ନିୟନ୍ତ୍ରଣ ବାହାରେ କରୋନା: ପଶ୍ଚିମ ଓଡ଼ିଶା ସମେତ ଟୁଇନ୍‌ ସିଟିରେ ହୋଇପାରେ ୭ ଦିନିଆ ଲକ୍‌ଡାଉନ୍‌

ଭୁବନେଶ୍ୱର,୩୦।୪(ବ୍ୟୁରୋ): ପଶ୍ଚିମ ଓଡ଼ିଶାର କେତେକ ଜିଲା ସମେତ ଟୁଇନ୍‌ ସିଟିରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ସପ୍ତାହ ପରେ ଅନ୍ତତଃ ପକ୍ଷେ ଏକ ସପ୍ତାହ ପାଇଁ ପ୍ରଭାବିତ ଅଞ୍ଚଳରେ ଲକ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କରୋନା ବ୍ୟାପିବା ପଛର ଅନ୍ୟତମ କାରଣ ହେଉଛି ଗୋଷ୍ଠୀ ସଂକ୍ରମଣ। ବିଭିନ୍ନ ସ୍ଥାନରୁ ସହରକୁ ଅନେକ ଲୋକ ଆସୁଥିବାରୁ ଭୁବନେଶ୍ୱର ଓ କଟକରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଜଣେ ପଜିଟିଭ୍‌ ବ୍ୟକ୍ତି ଅନେକଙ୍କୁ ସଂକ୍ରମିତ କରୁଛନ୍ତି। ଏଭଳି ସ୍ଥିତି ଉପରେ ସରକାର ନଜର ରଖିବା ସହ ଆବଶ୍ୟକ ସ୍ଥାନରେ ଶଯ୍ୟା ବୃଦ୍ଧି କରାଯାଉଛି।

ସେହିଭଳି ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର ଆଦି ଜିଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ସପ୍ତାହରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ସତ୍ତ୍ୱେ ଏହାର ବିଶେଷ ପ୍ରଭାବ ପଡ଼ିିଥିବା ନଜର ଆସିନାହିଁ। ଫଳରେ ଲକ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ ପାଉଛି।

ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏଠାର କିଛି ସ୍ଥାନରେ ସାମାଜିକ ଦୂରତାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ବିଶେଷକରି ପନିପରିବା, ମାଛ ବଜାର ଏବଂ ମନ ଦୋକାନରେ ଗହଳି ପଜିଟିଭ୍‌ ସଂଖ୍ୟା ବୃଦ୍ଧି ହେବାର ମୁଖ୍ୟ କାରଣ ପାଲଟିଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇ ବଜାରକୁ ସିଲ କରାଯାଉଛି।

ତେବେ ଓଡ଼ିଶାର ବିଭିନ୍ନ କୋଭିଡ ସେଣ୍ଟରରେ ୩୧,୪୭୧ ଶଯ୍ୟା ରହିଛି। ସେଥିରୁ ୧୭,୪୯୫ରେ ଅକ୍ସିଜେନ ସୁବିଧା ରହିଛି। ଆସନ୍ତା ୧୦ ଦିନ ମଧ୍ୟରେ କୋଭିଡ୍‌ ଡାକ୍ତରଖାନାରେ ୩୦୦୦ ଶଯ୍ୟା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ଢେଙ୍କାନାଳ ଅଫିସ, ୯।୧୦-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ିଯାଇ ୨ଜଣ ଶିଶୁଙ୍କ...

୧୫ରୁ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା

ତାଳଚେର, ୩।୪(ନି.ପ୍ର.) ଦୀର୍ଘ ଦୁଇବର୍ଷ ପରେ ଅନୁଷ୍ଠିତ ହେବ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ବରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା। କରୋନା ପ୍ରକୋପ ନ ଥିବାରୁ...

ମହିଳା ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ

ଖଇରା, ୧୫ା୨ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୪ନଂ. ଖଇରା ଜୋନରେ ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ଜିଲା ପରିଷଦ ପ୍ରାର୍ଥିନୀ ରଶ୍ମିତା...

୨୪ ହାଇସ୍କୁଲରେ ମିଳିବ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱର,(ବ୍ୟୁରୋ)/ବଲାଙ୍ଗୀର ଅଫିସ, ୫।୮: ବଲାଙ୍ଗୀର ଜିଲାର ୨୪ ସ୍କୁଲରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ଉପଲବ୍ଧ ହେବ। ଉନ୍ନତମାନର ସ୍ମାର୍ଟ କ୍ଳାସ୍‌ରୁମ୍‌, ବିଜ୍ଞାନ ପରୀକ୍ଷାଗାର, ଇ-ପାଠାଗାର...

ବିଳମ୍ବରେ ସ୍କୁଲ ଖୋଲିବା ମହଙ୍ଗା ପଡିଲା: ତାଲା ପକାଇଲେ ଗ୍ରାମବାସୀ

ଖଇରା, ୧୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପାଣିସାଉଁଳି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକମାନେ ଶିଶୁ ଦିବସ ଭଳି ପବିତ୍ର ଦିବସରେ ବିଳମ୍ବରେ ସ୍କୁଲ ଆସିବା ମହଙ୍ଗା...

ମହାପ୍ରଭୁଙ୍କ ପାଇଁ ଗଢ଼ା ସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୧୮ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ମାସ ଶୁକ୍ଳ ପକ୍ଷ...

ରଙ୍ଗ୍‌ ଡ୍ରାଇଭିଂ କଲେ ଚକା ଲିକ !

ଭୁବନେଶ୍ୱର,୫।୧(ବ୍ୟୁରୋ): ରାସ୍ତାରେ ରଙ୍ଗ୍‌ ଡ୍ରାଇଭିଂକୁ ରୋକିବା ପାଇଁ ଲାଗିବ ସ୍ପାଇକ୍‌ ବ୍ୟାରିଅର। ଏ ନେଇ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କୁ ଏହି ନିଯୁକ୍ତି ପ୍ରଦାନ...

Advertisement
Archives

Model This Week