ଲୋକଙ୍କ ସହଯୋଗରେ ବିକାଶ ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଲୋକମାନଙ୍କ ଆସ୍ଥା ଓ ସମର୍ଥନରେ ଓଡ଼ିଶା ବିକାଶ ପଥରେ ଅଗ୍ରସର ହେଉଛି। ବିକାଶମୂଳକ ଏଜେଣ୍ଡା, ଅଭିବୃଦ୍ଧି ଓ ସଶକ୍ତ ବିକଶିତ ନୀତି ପାଇଁ ଆମ ସରକାର ଉପରେ ଓଡ଼ିଶାବାସୀ ଲଗାତର ଭରସା କରିଛନ୍ତି। ୨୦୦୦ରେ ଶାସନ ଭାର ନେବା ବେଳକୁ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ବିଭିନ୍ନ ସମୟରେ ବାତ୍ୟା ଓ ମହାମାରୀକୁ ସମ୍ମୁଖୀନ ହୋଇ ଆସିଛୁ। ଜନସାଧାରଣ ଉତ୍ସର୍ଗୀକୃତ ଭାବେ ସମର୍ଥନ କରି ଆସିଛନ୍ତି। ଜନସାଧାରଣଙ୍କ ସମର୍ଥନ ଓ ସହଯୋଗରେ ପ୍ରତ୍ୟେକ ସମସ୍ୟାକୁ ଆଡେଇବାରେ ସଫଳ ହୋଇଛୁ। ଗୁରୁବାର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ରୂପାନ୍ତରଣ ପାଇଁ ‘୫-ଟି’ ନୀତି ଆପଣାଇଛନ୍ତି। ହକି ବିଶ୍ୱକପ୍‌ ସଫଳତାର ସହ ଆୟୋଜନ କରି ଓଡ଼ିଶା ସାରା ବିଶ୍ବର ପ୍ରଶଂସା ସାଉଁଟିଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। କୋଭିଡ୍‌ ପ୍ରତିବନ୍ଧକ ସତ୍ତ୍ବେ ୧୫ ମାସ ମଧ୍ୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହେବା ଏକ ବଡ଼ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ସଫଳ ହୋଇଛି। ସ୍ଥିର ସରକାର ଓ ନୂଆ ଶିଳ୍ପନୀତି-୨୦୨୨ ପାଇଁ ରାଜ୍ୟରେ ନିବେଶ ଲାଗି ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଆସନ୍ତା ୫ ବର୍ଷରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପ ହବ୍‌ରେ ପରିଣତ ହେବ। କୃଷି କ୍ଷେତ୍ରରେ ସରକାର ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି। ‘କାଳିଆ’ ଓ ‘ବଳରାମ’ ଭଳି ଯୋଜନା ଆୟ ବୃଦ୍ଧି ସହ ଚାଷୀଙ୍କୁ ବେଶ୍‌ ସହାୟକ ହେଉଛି। ଚଳିତ ବର୍ଷ ଅନେକ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଏହାର ସୁଫଳ ଆଗକୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରଣରେ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିହୋଇଛି। ରାଜ୍ୟର ବହୁତ ହାଇସ୍କୁଲ ୫-ଟି ଅଧୀନରେ ନୂଆ ରୂପ ପାଇଛି। ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି ଘଟିଛି। ମୋ ସ୍କୁଲ ଓ ମୋ କଲେଜ ଅଭିଯାନକୁ ପୁରାତନ ଛାତ୍ରୀଛାତ୍ରମାନେ ସମର୍ଥନ ଦେଇଛନ୍ତି। ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୨୪ ସୁଦ୍ଧା ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନାରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଥିବା ବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ସହରାଞ୍ଚଳର ଶତ ପ୍ରତିଶତ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜାଗା ମିଶନରେ ମୋ ସରକାରକୁ ଅନ୍ତର୍ଜାତୀୟ ସ୍ବୀକୃତି ମିଳିଛି। ବସ୍ତି ବାସିନ୍ଦାକୁ ଜମି ଅଧିକାର ଦେଇ ଥଇଥାନ କରି ସରକାର ସହରକୁ ବସ୍ତିମୁକ୍ତ କରିବାକୁ ଯାଉଛନ୍ତି। ଏଥିପାଇଁ ଜାତିସଂଘ ଓ୍ବାର୍ଲଡ ହାବିଟାଟ୍‌ ବ୍ରୋଞ୍ଜ ପୁରସ୍କାର ପ୍ରଦାନ କରିଛି। ମିଶନ ଶକ୍ତିକୁ ଆହୁରି ଉପରକୁ ନେବା ପାଇଁ ସରକାର ନୂଆ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ପାଇଁ ମମତା, ସୋପାନ, ପ୍ରାରମ୍ଭ ଭଳି ଯୋଜନା ହାତକୁ ନେଇଛନ୍ତି।
ତଫସିଲଭୁକ୍ତ ଜାତି ଓ ଜନଜାତିର ସାମଗ୍ରିକ ବିକାଶ ପାଇଁ ସରକାର ନିଷ୍ଠାବାନ ହୋଇ କାମ କରୁଛନ୍ତି। ଜଙ୍ଗଲ ବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇଥିବା ବେଳେ ପରିବେଶ, ପ୍ରାକୃତିକ ସମ୍ପତ୍ତି, ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଉଦାହରଣ ସୃଷ୍ଟି କରିଛି। ଜନସାଧାରଣଙ୍କୁ ଦୁଆର ମୁହଁରେ ଓ ଧାର୍ଯ୍ୟ ସମୟରେ ସରକାରୀ ସେବା ଯୋଗାଣ ପାଇଁ ମୋ ସରକାର କାର୍ଯ୍ୟ କରୁଛି। ଏହା ଜନସାଧାରଣଙ୍କୁ ସରକାରୀ ସେବା ଯୋଗାଇବାରେ ସହାୟକ ହେଉଛି। ଉପଯୁକ୍ତ ବିତ୍ତୀୟ ପରିଚାଳନା ପାଇଁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ତାଲିକାରେ ଅଛି। ରାଜ୍ୟକୁ ବଡ଼ ବଡ଼ ନିବେଶର ସୁଅ ଛୁଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri