ଛଉନୃତ୍ୟ ଗୁରୁ ତ୍ରିଲୋଚନଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ବାରିପଦା ଅଫିସ,୨୪ା୨:ଦେଶ ବିଦେଶରେ ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଛଉନୃତ୍ୟକୁ ପ୍ରଚାରପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ଛଉନୃତ୍ୟ ଗୁରୁ ତ୍ରିଲୋଚନ ମହାନ୍ତଙ୍କୁ ମିଳିଛି ସମ୍ମାନଜନକ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଏନେଇ ଜିଲାବାସୀ ଖୁସି ବ୍ୟକ୍ତ କରିଛନ୍ତି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଦାନ୍ତିଆମୁହଁା ବଡ଼ଜାମବଣୀ ଗ୍ରାମରେ ୧୯୭୧ ଜୁଲାଇ ୧ରେ ଜନ୍ମଗ୍ରହଣ କରିଥିବା ତ୍ରିଲୋଚନ ଅନେକ ବିଦେଶୀ କଳାକାରଙ୍କୁ ନୃତ୍ୟ ଶିକ୍ଷା ମଧ୍ୟ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଦୀର୍ଘ ଦିନ ଧରି ସେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି। ସେ ମୟୂରଭଞ୍ଜ ଛଉର ପ୍ରାୟ ସମସ୍ତ ଗ୍ରାମୀଣ ସଙ୍ଗଠନକୁ ତାଲିମ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପାଖରେ ମଞ୍ଚ ଉପରେ ବସିଥିବା ମହିଳା କିଏ? ଯାହାଙ୍କ ମଥାରେ ହାତ ବୁଲାଇ ଦେବାରୁ କାନ୍ଦି ପକାଇଲେ…

କୋଲକାତା,୨୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଣିହାଟିରେ ଆୟୋଜିତ ସାଧାରଣ ସଭାରେ ଏକ ଗଭୀର ଭାବପ୍ରବଣ ମୁହୂର୍ତ୍ତ ପ୍ରକାଶ ପାଇଛି। ରାଲିରେ, ପ୍ରଧାନମନ୍ତ୍ରୀ…

ହୁଗୁଳିରେ ଫଟୋ ସୁଟ କଲେ ମୋଦି, ଏବେ କ୍ଲାସ ନେଉଛନ୍ତି ଦିଦି

କୋଲକାତା,୨୫।୪: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡଙ୍ଗା ଯାତ୍ରା ସମ୍ପର୍କରେ ମମତା ବାନାର୍ଜୀ ବଡ଼ ଟାର୍ଗେଟ କରିଛନ୍ତି। ପ୍ରାସଙ୍ଗିକ ପ୍ରଶ୍ନ ଉଠାଇ ସେ ମନ୍ତବ୍ୟ ଦେଇଛନ୍ତି, ‘ଆମର…

ପତୋରା ଡ୍ୟାମ୍‌ରୁ ଜଳଯୋଗାଣ ବାଧାପ୍ରାପ୍ତ: ସହରକୁ ମିଳୁନି ପାଣି

ନୂଆପଡ଼ା,୨୫।୪ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଥିବା ପତୋରା ଡ୍ୟାମରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଜିଲାର ୨ପ୍ରମୁଖ ସହର ଖରିଆରରୋଡ ଓ ନୂଆପଡ଼ାରେ ପାନୀୟଜଳ ସମସ୍ୟା ଦେଖାଦେଇଛି।…

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ…

୪ ଛୁଆ ଜନ୍ମ କର, ଜଣଙ୍କୁ RSSର ସ୍ବୟଂସେବକ କର: ଧୀରେନ୍ଦ୍ର ଶାସ୍ତ୍ରୀ

ମୁମ୍ବାଇ,୨୫।୪: ନାଗପୁରରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ, ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତାଙ୍କ ଭାଷଣରେ ଲୋକମାନଙ୍କୁ ଚାରୋଟି ସନ୍ତାନ ଜନ୍ମ କରିବାକୁ କହିଥିଲେ । ସେମାନଙ୍କ ମଧ୍ୟରୁ…

ରାଘବ ପୁଣି ଦେବେ ଝଟ୍‌କା? କେଜରିୱାଲଙ୍କ ବଢିଲା ଟେନଶନ

ନୂଆଦିଲ୍ଲୀ,୨୫।୪: ରାଘବ ଚଢା ଆମ ଆଦମୀ ପାର୍ଟି (AAP) ଛାଡି ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି। ରାଘବଙ୍କ ସହିତ ଅନ୍ୟ ଛଅ ଜଣ…

ହାସ୍ୟ ଅଭିନେତା ରାଜ ଶର୍ମାଙ୍କ ପରଲୋକ, ୫୦ ବର୍ଷ ବୟସରେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୨୫।୪:  ଡାଲାସ୍‌ର ପ୍ରସିଦ୍ଧ ହାସ୍ୟାଭିନେତା ରାଜ ଶର୍ମାଙ୍କ ଦେହାନ୍ତ ହୋଇଯାଇଛି । ୫୦ ବର୍ଷ ବୟସରେ ୨୪ ଏପ୍ରିଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବର୍ତ୍ତମାନ,…

ରାଘବଙ୍କ ଠାରୁ ଏତେ ଗୁଣା ଅଧିକ ଧନୀ ପତ୍ନୀ ପରିଣୀତି, ଜାଣନ୍ତୁ ଏମାନଙ୍କ ନେଟ ଓ୍ବର୍ଥ

ନୂଆଦିଲ୍ଲୀ,୨୫।୪: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ତାଙ୍କ ସ୍ବାମୀ ରାଘବ ଚଢା ବର୍ତ୍ତମାନ ଖବରର ଶିରୋନାମାରେ ଅଛନ୍ତି। ପ୍ରକୃତରେ, ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri