ଓଡିଶାରୁ ଅପହୃତ ନାବାଳକ ପଶ୍ଚିମବଙ୍ଗରୁ ଉଦ୍ଧାର: ୪ ଗିରଫ

ରାଉରକେଲା ଅଫିସ, ୧୭ା୧୨-ରାଉରକେଲା ରେଳଷ୍ଟେଶନ ନିକଟରୁ ଅପହୃତ ହୋଇଥିବା ୫ବର୍ଷର ନାବାଳକକୁ ପଶ୍ଚିମବଙ୍ଗ ମେଦିନାପୁରରୁ ଉଦ୍ଧାର କରାଯାଇଛି। ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ଏହି ଘଟଣାରେ ଗୁରୁବାର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଉଦିତନଗର ଥାନା ଅନ୍ତର୍ଗତ ବିରଜାପାଲ୍ଲୀର ଅଶ୍ରଫ ଅଲ୍ଲୀ(୩୦), ଗୋପବନ୍ଧୁପାଲ୍ଲୀର ସନ୍ତୋଷୀ ନାୟକ (୪୨), ନିର୍ମଳା ଦାସ(୫୦) ଏବଂ ପଶ୍ଚିମବଙ୍ଗ ମେଦିନାପୁରର ମୂଳନିବାସୀ ତଥା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ରେହମତ ନଗରର ମାନୁଆର ବିବି(୬୧)। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ନାବାଳକଙ୍କୁ ୧ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।
ନାବାଳକ ହେଉଛନ୍ତି ବ୍ରାହ୍ମଣୀତରଙ୍ଗ ଥାନା ବେଦବ୍ୟାସ ନିକଟ ଲୁଙ୍ଗେର ଟୋଲିର ଶଙ୍କର ସିଂଙ୍କ ପୁଅ। ଗତ ୪ରେ ସେ ରାଉରକେଲା ରେଳଷ୍ଟେଶନ ନିକଟରୁ ନିଖୋଜ ହୋଇଯାଇଥିଲେ। ତାଙ୍କ ବାପା ଶଙ୍କର ଖୋଜାଖୋଜି କରି ନ ପାଇବା ପରେ ୧୨ ତାରିଖରେ ପ୍ଲାଣ୍ଟସାଇଟ୍‌ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ନାବାଳକଙ୍କୁ ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ନାବାଳକକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଅଶ୍ରଫ ଅଲ୍ଲୀ ନାବାଳକଙ୍କୁ ଅପହରଣ କରି ସନ୍ତୋଷୀ ନାୟକ, ନିର୍ମଳା ଦାସଙ୍କୁ ଦେଇଥିଲେ। ସେମାନେ ମାନୁଆର ବିବିଙ୍କୁ ବିକ୍ରି କରିଥିଲେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲାଣି କଟକ ବେହେରା ସାହି: ଆଉ ୫୭ ପଜିଟିଭ ଚିହ୍ନଟ

କଟକ ଅଫିସ, ୩।୮: କଟକ ସହରରୁ ସୋମବାର ୮୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୯ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୮...

ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର...

ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଗଣବଳାତ୍କାର

ଭଞ୍ଜନଗର,୧୩।୨: ଭଞ୍ଜନଗର ସହରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣବଳତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ୪ଜଣଙ୍କୁ ଗିରଫ କରିଛି।   ଛାତ୍ରୀ...

ହାତୀନଦୀରେ ବନ୍ୟା: ଗାଁ, ମୁଖ୍ୟ ରାସ୍ତାରେ ଚାଲିଲା ପାଣି

ଭବାନୀପାଟଣା,୧୫।୮(ସ୍ବ.ପ୍ର): କଳାହାଣ୍ଡି ଜିଲାରେ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାରେ ପ୍ରବାହିତ ହେଉଥିବା ଅନେକ ନଦୀ ନାଳର ଜଳସ୍ତର ବୃଦ୍ଧି...

ଶାହାଙ୍କୁ ସ୍ବାଗତ ଜଣାଇବାକୁ ଗଲେନି ରାଜ୍ୟର କୌଣସି ମନ୍ତ୍ରୀ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର,୮।୮(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟର କୌଣସି ମନ୍ତ୍ରୀ ସ୍ବାଗତ କରିବାକୁ ଯାଇ ନାହାନ୍ତି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏଭଳି ଅଭିଯୋଗ ଆଣିଛନ୍ତି...

ଶିଳ୍ପ ସମୃଦ୍ଧ ଜିଲାରେ ବଢୁଛି ହସ୍ତଶିଳ୍ପ

ଅନୁଗୋଳ ଅଫିସ, ୧୩ା୮: ଘରୋଇ ଓ ସରକାରୀ ଉଦ୍ୟୋଗରେ ସମୃଦ୍ଧ ଅନୁଗୋଳ ଜିଲାରେ ବଢ଼ୁଛି ହସ୍ତଶିଳ୍ପର ଆଦର। ଏଠାକାର ବାଉଁଶ କାରିଗରି, ଟେରାକୋଟା ଓ କଂସା ପିତଳ...

ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ

ଭୁବନେଶ୍ୱର, ୧।୩(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗୀତ ଗାଇଛନ୍ତି। ତାହା ପୁଣି ଓଡ଼ିଆ ଗୀତ। ଜଣେ ପେସାଦାର କଣ୍ଠଶିଳ୍ପୀଙ୍କ ଭଳି ଏକଦମ୍‌ ସୁରରେ ସେ ଷ୍ଟୁଡିଓରେ...

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲା ରେଭେନଶା

କଟକ ଅଫିସ,୪/୪- ରେଭେନଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪,୫୨,୬୯୧ ଟଙ୍କା ଶନିବାର ସହାୟତା ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ସମସ୍ତ...

Advertisement
Archives

Model This Week