Posted inରାଜ୍ୟ

ଗଣଶିକ୍ଷା ବିଭାଗର ନିଷ୍ପତ୍ତି: ସ୍କୁଲରେ ମିଳିବ ପାଣି ପିଇବା ପାଇଁ ବ୍ରେକ୍

ଭୁବନେଶ୍ୱର,୪।୪: ରାଜ୍ୟରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସ୍କୁଲରେ ପାଣି ପିଇବାକୁ ପିଲା ମାନଙ୍କୁ ବିରତି ମିଳିବ। ନିୟମିତ ବ୍ୟବଧାନରେ ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ନିଆଯାଇଛି ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ଏବେ ସକାଳୁଆ ଚାଲୁଥିବାରୁ ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ଘଣ୍ଟି ବାଜିବ।

ଅନ୍ୟପଟେ ପ୍ରବଳ ଖରା ପାଇଁ ସ୍କୁଲ ସମୟରେ ପରିବର୍ତନ କରିଛି ବଲାଙ୍ଗିର ଜିଲା ପ୍ରଶାସନ। ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସାଢ଼େ ୧୦ ଯାଏଁ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ରାଜ୍ୟରେ ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ସ୍କୁଲଗୁଡିକ ଚାଲୁଛି। ସେହିପରି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ମଧ୍ୟ ସକାଳୁଆ ହେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲା ଗୁଡ଼ିକରେ ଅଧିକ ଗରମ ଅନୁଭୂତ ହେଉଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ଏବଂ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ

ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ...

କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପତ୍ନୀଙ୍କ ଭୂମିକା

ବେଙ୍ଗାଲୁରୁ,୨୦ା୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମୁଖ୍ୟ ଓମ୍ ପ୍ରକାଶଙ୍କ ମୃତଦେହ ରବିବାର ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ମିଳିଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ଯେଉଁ...

୪୩.୫° ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର, ୪୦ ଟପିଲା ୧୧ସହର ରେ ତାପମାତ୍ରା

ଭୁବନେଶ୍ୱର,୨୦ା୪: କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ...

Top 5 Tech Startups in Odisha: ଓଡ଼ିଶାର ଟପ୍-୫ ଟେକ୍ ଷ୍ଟାର୍ଟଅପ୍

ଓଡ଼ିଶା ଏକ ଉଦୀୟମାନ ଟେକ୍ ଷ୍ଟାର୍ଟଅପ୍ ହବ୍ ଭାବେ ପରିଚିତ ହେଉଛି, ଯେଉଁଠାରେ ଅନେକ ନୂତନ ଉଦ୍ୟୋଗ ନୂତନତ୍ୱ ଓ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି...

୯ ଦଫା ଦାବି ନେଇ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲା ସିଟିଜେନ୍‌ ଫୋରମ୍‌

କେସିଙ୍ଗା,୨୦ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ସିଟିଜେନ ଫୋରମ୍‌ର ସଭାପତି ଡ. ହେମସାଗର ସାହାଙ୍କ ନେତୃତ୍ୱରେ କେସିଙ୍ଗାସହରସ୍ଥିତ ବିଦ୍ୟାପୀଠର ସଭାଗୃହରେ ଏକ ସାଧାରଣ ବୈଠକ ରବିବାର...

ନରସିଂହଙ୍କ ଘରେ ଧର୍ମେନ୍ଦ୍ର, ନୂଆ ସମୀକରଣ ନେଇ ରାଜନୈତିକ ମହଲରେ ଜୋର୍‌ଦାର୍‌ ଚର୍ଚ୍ଚା

ବଲାଙ୍ଗୀର,୨୦ା୪: କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରେ ଅତିଥି ବା କୁଣିଆ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନରସିଂହଙ୍କ ପୁଅ ସମରେନ୍ଦ୍ରଙ୍କ କୃଷିଭିତ୍ତିକ ଅନୁଷ୍ଠାନର ଉଦଘାଟ୍‌ନୀ...

ଟ୍ୱିନ୍ ସିଟି ମୁହାଁ କାଳବୈଶାଖୀ: ପ୍ରବଳ ବର୍ଷା, ପବନ ସହିତ ବିଜୁଳି ଘଡଘଡି ସମ୍ଭାବନା

ଭୁବନେଶ୍ୱର,୨୦।୪: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ରବିବାର ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସମେତ କଟକରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।...

ନିଜକୁ ନିଜେ ଗୁଳି କରି ଫସିଲେ ଜେଲ୍‌ ଫେରନ୍ତା

ଭୁବନେଶ୍ୱର,୨୦ା୪: ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ଘଟଣାରେ ନୂଆ ଟ୍ବିଷ୍ଟ। ଜେଲ୍‌ ଫେରନ୍ତା ନିଜକୁ ନିଜେ ଗୁଳି କରି ଶେଷରେ ଫସି ଯାଇଛନ୍ତି। ସୂଚନାଯୋଗ୍ୟ, ୨୦୨୪ରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri