ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ’ ପୁଅ, ଆମେ ତାକୁ ଜିତାଇବା: ସୁର ରାଉତରାୟ

ଭୁବନେଶ୍ୱର,୨୭।୩: ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ବୁଧବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀ ମା’ ମନ୍ଦିର ଛକରୁ ନିଜ କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଅଭିମୁଖେ ଆସିଥିଲେ। ପୁଅଙ୍କ ଏହି ବିରାଟ ଶୋଭାଯାତ୍ରାରେ ସୁର ସାମିଲ ହୋଇ ନ ଥିଲେ। ହେଲେ ସେ ନିଜ ପୁଅ ମନ୍ମଥଙ୍କୁ ଜିତାଇବାକୁ ନିଜର କର୍ମୀମାନଙ୍କୁ ଆହ୍ବାନ କରିଛନ୍ତି। ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ ପୁଅ। ତାକୁ ଆମେ ଜିତାଇବା ବୋଲି ସେ କହିଛନ୍ତି।

ଅପରପକ୍ଷେ ବିଜେଡିରେ ଯୋଗ ଦେବା ନେଇ ମନ୍ମଥ କହିଛନ୍ତି, ମୋ ବାପା ସୁର ରାଉତରାୟ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଆଗକୁ ବଢ଼ିବି। ବିଜେଡିରେ ମିଶିବା ମୋର ଏକା ନିଷ୍ପତ୍ତି ନୁହେଁ। ଏହା ମୋ’ ପରିବାରର ନିଷ୍ପତ୍ତି ବୋଲି ମନ୍ମଥ କହିଛନ୍ତି।

କହିରଖୁଛୁ, ମନ୍ମଥ ଦୀର୍ଘ ଦିନ ଧରି ଏୟାର ଇଣ୍ଡିଆ କ୍ୟାପଟେନ ରହିଥିଲେ । କିଛି ଦିନ ତଳେ ସେ କ୍ୟାପଟେନ ଚାକିରିରୁ ଅବସର ନେଇ ରାଜନୀତିରେ ପ୍ରବେଶ କରିଥିଲେ । ସୁର ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏଣୁ ମନ୍ମଥ ତାଙ୍କର ଉତ୍ତରାଧିକାରୀ ଭାବେ କଂଗ୍ରେସ ଟିକେଟରେ ବାପାଙ୍କ ସ୍ଥାନ ଜଟଣୀରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ସଫା ସଫା କହିଥିଲେ ମନ୍ମଥ । ପରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ନିଲମ୍ବନ ମଧ୍ୟ କରାଯାଇଥିଲା। ସେବେଠାରୁ ମନ୍ମଥ କେଉଁ ଦଳକୁ ଯିବେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ସମସ୍ତ ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରୁ ଆସିଲା ସାଂଘାତିକ ଖବର, ପୁଣି ଅଧ୍ୟାପକଙ୍କ ନିର୍ଯାତନା, ଛାତ୍ରୀ କଲେ…

ସମ୍ବଲପୁର, ୧୭।୭: ବାଲେଶ୍ୱର ଏଫଏମ କଲେଜ ଘଟଣାର କିଛି ଦିନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା। ଏଥିରେ ମଧ୍ୟ ଜଣେ ଅଧ୍ୟାପକ...

ଭାରତ ତିଆରି କଲା ଏମିତି ବିନାଶକାରୀ ମିଶାଇଲ୍‌: ସାରା ବିଶ୍ୱ ଥରହର, ପଛରେ ରହିଗଲେ ଚାଇନା-ଆମେରିକା

ନୂଆଦିଲ୍ଲୀ,୧୭।୭: ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ସମ୍ପ୍ରତି ବିକଶିତ ନୂତନ ଅସ୍ତ୍ର କେବଳ ବୈଷୟିକ ଦୃଷ୍ଟିକୋଣରୁ ନୁହେଁ ବରଂ ରଣନୈତିକ...

କଂଗ୍ରେସରେ ଫାଟ! ଓଡ଼ିଶା ବନ୍ଦବେଳେ ପଦାରେ ପଡ଼ିଲା ଗୋଷ୍ଠୀକନ୍ଦଳ

ସାଲେପୁର,୧୭।୭(ଅରବିନ୍ଦ ଭୂୟାଁ):ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି ସାଲେପୁରଠାରେ କଂଗ୍ରେସ ଦଳର ଦୁଇଗୋଷ୍ଠୀ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୁଷ୍ଟି ହୋଇଛି । ସାଲେପୁର କୁଆପାଳ...

କଂଗ୍ରେସ, ବାମଦଦଳର ବନ୍ଦ ଡାକରାରେ ପଟ୍ଟାମୁଣ୍ଡାଇ ଠପ

ପଟ୍ଟାମୁଣ୍ଡାଇ,୧୭।୭,(କଳ୍ପତରୁ ନାୟକ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ଏବଂ ବାମଦଦଳ ଗୁଡିକ ପକ୍ଷରୁ...

FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

କୋଟପାଡ଼,୧୭ା୭(ରାଜଶେଖର): କୋଟପାଡ଼ କଂଗ୍ରସ କମିଟି ଛତିଶଗଡ଼ ଓଡ଼ିଶା ଜାତୀୟ ରାଜପଥ ୬୩ ଫାଟକ ନିକଟରେ ପ୍ରତିବାଦ, ଶତାଧିକ ଭାରୀଯାନ ରାସ୍ତା ଦୁଇ ପାର୍ଶ୍ୱରେ ଅଟକିଛି l...

ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ

ଆଳି, ୧୭।୭ (ବନମାଳୀ ସେନାପତି): ଖରସ୍ରୋତା ନଦୀକୁ ଡେଇଁ ପଡିଛନ୍ତି ଯୁବତୀ। ଏଭଳି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର...

FM କଲେଜ ଘଟଣା ପରେ ଗଣଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ, ଏବେ ସ୍କୁଲରେ…

ଭୁବନେଶ୍ୱର,୧୭।୭: ରାଜ୍ୟର ସମସ୍ତ ସରକାରୀ ସ୍କୁଲମାନଙ୍କରେ କଲେଜ ଭଳି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି...

ସୌମ୍ୟାଶ୍ରୀ ବିଶି ପରିବାରକୁ ନ୍ୟାୟ ଦାବିରେ ଚକଅଖ ସବୁ ଠପ୍‌

ପାରଳାଖେମୁଣ୍ଡି,୧୭।୭(ଗିରିଧାରୀ ପରିଛା): ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣା ଓ ପରିବାରକୁ ନ୍ୟାୟ ଦାବିରେ ଗୁରୁବାର ସାରା ରାଜ୍ୟରେ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri