ଏମ୍‌ଆର୍‌ୟୁଟି ସ୍କିମ୍‌ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର୧୧।୮(ବ୍ୟୁରୋ):  କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବା ହେଉ କିମ୍ବା ବିପର୍ଯ୍ୟୟ ପରିଚାଳନା କରିବା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଅନେକ ସମୟରେ ଦୃଷ୍ଟାନ୍ତ ପାଲଟିଛି। ଅଟଳ ମିଶନ ଫର୍‌ ରିଜୁଭେନ୍‌ଶନ ଆଣ୍ଡ ଅର୍ବାନ ଟ୍ରାନ୍ସଫରମେଶନ(ଏମ୍‌ଆର୍‌ୟୁଟି) ସ୍କିମ୍‌ କାର୍ଯ୍ୟକାରୀ ହେଉଥିବା ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟର ଗୌରବ ହାସଲ କରିଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ର଼୍ୟାଙ୍କ ଅନୁସାରେ ଓଡ଼ିଶାକୁ ପ୍ରଥମ ସ୍ଥାନ ମଳିଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ୮୫.୬୭ % ନମ୍ବର ଦିଆଯାଇଛି। ସୋମବାର ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ଓଡ଼ିଶା ପରେ ଚଣ୍ଡିଗଡ଼ ୭୫.୦୮% ପାଇ ଦ୍ୱିତୀୟ ଏବଂ ତେଲଙ୍ଗାନା ୭୪.୦୪% ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ଗୁଜରାଟ ଚତୁର୍ଥ ସ୍ଥାନରେ ଥିବାବେଳେ କର୍ନାଟକ ପଞ୍ଚମ, ଆନ୍ଧ୍ରପ୍ରଦେଶ ଷଷ୍ଠ, ମିଜୋରାମ ସପ୍ତମ, ମଧ୍ୟପ୍ରଦେଶ ଅଷ୍ଟମ, ଛତିଶଗଡ଼ ନବମ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଦଶମ ସ୍ଥାନରେ ରହିଛି।
୨୦୧୫ରେ ଏମ୍‌ଆର୍‌ୟୁଏଟି ସ୍କିମ୍‌ କାର୍ଯ୍ୟକାରୀ କରାଯାଇଥିଲା। ରାଜ୍ୟର ପୁରୀ, ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ୱର, ଭଦ୍ରକ ଏବଂ ବ୍ରହ୍ମପୁର ଆଦି ୯ଟି ସହରରେ କାଯର୍ର୍‌ୟକାରୀ କରାଯାଇଛି। ଏହି ସ୍କିମ କାର୍ଯ୍ୟକାରୀ ହେବାପରେ ଉକ୍ତ ସହରଗୁଡ଼ିକରେ ଜଳ ଯୋଗାଣ, ଡ୍ରେନେଜ, ପରିମଳ, ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଆଦି ନିର୍ମାଣ ସହିତ ସବୁଜ ବଳୟ ସୃଷ୍ଟି ଆଦି ଉପରେ ଗୁରୁତ୍ୱ ଦିଆଯାଇଛି। ମୋଟ ୧୯୧ପ୍ରକଳ୍ପ ମଧ୍ୟରୁ ୧୪୮ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ପ୍ରକଳ୍ପଗୁଡ଼ିକ ମିଶନ ଦ୍ୱାରା ଧାର୍ଯ୍ୟ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ କରାଯିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ସ୍କିମ୍‌ରେ ୯ଟି ସହରାଞ୍ଚଳରେ ରହୁଥିବା ସମସ୍ତ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଏଥିସହିତ ସେହି ସହରଗୁଡ଼ିକରେ ୨୪ କି.ମି. ପାଇପ ଲାଇନ ବିଛାଯାଇଛି। ଅବଶିଷ୍ଟ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ ପାଇପ ବିଛା କାର୍ଯ୍ୟ ଶେଷ ହେବ। ଭୁବନେଶ୍ୱରରେ ଏବଂ ରାଉରକେଲା ମହାନଗର ନିଗମରେ ୨ଟି ଜଳ ବିଶୋଧନାଗାର ନିର୍ମାଣ ହୋଇଛି। ଏମ୍‌ଆର୍‌ୟୁଟି ସ୍କିମ୍‌ରେ ୧.୨୩ ଲକ୍ଷ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ବାରିପଦା ଓ ବ୍ରହ୍ମପୁରରେ ଦୁଇଟି ସାୈର ଶକ୍ତି ଚାଳିତ ପମ୍ପ ହାଉସ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସେହିପରି ଉକ୍ତ ସହରଗୁଡ଼ିକରେ ୧୧୦ଟି ପାର୍କରୁ ୮୫ଟି ପାର୍କର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାସକବିଙ୍କୁ ମନେ ପକାଇଲେ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଓଡ଼ିଆ ମାଟିର ଆଦ୍ୟ କଥାକାର ତଥା ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପୋଖରୀପୁଟ ଡିଏଭି ସ୍କୁଲରେ ପାଳିତ ହୋଇଯାଇଛି। ଆଞ୍ଚଳିକ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶିକା ତଥା...

ଆଜିଠୁ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟମେଳା

ଭୁବନେଶ୍ୱର, ୫।୩(ବ୍ୟୁରୋ):ରାଜ୍ୟର ବାଣିଜ୍ୟ ଓ ରପ୍ତାନିକୁ ଆହୁରି ମଜଭୁତ କରିବା ପାଇଁ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ଏମ୍‌ଏସ୍‌ଏମ୍‌ଇ...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

କବିସୂର୍ଯ୍ୟନଗର,୧୭ା୮-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏକ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୬ ବର୍ଷିୟା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଗୁରୁତର ଅବସ୍ଥାରେ...

ବିଏମ୍‌ସିର ଅଭିନବ ପ୍ରୟାସ: ଦୁଇ ପାର୍କିଂ ଲଟ୍‌ର ଦାୟିତ୍ୱ ନେଲେ କିନ୍ନର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଦୁଇଟି ପ୍ରମୁଖ ପାର୍କିଂ ଅଞ୍ଚଳର ଦାୟିତ୍ୱ ନେଇଛନ୍ତି କିନ୍ନର ସଂଗଠନ। ରାଜମହଲ ଛକ ନିକଟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ...

ନାବାଳିକା ପ୍ରେମିକାଙ୍କୁ ପାଇବା ପାଇଁ ଥାନାରେ ଆତ୍ମାହୁତି ଉଦ୍ୟମ କଲେ ଯୁବକ, କାବୁ କଲା…

ଭୁବନେଶ୍ୱର,୧୩।୩(ବ୍ୟୁରୋ): ମୁଁ ତାଙ୍କୁ ଜୀବନଠାରୁ ବି ଅଧିକ ଭଲ ପାଉଛି। ହେଲେ ତାଙ୍କ ପରିବାର ଲୋକେ ତାଙ୍କୁ ରାଜସ୍ଥାନରେ ଲୁଚାଇ ରଖିଛନ୍ତି। ତମେ ତାଙ୍କୁ ଫେରାଇ...

ବାତ୍ୟା ଅମ୍ଫନ୍‌ କ୍ଷୟକ୍ଷତି ଆକଳନ: ବାଲେଶ୍ୱର, କେନ୍ଦ୍ରାପଡ଼ା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍‌; ଶୁକ୍ରବାର ଗସ୍ତ କରିବେ ଜଗତ୍‌ସିଂହପୁର, ଭଦ୍ରକ 

ଭୁବନେଶ୍ୱର,୪ା୬(ବ୍ୟୁରୋ)/କେନ୍ଦ୍ରାପଡ଼ାଅଫିସ/ଭୋଗରାଇ/ବାଲିଆପାଳ, (ଡି.ଏନ୍‌.ଏ.): ବାତ୍ୟା ଅମ୍ଫନ୍‌ର କ୍ଷୟକ୍ଷତି ଆକଳନ କରିବାକୁ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ...

କରୋନା ବଦଳାଇ ଦେଲା ବେଉସା : ଜଳଖିଆ ଦୋକାନୀ ବିକୁଛନ୍ତି ଫଳ

କେନ୍ଦୁଝର, ୨୯ା୬ (ସ୍ବ.ପ୍ର.): କରୋନା ମହାମାରୀ ବହୁ ଲୋକଙ୍କ ବେଉସା ବଦଳାଇ ଦେଇଛି। ଏଭଳି ଜଣେ ଜଳଖିଆ ବିକି ପେଟ ପୋଷୁଥିବା ଗାନ୍ଧୀ ଛକ ନିକଟରେ...

ଜଳଭଣ୍ଡାରରେ ଲୀନ ହେବ ଅଷ୍ଟାଦଶ ଶତାବ୍ଦୀର ମନ୍ଦିର

କେନ୍ଦୁଝର, ୧୩ା୯ (ସ୍ବ.ପ୍ର.)-କୁହାଯାଉଛି ଏହା ଅଷ୍ଟାଦଶ ଶତାବ୍ଦୀର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର। ବିଚ୍ଛନ୍ନାଞ୍ଚଳ ଷଢେଇକଳା ଗଡଜାତ ଅଞ୍ଚଳର ସୁରମ୍ୟ ବଣପାହାଡ ପରିବେଷ୍ଟିତ ଅଞ୍ଚଳରେ ନିର୍ମିତ...

Advertisement
Archives

Model This Week