Posted inଖେଳ

ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଫାଟୋର୍ଡା, ୨୫ା୧: ଆରମ୍ଭରୁ ଅଗ୍ରଣୀ ସତ୍ତ୍ୱେ ଓଡ଼ିଶା ଏଫ୍‌ସି ସୁଯୋଗ ହାତଛଡ଼ା କରି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ରବିବାର ଖେଳାଯାଇଥିବା ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ ମ୍ୟାଚ ୧-୧ଗୋଲ୍‌ରେ ରେ ଡ୍ର ରଖିଛି। ଫଳରେ ଉଭୟ ଦଳ ପଏଣ୍ଟ ବଣ୍ଟୁଆରା କରିଛନ୍ତି। ନାଟକୀୟ ପରିସମାପ୍ତି ଘଟିଥିବା ଏହି ମ୍ୟାଚରେ ଡିଏଗୋ ମୌରିସିଓ ୮ମ ମିନିଟ୍‌ରେ ଗୋଲ ପୋଷ୍ଟର ଅତି ନିକଟରୁ ସ୍କୋର କରି ଓଡ଼ିଶା ଏଫ୍‌ସି ଅଗ୍ରଣୀ କରାଇଥିଲେ। ବେଙ୍ଗାଲୁରୁ ଦଳର ଏରିକ୍‌ ପାରଟାଲୁ ୮୨ତମ ମିନିଟ୍‌ରେ ହେଡର ଜରିଆରେ ମ୍ୟାଚକୁ ବରାବର ସ୍ଥିତିକୁ ନେଇ ଆସିଥିଲେ। ମ୍ୟାଚରେ ଡାନିଏଲ ଲାଲିମପୁଇଆ , ସୁନୀଲ ଛେତ୍ରୀ ଓ କ୍ରିଷ୍ଟିଆନ ଅପ୍‌ସେଠ୍‌ ସୁଯୋଗମାନ ସୃଷ୍ଟି କରିଥିଲେ। ଓଡ଼ିଶା ଏଫ୍‌ସିର ଆକାଶଦୀପ ସିଂ ଓ ବେଙ୍ଗାଲୁରୁ ଏଫ୍‌ସିର ଗୁର୍‌ପ୍ରୀତ୍‌ ମ୍ୟାଚରେ ଚମତ୍କାର ଗୋଲ ରକ୍ଷଣ କରିଥିଲେ। ବେଙ୍ଗାଲୁରୁ ଏଫ୍‌ସି କାମଚଳା କୋଚ୍‌ ନୌସାଦ ମୁଷା କେରଳ ବ୍ଲାଷ୍ଟରଠାରୁ ପରାଜିତ ତାଙ୍କ ଦଳରେ କୌଣସି ପରିବର୍ତ୍ତନ କରି ନ ଥିଲେ। ଅନପକ୍ଷରେ ଓଡ଼ିଶା କେବଳ ଗୋଟିଏ ପରିବର୍ତ୍ତନ କରିଥିଲା। ଗୋଟିଏ ମ୍ୟାଚୁ ସସ୍‌ପେଣ୍ଡ ରହିବା ପରେ ଷ୍ଟିିଭେନ ଟେଲର ଚୂଡାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବେଙ୍ଗାଲୁର ୧୩ଟି ମ୍ୟାଚରୁ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଥିବା ବେଳେ ଓଡ଼ିଶା ସମାନ ସଂଖ୍ୟକ ମ୍ୟାଚରୁ ୮ ପଏଣ୍ଟ ସହ ଟେବୁଲର ସର୍ବନିମ୍ନ ଅର୍ଥାତ ୧୧ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?