‘ପାର୍ଲାମେଣ୍ଟରେ ଓଡ଼ିଶା ଏମ୍‌ପିମାନେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାନ୍ତୁ’

ଭୁବନେଶ୍ୱର,୧୨।୩(ବ୍ୟୁରୋ): ସୋମବାରଠାରୁ ପାର୍ଲାମେଣ୍ଟରେ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଜନଗଣନାରେ ପଛୁଆବର୍ଗଙ୍କୁ ସାମିଲ କରିବାକୁ ରାଜ୍ୟର ଏମ୍‌ପିମାନେ ଦୃଢଭାବେ ଦାବି ଉପସ୍ଥାପନ କରନ୍ତୁ। ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଦାବି ଜଣାଇଛନ୍ତି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟରେ ପଛୁଆବର୍ଗ ଜନଗଣନା ହୋଇ ନ ଥିବା ଯୋଗୁ ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ୱାର୍ଡମେମ୍ବରଠାରୁ ମେୟର ପଦବୀ ପର୍ଯ୍ୟନ୍ତ କେଉଁଥିରେ ମଧ୍ୟ ରାଜ୍ୟର ୫୨ ଭାଗ ପଛୁଆବର୍ଗ ଜନସାଧାରଣ ସଂରକ୍ଷଣ ପାଇପାରିଲେ ନାହିଁ। ଫଳରେ ସେମାନେ ତାଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚତ୍ତ ହେଲେ। ସେହିଭଳି ଆଇ.ଆଇ.ଟି. ଓ ଆଇ.ଆଇ.ଏମ୍‌. ଭଳି ପ୍ରତିଷ୍ଠିତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ପଛୁଆବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ ନାମଲେଖା କ୍ଷେତ୍ରରେ ୨୭ ଭାଗ ସଂରକ୍ଷଣ ଥିଲାବେଳେ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଓ ମେଡିକାଲ, ଇଞ୍ଜିନିୟରିଂ ଆଦି ପ୍ରତିଷ୍ଠାନରେ ପଛୁଆବର୍ଗ ପିଲାଙ୍କ ପାଇଁ ଆଦୌ ସଂରକ୍ଷଣ ଦିଆଯାଉନାହିଁ। ଚାକିରି କ୍ଷେତ୍ରରେ ମଧ୍ୟ ଏହି ବର୍ଗର ବେକାର ଯୁବତୀ ଯୁବକମାନେ ୨୭ ଭାଗ ସଂରକ୍ଷଣ ପରିବର୍ତ୍ତେ ମାତ୍ର ୧୧.୨୫% ପ୍ରତିଶତ ସଂରକ୍ଷଣ ପାଉଛନ୍ତି। ଗତ ଅଗଷ୍ଟ ମୌସୁମୀ ଅଧିବେଶନ ସମୟରେ ପାର୍ଲାମେଣ୍ଟସ୍ଥିତ ସ୍ବରାଷ୍ଟ୍ର ବିଭାଗ କାର୍ଯ୍ୟାଳୟଠାରେ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ବିଜେଡି ଏମ୍‌ପିମାନେ ପଛୁଆବର୍ଗ ଜନଗଣନା ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହା ସତ୍ତ୍ବେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ପଛୁଆବର୍ଗ ଜନଗଣନା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ଆବଶ୍ୟକ ପଡ଼ିଲେ ବିଜେଡି ଏମ୍‌ପିମାନେ ସମନ୍ବୟ ରକ୍ଷାକରି ଲୋକସଭା ଗୃହ ମଧ୍ୟରେ ଜାତିଗତ ଜନଗଣନା ସପକ୍ଷରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାକୁ ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

ଗ୍ରାମରେ ପଶିଗଲା ଗୋଠଛଡ଼ା ଦନ୍ତା: ଘର ଭାଙ୍ଗି ଚାଉଳ ଖାଇଲା, ଜଙ୍ଗଲରେ ୩ ହାତୀଙ୍କୁ ନେଇ ଆତଙ୍କ!

ବଣାଇଁ,୧୭।୯(ପ୍ରଦୀପ ତ୍ରିପାଠୀ): ବୁଧବାର ସନ୍ଧ୍ୟାରେ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ବଡ଼ପୋଷ ଗ୍ରାମରେ ଏକ ଗୋଠଛଡା ଦନ୍ତା ହଠାତ୍ ଘରେ ପଶି ଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଘୂରିବୁଲୁଥିବା…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

UPI AutoPay ମାଧ୍ୟମରେ SIP ଏବଂ Insurance ଭରୁଛନ୍ତି କି? ଜାଣନ୍ତୁ ୧୫ ଅକ୍ଟୋବରରୁ କ’ଣ ବଦଳିବ…

ନୂଆଦିଲ୍ଲୀ,୧୭।୯: ଯଦି ଆପଣ ପ୍ରତିମାସରେ Mutual Fund SIP, ଇନ୍ସୁରାନ୍ସ ପ୍ରିମିୟମ୍, OTT ସବସ୍କ୍ରିପସନ୍ କିମ୍ବା ବିଜୁଳି-ମୋବାଇଲ୍ ବିଲ୍ ପରିଶୋଧ ପାଇଁ UPI AutoPay ବ୍ୟବହାର କରୁଛନ୍ତି,…

ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

ମୋହନା,୧୭।୯(ମନ୍ମଥ ମିଶ୍ର): ସ୍କୁଟିରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ । ପୋଲିସ ଚେକିଂ ବେଳେ ଧରାପଡ଼ିଲା ଚାଲାଣକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ,…

ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?