ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ ଅନୁଯାୟୀ, ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୯ ପଏଣ୍ଟ ହ୍ରାସ ପାଇଛି। ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ପ୍ରକାଶିତ ସାମ୍ପଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ, ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ରେ ବାର୍ଷିକ ଶିଶୁ ମୃତ୍ୟୁହାର, ଜନ୍ମହାର ଓ ଆନୁଷଙ୍ଗିକ ତଥ୍ୟ ପ୍ରକାଶିତ ହୋଇଥାଏ। ଏବେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଗୁରୁବାର ଲୋକସେବା ଭବନରେ ଆୟୋଜିତ ‘ମୋ ସରକାର’ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଅଧିକାରୀମାନଙ୍କୁ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ କରିବାରେ ସଫଳ ହୋଇଛି। ୨୦୦୫ରୁ ୨୦୨୦ ମଧ୍ୟରେ ଏହି ସଫଳତା ମିଳିଛି। ଏହା ସାରା ଦେଶରେ ଏହି ସମୟ ମଧ୍ୟରେ ସର୍ବାଧିକ ହ୍ରାସ। ଏଥିସହିତ ବର୍ତ୍ତମାନ ରାଜ୍ୟରେ ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ ୩୬କୁ କମିଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଟିମ୍‌ ଓଡ଼ିଶାକୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହୋଇ ନୂଆ ନୂଆ ସଫଳତା ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ହ୍ରାସ ପାଇଁ ୨୦୧୫-୧୬ ମସିହାରୁ ‘ସମ୍ପୂର୍ଣ୍ଣ’ ଭଳି ଅଭିନବ ସ୍ବାସ୍ଥ୍ୟସେବା ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଅଧିକ ବିପଦପୂର୍ଣ୍ଣ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଚିହ୍ନଟ କରି ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ପ୍ରଥମ ରେଫରାଲ ୟୁନିଟ୍‌ରେ ଗର୍ଭବତୀ ମହିଳାମାନଙ୍କୁ ସିଜରିଆନ୍‌ ସୁବିଧା ଯୋଗାଇଦେବା ସହ ‘ଲକ୍ଷ୍ୟ’ କାର୍ଯ୍ୟକ୍ରମ ଅଧୀନରେ ପ୍ରସବକାଳୀନ ସମସ୍ୟା ଓ ନବଜାତ ଶିଶୁଙ୍କୁ ଗୁଣାତ୍ମକ ଯତ୍ନ ସେବା ଯୋଗାଇ ଦିଆଯାଉଛି। ଏଥିରେ ପ୍ରସୂତି ଓ ନବଜାତ ଶିଶୁଙ୍କୁ ୪୮ ଘଣ୍ଟା ସ୍ବାସ୍ଥ୍ୟସେବା ମିଳିପାରୁଛି। ଏଥିଲାଗି ରାଜ୍ୟରେ ୭୪ଟି ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏଥିରେ ୩୦ରୁ ୧୨୫ ପର୍ଯ୍ୟନ୍ତ ଶଯ୍ୟା ବ୍ୟବସ୍ଥା ରହିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନବଜାତ ଶିଶୁଙ୍କ ଯତ୍ନ ଓ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ୪୮ରୁ ଅଧିକ ଆଶାକର୍ମୀ ନିୟୋଜିତ ଅଛନ୍ତି। ରାଜ୍ୟରେ ଏବେ ୪୪ଟି ସ୍ବତନ୍ତ୍ର ନବଜାତ ସ୍ବାସ୍ଥ୍ୟସେବା କେନ୍ଦ୍ର କାର୍ଯ୍ୟ କରୁଛି। ଏଠାରେ ଜନ୍ମ ପରବର୍ତ୍ତୀ ମୃତ୍ୟୁହାର ଓ ମସ୍ତିଷ୍କର କ୍ଷତିକୁ ରୋକିବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି। ନିୟମିତ ଟିକାକରଣ ଯୋଜନା ମାଧ୍ୟମରେ ଆଇଭିପି, ରୋଟାଭାଇରସ୍‌ ଓ ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ଟିକା ସୁବିଧା ମିଳିପାରୁଛି। ଶିଶୁଙ୍କୁ ଜନ୍ମ ପରେ ଭିଟାମିନ୍‌-କେ ଦିଆଯାଉଛି। ଗୁରୁତର ପୁଷ୍ଟିହୀନ ପିଲାଙ୍କୁ ଉପଯୁକ୍ତ ଖାଇବା ଅଭ୍ୟାସ, ଓଆର୍‌ଏସ୍‌ ଓ ଜିଙ୍କ ଥେରାପି ଏବଂ ପୁଷ୍ଟିକର ସପ୍ଲିମେଣ୍ଟ୍‌ସ ପ୍ରଦାନ କରାଯାଉଛି। ସରକାରଙ୍କ ଏହିସବୁ ପଦକ୍ଷେପ ଫଳରେ ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?