ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ ଅନୁଯାୟୀ, ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୯ ପଏଣ୍ଟ ହ୍ରାସ ପାଇଛି। ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ପ୍ରକାଶିତ ସାମ୍ପଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ, ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ରେ ବାର୍ଷିକ ଶିଶୁ ମୃତ୍ୟୁହାର, ଜନ୍ମହାର ଓ ଆନୁଷଙ୍ଗିକ ତଥ୍ୟ ପ୍ରକାଶିତ ହୋଇଥାଏ। ଏବେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଗୁରୁବାର ଲୋକସେବା ଭବନରେ ଆୟୋଜିତ ‘ମୋ ସରକାର’ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଅଧିକାରୀମାନଙ୍କୁ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ କରିବାରେ ସଫଳ ହୋଇଛି। ୨୦୦୫ରୁ ୨୦୨୦ ମଧ୍ୟରେ ଏହି ସଫଳତା ମିଳିଛି। ଏହା ସାରା ଦେଶରେ ଏହି ସମୟ ମଧ୍ୟରେ ସର୍ବାଧିକ ହ୍ରାସ। ଏଥିସହିତ ବର୍ତ୍ତମାନ ରାଜ୍ୟରେ ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ ୩୬କୁ କମିଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଟିମ୍‌ ଓଡ଼ିଶାକୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହୋଇ ନୂଆ ନୂଆ ସଫଳତା ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ହ୍ରାସ ପାଇଁ ୨୦୧୫-୧୬ ମସିହାରୁ ‘ସମ୍ପୂର୍ଣ୍ଣ’ ଭଳି ଅଭିନବ ସ୍ବାସ୍ଥ୍ୟସେବା ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଅଧିକ ବିପଦପୂର୍ଣ୍ଣ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଚିହ୍ନଟ କରି ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ପ୍ରଥମ ରେଫରାଲ ୟୁନିଟ୍‌ରେ ଗର୍ଭବତୀ ମହିଳାମାନଙ୍କୁ ସିଜରିଆନ୍‌ ସୁବିଧା ଯୋଗାଇଦେବା ସହ ‘ଲକ୍ଷ୍ୟ’ କାର୍ଯ୍ୟକ୍ରମ ଅଧୀନରେ ପ୍ରସବକାଳୀନ ସମସ୍ୟା ଓ ନବଜାତ ଶିଶୁଙ୍କୁ ଗୁଣାତ୍ମକ ଯତ୍ନ ସେବା ଯୋଗାଇ ଦିଆଯାଉଛି। ଏଥିରେ ପ୍ରସୂତି ଓ ନବଜାତ ଶିଶୁଙ୍କୁ ୪୮ ଘଣ୍ଟା ସ୍ବାସ୍ଥ୍ୟସେବା ମିଳିପାରୁଛି। ଏଥିଲାଗି ରାଜ୍ୟରେ ୭୪ଟି ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏଥିରେ ୩୦ରୁ ୧୨୫ ପର୍ଯ୍ୟନ୍ତ ଶଯ୍ୟା ବ୍ୟବସ୍ଥା ରହିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନବଜାତ ଶିଶୁଙ୍କ ଯତ୍ନ ଓ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ୪୮ରୁ ଅଧିକ ଆଶାକର୍ମୀ ନିୟୋଜିତ ଅଛନ୍ତି। ରାଜ୍ୟରେ ଏବେ ୪୪ଟି ସ୍ବତନ୍ତ୍ର ନବଜାତ ସ୍ବାସ୍ଥ୍ୟସେବା କେନ୍ଦ୍ର କାର୍ଯ୍ୟ କରୁଛି। ଏଠାରେ ଜନ୍ମ ପରବର୍ତ୍ତୀ ମୃତ୍ୟୁହାର ଓ ମସ୍ତିଷ୍କର କ୍ଷତିକୁ ରୋକିବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି। ନିୟମିତ ଟିକାକରଣ ଯୋଜନା ମାଧ୍ୟମରେ ଆଇଭିପି, ରୋଟାଭାଇରସ୍‌ ଓ ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ଟିକା ସୁବିଧା ମିଳିପାରୁଛି। ଶିଶୁଙ୍କୁ ଜନ୍ମ ପରେ ଭିଟାମିନ୍‌-କେ ଦିଆଯାଉଛି। ଗୁରୁତର ପୁଷ୍ଟିହୀନ ପିଲାଙ୍କୁ ଉପଯୁକ୍ତ ଖାଇବା ଅଭ୍ୟାସ, ଓଆର୍‌ଏସ୍‌ ଓ ଜିଙ୍କ ଥେରାପି ଏବଂ ପୁଷ୍ଟିକର ସପ୍ଲିମେଣ୍ଟ୍‌ସ ପ୍ରଦାନ କରାଯାଉଛି। ସରକାରଙ୍କ ଏହିସବୁ ପଦକ୍ଷେପ ଫଳରେ ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri