Posted inରାଜ୍ୟ

ଏନ୍‌ଏଫ୍‌ଏସ୍‌ଏ ରାଜ୍ୟ ମାନ୍ୟତା ସୂଚକାଙ୍କରେ ଓଡ଼ିଶା ୧ ନମ୍ବର: ମନ୍ତ୍ରୀ

ଭୁବନେଶ୍ବର,୧୬ା୩(ବ୍ୟୁରୋ): ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଆସୁଛି। କେନ୍ଦ୍ର ସରକାରଙ୍କ(୨୦୨୨) ଦ୍ୱାରା ପ୍ରକାଶିତ ସଦ୍ୟତମ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରାଜ୍ୟ ମାନ୍ୟତା ସୂଚକାଙ୍କରେ ଦେଶର ୧ ନମ୍ବର ରାଜ୍ୟ ଭାବେ ସ୍ଥାନିତ ହୋଇଛି। ରାଜ୍ୟର ପ୍ରାୟ ୮୦% ଜନସଂଖ୍ୟା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରେ ଭିଟାମିନ୍‌ଯୁକ୍ତ ଚାଉଳ ଯୋଗାଣ ପୁଷ୍ଟିହୀନତାଜନିତ ସମସ୍ୟାର ସମାଧାନ ପିଡିଏସ୍‌, ଆଇସିଡିଏସ୍‌ ଓ ପୂର୍ବତନ ମଧ୍ୟାହ୍ନଭୋଜନ ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀଙ୍କ ନିମନ୍ତେ ୨୦୨୧-୨୨ବର୍ଷ ଠାରୁ ଭିଟାମିନଯୁକ୍ତ ଚାଉଳ ଯୋଗାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ମାଲକାନଗିରି ପାଇଲଟ ଜିଲାରେ ଜୁଲାଇ ୨୦୨୧ରୁ ହିତାଧିକାରୀଙ୍କୁ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦିଆଯାଉଛି। ଏହାସହ ୩୦ ଜିଲାରେ ଏହି ଯୋଜନା ଗତ ଫେବୃୟାରୀ ୨୦୨୩ରୁ ଲାଗୁ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ କହିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ମନ୍ତ୍ରୀ ନାୟକ ଉତ୍ତର ରଖି କହିଛନ୍ତି, ଧାନ କ୍ରୟ ପାଇଁ ରାଜ୍ୟ ସରକାର ଚଳିତ ବଜେଟରେ ୨୦୦୦ କୋଟି ଟଙ୍କାର ଘୂର୍ଣ୍ଣନ ପାଣ୍ଠିର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ସବ୍‌ସିଡି ଅର୍ଥ ପାଇବାରେ ବିଳମ୍ବ ହେଲେ ବିଭାଗ ଏହି ଘୂର୍ଣ୍ଣନ ପାଣ୍ଠିରୁ ଆବଶ୍ୟକ ଅର୍ଥ ଆଣି ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଚାରୁ ରୂପେ ସମ୍ପାଦନ କରିପାରିବେ ଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କଠାରୁ ସବ୍‌ସିଡି ବାବଦ ଅର୍ଥ ପାଇବା ପରେ ଘୂର୍ଣ୍ଣନ ପାଣ୍ଠିରୁ ଅଣାଯାଇଥିବା ଅର୍ଥ ରାଶି ଫେରସ୍ତ କରାଯିବ। ଚାଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କର ପ୍ରାପ୍ୟ ପାଇବା ସୁନିଶ୍ଚିତ କରାଯାଉଛି। ଚଳିତ ଖରିଫ ବିପଣନ ବର୍ଷ ୨୦୨୨-୨୩ରେ ଉପଗ୍ରହ ଚିତ୍ର ବ୍ୟବହାରକରି ୩୦ ଜିଲାରେ ପ୍ରକୃତ ଚାଷ ହୋଇଥିବା ଅଞ୍ଚଳକୁ ଚିହ୍ନଟ କରାଯାଇଛି। ସେଠାରେ କୃଷକ ପଞ୍ଜୀକରଣ/ଧାନ କ୍ରୟ ପ୍ରକ୍ରିୟା ସମୟରେ ଅଧିକ ସ୍ବଚ୍ଛତା ଆଣିବାରେ ସହାୟକ ହେଉଛି। ଏହାଦ୍ୱରା ପ୍ରକୃତ ଚାଷୀଙ୍କୁ ଏମ୍‌ଏସ୍‌ପି ସୁନିଶ୍ଚିତ କରାଯାଇପାରୁଛି ବୋଲି ସେ କହିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆସିଥିବା ବ୍ୟୟବରାଦକୁ ବୁଧବାର ବିଧାନସଭାରେ ଗୃହୀତ କରାଯାଇଛି। ଏହି ବିଭାଗ ଖର୍ଚ୍ଚଦାବି ଆଲୋଚନାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ନେତାମାନେ ଭାଗନେଇଛନ୍ତି। ବିରୋଧୀଙ୍କ ପକ୍ଷରୁ ଧାନ ଉଠାଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହେଉଥିବା ବିଭିନ୍ନ ଅବ୍ୟବସ୍ଥା ନେଇ ସେମାନେ ବର୍ଷିଛନ୍ତି। ଅନ୍ୟପଟେ ଶାସକ ଦଳର ସଦସ୍ୟମାନେ କିନ୍ତୁ ପାଲଟା କେନ୍ଦ୍ରକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର,ଶାସକ ଦଳ ସଦସ୍ୟ ଭୂପିନ୍ଦର ସିଂ ପ୍ରମୁଖ ଭାବେ ଏହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…

ଉପକୂଳ ଆଡ଼କୁ ମାଡିଆସୁଛି ଗଭୀର ଅବପାତ: IMDର ବଡ଼ ସୂଚନା, ଆଜି ରାତି ସୁଦ୍ଧା…

ଭୁବନେଶ୍ୱର,୨୩।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଡିପ ଡିପ୍ରେସନରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?