ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ ୪ ଆସନରେ ପୁରୁଣା ପ୍ରାର୍ଥୀଙ୍କୁ ରିପିଟ୍‌ କରାଯାଇଥିବା ବେଳେ ୧୧ ଆସନରେ ନୂଆ ମୁହଁ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ୨ ଜଣ ଏମ୍‌ପିଙ୍କ ଟିକେଟ କଟିଥିବା ଦେଖାଯାଇଛି।

ପୁରୀ ଏମ୍‌ପି ପିନାକୀ ମିଶ୍ରଙ୍କ ସହ ଢ଼େଙ୍କାନାଳ ଏମ୍‌ପି ମହେଶ ସାହୁଙ୍କୁ ଟିକେଟ ବିଜେଡି କାଟିଛି। ଏହି ଦୁଇ ଆସନରେ ଅରୁପ ପଟ୍ଟନାୟକ ଏବଂ ଅବିନାଶ ସାମଲ ଲୋକ ସଭା ନିର୍ବାଚନ ଲଢ଼ିବେ।

ସୂଚନାଯୋଗ୍ୟ, କଟକ ଏମ୍‌ପି ଭର୍ତ୍ତୁହରି ମହତାବ ଦଳରୁ ଇସ୍ତଫା ଦେବା ପରେ ଏବେ କଟକ ଲୋକ ସଭା ଆସନରୁ ବିଜେଡି ଟିକେଟରେ ସନ୍ତୃପ୍ତ ମିଶ୍ର ଲଢ଼ିବେ। ତାଙ୍କ ବ୍ୟତିତ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, ଜଗତସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ଉପରେ ଦଳ ପୁନର୍ବାର ଭରସା କରିଛି। ଏହି ୩ ନେତାଙ୍କୁ ପୁଣିଥରେ ଲୋକ ସଭା ଟିକେଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି…

୪୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଛତ୍ରପୁର, ୨୨/୬ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନାର ତ୍ୱରିତ ଏବଂ ସମନ୍ୱିତ ପ୍ରୟାସ ଫଳରେ ୧୫ ଜୁନ ୨୦୨୬ରୁ ୨୧ ଜୁନ ୨୦୨୬…

ବିକାଶ ଧାରା ଓଡ଼ିଶା ସାରା, ଲୋକଙ୍କୁ ସରକାରଙ୍କ ଯୋଜନା ବିଷୟରେ ଜଣାଇ…

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର, ଡୁମେରପଦର ଓ ଥୁଆମୂଳ ପଞ୍ଚାୟତଠାରେ ‘ବିକାଶ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୫ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ବଢ଼ିଲା ଆଇନଜୀବୀଙ୍କ…

ଭୁବନେଶ୍ୱର,୨୨।୬(ସୁନିତ ମିଶ୍ର): ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କଲ୍ୟାଣ ପାଣ୍ଠିରୁ ଅବସର ଗ୍ରହଣ କିମ୍ବା…

ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ବୃହତ୍ ଅସ୍ତ୍ରଶସ୍ତ୍ର ଭଣ୍ଡାର

କୋରାପୁଟ, ୨୨/୬ (ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ବଡ଼ଲିପାହାଡ଼ ଜଙ୍ଗଲରେ ସୁରକ୍ଷାବାହିନୀ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ମାଓବାଦୀଙ୍କ ଏକ ବୃହତ୍ ଅସ୍ତ୍ରଶସ୍ତ୍ର…

ଟିମ ଇଣ୍ଡିଆକୁ ଘାରିଲାଣି 2026 ଟି-20 ବିଶ୍ୱକପରୁ ବାହାରି ଯିବାର ଭୟ; ଗୋଟିଏ ପରାଜୟ ବଢାଇଲା ଟେନସନ

ନୂଆଦିଲ୍ଲୀ,୨୨।୬: ଜୁନ ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା। ଏହି ଫଳାଫଳ ଗ୍ରୁପ ୧ ପଏଣ୍ଟ ଟେବୁଲର ଗତିଶୀଳତାକୁ ସମ୍ପୂର୍ଣ୍ଣ…

ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ବ୍ୟସ୍ତ ବିଧାୟକ: ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ , ଛାତ୍ରୀଛାତ୍ରଙ୍କ ଧାରଣା

ମୋରଡା,୨୨/୬(ସ୍ମାରକ ମାଜୀ): ଜୁନ କୋଡିଏ ତାରିଖରେ ମୟୂରଭଞ୍ଜ ଜିଲାରେ ଭାଜପା ସରକାର ୨ ବର୍ଷ ପୂର୍ତ୍ତି ପାଳନ କରି ସଫଳତାର ଗାଥା ଗାଉଥିବା ବେଳେ ମୋରଡା ନିର୍ବାଚନମଣ୍ଡଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri