ମେଣ୍ଟ ହେଲେ ୧୪୭ ପ୍ରାର୍ଥୀ ଯିବେ କୁଆଡ଼େ? ଚର୍ଚ୍ଚା ବଢ଼ୁଛି…

ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ଚିନ୍ତାରେ ପଡ଼ିଯାଇଛନ୍ତି ନେତା। ରାଜ୍ୟର ୩ ପ୍ରମୁଖ ଦଳର ଅଧିକାଂଶ ନେତା ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରି ଦ୍ୱନ୍ଦ୍ୱରେ ପଡିଗଲେଣି। ଯଦି ମେଣ୍ଟ ନ ହୁଏ ତେବେ ଉଭୟ ଦଳ ୧୪୭ ବିଧାନସଭାରେ ନିଜ ନିଜର ପ୍ରାର୍ଥୀ ଦେବେ। ଅର୍ଥାତ୍‌ ଉଭୟ ଦଳର ମୋଟ୍‌ ପ୍ରାର୍ଥୀ ସଂଖ୍ୟା ବିଧାନସଭା ପାଇଁ ୨୯୪ ହେବା କଥା। ହେଲେ ଯଦି ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଯିବ ତେବେ ଦୁଇ ଦଳ ମିଶିକରି ବିଧାନସଭା ଲାଗି ମୋଟ୍‌ ୧୪୭ ଜଣଙ୍କୁ ପ୍ରାର୍ଥୀ କରିବେ। ଏ କ୍ଷେତ୍ରରେ ଆଶାୟୀ ଥିବା ୧୪୭ ଜଣ ପ୍ରାର୍ଥୀ କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି।

ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ସବୁ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ଏକ ପ୍ରକାର ଠପ୍‌ ହୋଇଯାଇଛି। କିଛିଦିନ ତଳୁ ଅସନ୍ତୁଷ୍ଟ ନେତାମାନେ ଦଳଡିଆଁ କରୁଥିଲେ। ବର୍ତ୍ତମାନ ସେହି ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ହେବା ଭଳି ଲାଗୁଛି। ଭାଜପାର ସେପରି କୌଣସି ନେତା ଆଉ ବିଜେଡିରେ ଯୋଗ ଦେବା ଭଳି ଘଟଣା ଦେଖିବାକୁ ମିଳୁନାହିଁ। ଅନ୍ୟପଟେ କଂଗ୍ରେସର କିଛି ଟାଣୁଆ ନେତାଙ୍କୁ ମଧ୍ୟ ବିଜେଡି ଏବଂ ଭାଜପା ନିଜ ଦଳରେ ସାମିଲ କରିଦେଉଥିଲେ, ହେଲେ ସେକଥା ମଧ୍ୟ ଆଉ ଏବେ ଘଟୁନାହିଁ। ତେଣୁ ମିଶ୍ରଣ ପର୍ବ ଏକ ପ୍ରକାର ବନ୍ଦ ହୋଇଗଲା ଭଳି ମନେ ହେଉଛି।

କହିରଖୁଛୁ, ଗତ କିଛି ଦିନ ଧରି ରାଜ୍ୟରେ ଭାଜପା ଏବଂ ବିଜେଡ଼ି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆସନ ଭାଗବଣ୍ଟା ଛିଡ଼ୁ ନ ଥିବାରୁ ଏନେଇ ଏଯାବତ ଘୋଷଣା ହୋଇପାରୁ ନ ଥିବା କୁହାଯାଉଛି। ତେବେ ଆଗାମୀ ଦିନ କେଇଟାରେ ତାହା ଉପରେ ମୋହର ବାଜିପାରେ ବୋଲି ଅଲୋଚନା ହେଉଛି। ଏନେଇ ଦିଲ୍ଲୀରେ ନେତାଙ୍କ ଘନ ଘନ ବୈଠକ ଚାଲିଛି। ଅପରପକ୍ଷେ କିଛି ନେତା ମେଣ୍ଟ ସମ୍ଭାବନାକୁ ଅସମ୍ଭବ ବୋଲି କହୁଥିବାରୁ ରାଜନୀତି ବେଶ ସରଗରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri