ଜାଣନ୍ତୁ ଦୀପାଳିଙ୍କୁ ପୁଣି ଟିକେଟ୍‌ ଦେବାର କାରଣ

ଝାରସୁଗୁଡ଼ା,୪ା୪(ସଞ୍ଜୟ ମାଲି): ବିଜୁ ଜନତା ଦଳ ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ବୁଧବାର ଘୋଷଣା କରିଛି। ଏହି ତାଲିକାରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦଳ ପୁଣି ଥରେ ଦୀପାଳି ଦାସଙ୍କ ଉପରେ ଭରସା କରିଛି।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦେହାନ୍ତ ପରେ ୨୦୨୩ରେ ଝାରସୁଗୁଡ଼ାରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ନବଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ଏଥିରେ ଦୀପାଳି ନିଜର ପ୍ରତିଦ୍ବନ୍ଦ୍ୱୀ ଭାଜପାର ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରି ବିଧାୟିକା ହୋଇଥିଲେ। ଦଳ ତାଙ୍କ ଉପରେ ଭରସା କରି ଚଳିତ ନିର୍ବାଚନରେ ପୁଣି ଥରେ ତାଙ୍କୁ ପ୍ରାର୍ଥୀ ଭାବେ ଟିକେଟ ପ୍ରଦାନ କରିଛି। ଏହି ଖବର ପ୍ରସାରିତ ହେବା ପରେ ଝାରସୁଗୁଡ଼ାରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ଦଳୀୟ କର୍ମକର୍ତ୍ତା, କର୍ମୀ ମଙ୍ଗଳ ବଜାର ଛକ, ରେଲୱେ ଷ୍ଟେଶନ ଛକ, ବେହେରାମାଲ ଛକ, ବିଟିଏମ୍‌ ଛକ, ସରବାହାଲସ୍ଥିତ ତାଙ୍କ ବାସଭବନ ସାମ୍ନାରେ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ଏଥିପାଇଁ ଦୀପାଳି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିର୍ବାଚନରେ ବିଜୟୀ ହେଲେ ଝାରସୁଗୁଡାର ବିକାଶ ପାଇଁ ତାଙ୍କ ବାପା ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ସେ ଆଗେଇନେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri