ପିଏମ୍‌ଇଜିପି ଅଗ୍ରଗତିରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପ୍ରଧାନମନ୍ତ୍ରୀ କର୍ମନିୟୋଜନ ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଲକ୍ଷ୍ୟ ହାସଲରେ ଓଡ଼ିଶା ଧିମେଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ଜାତୀୟସ୍ତରରେ ୧୧୪.୭% ହାସଲ କରି ୩ୟ ସ୍ଥାନରେ ଥିବାବେଳେ ଚଳିତବର୍ଷ ବହୁ ପଛରେ ପଡ଼ିଛି। ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କର୍ସମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ତତ୍ପରତା ଦେଖାଇବା ସହ ସରକାରୀ ଯୋଜନାର ସଫଳ ରୂପାୟନ କରିବା ଦିଗରେ କାର୍ଯ୍ୟ କରିବାକୁ ସଚିବ ତାଗିଦ୍‌ କରିଛନ୍ତି। ରାଜ୍ୟରେ ପ୍ରତିଭାର ଅଭାବ ନାହିଁ। ମେଧାବୀ ଶିକ୍ଷିତ ଯୁବତୀଯୁବକମାନେ ନିଜସ୍ବ ଉଦ୍ୟମରେ ଷ୍ଟାଟ୍‌ଅପ୍‌ ପ୍ରସ୍ତୁତ କରି ଆଗକୁ ବଢ଼ିବା ଲାଗି ଉଦ୍ୟମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ନିଜସ୍ବ ସମ୍ବଳ ବିନିଯୋଗ ମଧ୍ୟ କରୁଛନ୍ତି। ବ୍ୟାଙ୍କଗୁଡ଼ିକର ସହଯୋଗ ମିଳିଲେ ସେମାନେ ସଫଳତାର ଶିଖର ଛୁଇଁପାରିବେ। ଏ ଦିଗରେ ବ୍ୟାଙ୍କଗୁଡ଼ିକ ଆଗେଇ ଆସିବାକୁ ସଚିବ ଆହ୍ବାନ ଦେଇଛନ୍ତି। ସମୀକ୍ଷା ବୈଠକରେ ରାଜ୍ୟର ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କର ପ୍ରତିନିଧି ଯୋଗଦେଇ ପିଏମ୍‌ଇଜିପିରେ ନିଜସ୍ବ ସହଯୋଗ ସମ୍ପର୍କିତ ପରିସଂଖ୍ୟାନ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ବ୍ୟାଙ୍କ ସହଯୋଗ ଲୋଡୁଥିବା ବାରିଫ୍ଲୋ ଲାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଗ୍ରୋଜିପ୍‌, ଆଭେଟି ଲର୍ଣ୍ଣିଂ, ହସ୍ତିକା ଏବଂ ଏନ୍‌ଏମ୍‌ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ ଷ୍ଟାର୍ଟଅପ୍‌ ସମୂହ ସେମାନଙ୍କ କାର୍ଯ୍ୟଖସଡ଼ାର ବିବରଣୀ ଉପସ୍ଥାପନ କରିଥିଲେ। ସଚିବଙ୍କ ହସ୍ତକ୍ଷେପ ପରେ ୟୁକୋ ବ୍ୟାଙ୍କ ପକ୍ଷରୁ ‘ହସ୍ତିକା’ ଏବଂ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ‘ଗ୍ରୋଜିପ୍‌’କୁ ଋଣ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ସେହିପରି ଏନ୍‌.ଏମ୍‌. ମ୍ୟାନେଜ୍‌ମେଣ୍ଟକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହଯୋଗ କରିବା ଲାଗି ବିଚାର କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଅନ୍ୟପଟେ ଯାଞ୍ଚ ପ୍ରକ୍ରିୟା ସମୟରେ ସାମାନ୍ୟ ତ୍ରୁଟିବିଚ୍ୟୁତି ଥିଲେ ମଧ୍ୟ ଦରଖାସ୍ତକୁ ବ୍ୟାଙ୍କସ୍ତରରେ ନାକଚ କରିଦିଆଯାଉଛି। ଏଭଳି ୬୭ ଦରଖାସ୍ତ ନାକଚ୍‌ ହୋଇଛି। ଅନ୍ୟ ୫୫ ଦରଖାସ୍ତ ବ୍ୟାଙ୍କସ୍ତରରେ ଅଟକି ରହିଛି, ଯାହାକୁ ନେଇ ସଚିବ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି କ୍ଷେତ୍ରରେ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ତ୍ରୁଟି ସୁଧାରିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ୨୫ ବ୍ୟାଙ୍କର ପ୍ରତିନିଧି ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର,୭ା୭(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟସ୍ଥ ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ଜଣଙ୍କ ହେଲେ ଆଶିଷ...

ହେଲ୍‌ମେଟ ପାଇଁ ଗର୍ଭବତୀଙ୍କୁ ରାସ୍ତାରେ ଚଲାଇବା ଘଟଣା: ଥାନା ଓଆଇସିଙ୍କୁ ବହିଷ୍କାର ଲାଗି ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୫।୪(ବ୍ୟୁରୋ): ହେଲମେଟ୍‌ ପିନ୍ଧି ନ ଥିବାରୁ ମୟୂରଭଞ୍ଜ ଜିଲା ଶରତ ଥାନାର ଓଆଇସି ରୀନା ବକ୍ସଲା ଜଣେ ୮ମାସର ଗର୍ଭବତୀଙ୍କୁ ୩ କି.ମି. ଚଲାଇବା ଘଟଣାକୁ...

ଗଞ୍ଜାମର ଦୁର୍ଦ୍ଦାନ୍ତ ଅପରାଧୀ କୈଳାସଙ୍କ ନା’ରେ ଲାଗିଲା ଏନ୍‌ଏସ୍‌ଏ

ବ୍ରହ୍ମପୁର ଅଫିସ ,୨୪।୬- ଗଞ୍ଜାମ ଜିଲାର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧି ତଥା ବଡବଜାର ଥାନା ଅନ୍ତର୍ଗତ ସିତାଢ଼ିମ୍ବିରା ସାହିର କୈଳାସ ଘଡେଇଙ୍କ ନାମରେ ଜାତୀୟ ନିରାପତ୍ତା...

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୭୦କୁ ବୃଦ୍ଧି ପାଇଛି। ୭ ମୃତକଙ୍କ...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡ଼ାଗଲା ପାଣି

କୋକସରା,୧୦।୭(ଡି.ଏନ୍‌.ଏ.): ଚଳିତ ୨୦୨୨-୨୩ ଖରିଫ ଚାଷ ପାଇଁ କଳାହାଣ୍ଡି ଜିଲା ମୁଖୀଗୁଡ଼ାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ମେଗାଲିଫ୍ଟ କେନାଲ ମଙ୍ଗଳପୁର ବ୍ୟାରେଜରୁ ରବିବାର ପାଣି ଛଡାଯାଇଛି। ଏହାଦ୍ୱାରା...

ଆଗକୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ: ନବୀନଙ୍କ ସହଯୋଗ ଲୋଡ଼ିଲେ ନୀତିଶ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଆଗକୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ। ଉପାଧ୍ୟକ୍ଷ ପଦ ପାଇଁ ଜେଡିୟୁ ପକ୍ଷରୁ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ତାଙ୍କୁ ସମର୍ଥନ...

ଟିକା ନେଇ ୨ ମାସର ଶିଶୁ ମୃତ

ଭଦ୍ରକ ଅଫିସ,୧୪।୭- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ବାଣିତିଆ ମୁକ୍ତିପଦା ଶାସନ ଗ୍ରାମର ଅରୁଣ ଦାସଙ୍କ ଦୁଇମାସର ପୁଅର ବୁଧବାର ସନ୍ଧ୍ୟାରେ ଜିଲା ମୁଖ୍ୟ...

ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ୨ ଭଳି ଯୁକ୍ତ୩ରେ ନାମଲେଖାଇବାରୁ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କୁ...

Advertisement
Archives

Model This Week