ପର୍ତ୍ତୁଗାଲର ଫୁଟବଲ ତାରକା କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୦ କୋଟି ଟପିଛି। ଏଭଳି ଉପଲବ୍ଧି ହାସଲ କରିଥିବା ସେ ପ୍ରଥମ ବ୍ୟକ୍ତି...

ମିଲର-ଡୁସେନ ଛଡ଼ାଇ ନେଲେ ମ୍ୟାଚ୍‌

ନୂଆଦିଲ୍ଲୀ,୯।୬: ୨୧୧ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିବା ସତ୍ତ୍ୱେ ଭାରତ ବିଜୟ ସ୍ବାଦ ଚାଖିପାରି ନାହିଁ। ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ଗୁରୁବାର ଦକ୍ଷିଣ...

ଗୋଟିଏ କାନରେ ଶୁଣିପାରୁ ନ ଥିଲେ ଏହି କ୍ରିକେଟର୍‌, ଦେଶ ପାଇଁ କଲେ ଡେବ୍ୟୁ

ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି।...

ରାଗିଗଲେ ରୋହିତ ଶର୍ମା, କହିଦେଲେ ଏମିତି କଥା

ପୁଣେ,୭।୪: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠୁ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ଆରପିଏଲ୍‌ ଭଲ ଚାଲିନାହିଁ। ଦଳ ପ୍ରଥମ ୩ଟି ମ୍ୟାଚ୍‌ରେ...

Advertisement
Archives

Model This Week