ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଓଡ଼ିଶା ଜଗରନଟ୍ସ

ଭୁବନେଶ୍ୱର,୧୯ା୮:ଅଲ୍‌ଟିମେଟ ଖୋଖୋ ଲିଗ୍‌ରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଓଡ଼ିଶା ଜଗରନଟ୍ସ। ଶୁକ୍ରବାର ପୁଣେର ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରାଜସ୍ଥାନ ଓ୍ବାରିୟର୍ସ ବିପକ୍ଷରେ ମ୍ୟାଚ୍‌ ରହିଥିବା ବେଳେ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଦଳ ପ୍ରୟାସ କରିବ। ମଙ୍ଗଳବାର ଗୁଜରାଟ ଜାୟାଣ୍ଟ୍ସ ବିପକ୍ଷରେ ଅଗ୍ରଣୀ ରହିଥିଲେ ମଧ୍ୟ ଦଳ ଅନ୍ତିମ କ୍ଷଣରେ ପରାଜିତ ହୋଇଥିଲା। ପରାଜୟକୁ ପଛରେ ପକାଇ ପୁଣି ଥରେ ଜଗରନଟ୍ସ ବିଜୟ ଧାରାକୁ ଫେରିବ ବୋଲି ଆଶାବାଦୀ ଅଛନ୍ତି କୋଚ୍‌ ଅଶ୍ୱିନୀ କୁମାର ଶର୍ମା। ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହିତ ଓଡ଼ିଶା ପଏଣ୍ଟ ଟେବଲର ତୃତୀୟ ସ୍ଥାନରେ ରହିଛି। ଅଦ୍ୟାବଧି ରାଜସ୍ଥାନ ଦୁଇଟି ମୁକାବିଲା ଖେଳି ସାରିଥିବା ବେଳେ ପ୍ରଥମ ବିଜୟ ସନ୍ଧାନରେ ରହିଛି। ରାଜସ୍ଥାନ ଦୁଇଟି ଯାକ ମୁକାବିଲା ହାରିଥିବାରୁ ଏହା ଆମକୁ ମନସ୍ତାତ୍ତ୍ୱିକ ଅଗ୍ରଣୀ ପ୍ରଦାନ କରିବ ବୋଲି ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ଟୁର୍ନାମେଣ୍ଟରେ ରାଜସ୍ଥାନ ନିଜର ପଏଣ୍ଟ ଖାତା ଖୋଲିବାକୁ ଜୋରଦାର ପ୍ରୟାସ କରିବ। ମଜହର ଜମାଦାରଙ୍କ ରାଜସ୍ଥାନ ଏଯାଏ ଆଖିଦୃଶିଆ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ ହେଁ ଅଧିନାୟକଙ୍କ ପ୍ରଦର୍ଶନ କିନ୍ତୁ ବେଶ୍‌ ଚମତ୍କାର ରହିଛି। ସେ ଦୁଇଟି ମ୍ୟାଚରୁ ୨୯ ଆଟାକ ପଏଣ୍ଟ ସଂଗ୍ରହ କରିଛନ୍ତି।
ସେହିପରି ଶୁକ୍ରବାରର ଦ୍ୱିତୀୟ ମୁକାବିଲା ମୁମ୍ବାଇ ଖିଲାଡି ଓ ଚେନ୍ନାଇ କ୍ୱିକ୍‌ ଗନ୍‌ ମଧ୍ୟରେ ଖେଳାଯିବ। ଉଭୟ ଦଳ ଗୋଟିଏ ଲେଖାଏ ବିଜୟ ସହିତ ପଏଣ୍ଟ ଟେବଲର ୪ ଓ ୫ ନମ୍ବର ସ୍ଥାନରେ ରହିଛନ୍ତି। ଗୁଜରାଟ ଜାୟାଣ୍ଟ୍ସ ୩ଟି ମ୍ୟାଚରୁ ସମାନ ସଂଖ୍ୟକ ବିଜୟ ସହିତ ପଏଣ୍ଟ ଟେବଲର ପ୍ରଥମ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଜଗରନଟ୍ସ ପ୍ରଥମ ମୁକାବିଲାରେ ଚେନ୍ନାଇ କ୍ୱିକ୍‌ ଗନ୍ସକୁ ୫୧-୪୩ରେ ପରାସ୍ତ କରିଥିବା ବେଳେ ଗୁଜରାଟ ବିପକ୍ଷ ମ୍ୟାଚରେ ୫୪-୪୯ରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri