ଓଡ଼ିଶାକୁ ପ୍ରଥମ ଜାତୀୟ ଇ-ବିଧାନସଭା ଗୌରବ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଓଡିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ପ୍ରାପ୍ତ ହୋଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଜାତୀୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଓ ଓକାକ୍‌ର ବୈଷୟିକ ସହାୟତା କ୍ରମେ ବିଧାନସଭାରେ ଏହା କାର୍ଯ୍ୟକାରୀ ହୋଇପାରିଛି। ଜାତୀୟ ଇ-ବିଧାନ ଆପ୍ଲିକେସନ ଆପ୍‌ ମାଧ୍ୟମରେ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନରେ ରାଜ୍ୟପାଳଙ୍କ ବଜେଟ୍‌ ଅଭିଭାଷଣ ଏବଂ ବଜେଟ୍‌ ବିନା କାଗଜରେ ଉପସ୍ଥାପିତ ହୋଇଥିଲା। ଏହାବ୍ୟତୀତ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌ ଏଷ୍ଟିମେଟ୍‌, ଅର୍ଥନୈତିକ ସର୍ଭେ ମଧ୍ୟ ଇ-ପୁସ୍ତକ ମାଧ୍ୟମରେ ନେଭା ମୋବାଇଲ୍‌ ଆପ୍‌ ଦ୍ୱାରା ଉପସ୍ଥାପିତ ହୋଇଥିଲା। ବିଧାନସଭା ସଦସ୍ୟମାନଙ୍କ ତାରକା ଓ ଅଣତାରକା ଚିହ୍ନିତ ପ୍ରଶ୍ନ, ବିଧାନସଭାର ଦୈନନ୍ଦିନ କାର୍ଯ୍ୟ ବିବରଣୀ, ବିଭିନ୍ନ କମିଟି ରିପୋର୍ଟ, ପ୍ରଶ୍ନୋତ୍ତର, ବୁଲେଟିନ୍‌ ଇତ୍ୟାଦି ମଧ୍ୟ ନେଭା ଆପ୍‌ ମାଧ୍ୟମରେ ବିଧାନସଭାରେ କାର୍ଯ୍ୟକାରୀ ହେଉଛି। ଓଡ଼ିଶା ବିଧାନସଭା ଏଭଳି ସଫଳତା ଦୃଷ୍ଟିରୁ ଭାରତୀୟ କମ୍ପ୍ୟୁଟର ସୋସାଇଟି ତରଫରୁ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ବିବରଣୀ ଅବଗତ ହେବା ପାଇଁ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉକ୍ତ ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରି ବିଧାନସଭାର ସମସ୍ତ କାର୍ଯ୍ୟ ବିନା କାଗଜରେ ସୁରୁଖୁରୁରେ ସମ୍ପନ୍ନ ପାଇଁ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ୧୯୩୭ଠାରୁ ଏ ପର୍ଯ୍ୟନ୍ତ ବିଧାନସଭାରେ ଆଗତ କରାଯାଇଥିବା ସମସ୍ତ ସରକାରୀ ଓ ବେସରକାରୀ ବିଲ ବିଧାନସଭା ଓ୍ବେବସାଇଟ୍‌ରେ ଉପଲବ୍ଧ କରାଯାଇଛି। ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ପରେ ସମସ୍ତ ବିବରଣୀ ସାଧାରଣ ଜନତାଙ୍କୁ ମଧ୍ୟ ଜଣାଇବା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇ-ବିଧାନସଭା କାର୍ଯ୍ୟ ଅତ୍ୟନ୍ତ ଦକ୍ଷତାର ସହିତ ପରିଚାଳିତ ହୋଇଥିବାରୁ ଭାରତୀୟ କମ୍ପ୍ୟୁଟର ସୋସାଇଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଓଡ଼ିଶାର ଇ-ବିଧାନସଭା ପ୍ରୋଜେକ୍ଟ ରିପୋର୍ଟ ସର୍ବଭାରତୀୟ ସ୍ତରରେ ଆଦୃତ ହୋଇଛି। ହିମାଚଳ ପ୍ରଦେଶ, ପଞ୍ଜାବ, ବିହାର ସମେତ ସମସ୍ତ ବିଧାନସଭା ଏହାକୁ ପାଇଲଟ୍‌ ପ୍ରୋଜକ୍ଟ ଭାବେ ଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ସରିଲା ଡଲଫିନ୍‌ ଗଣନା

ବ୍ରହ୍ମଗିରି,୧୮।୧(ଡି.ଏନ୍‌.ଏ.): ଚିଲିକାରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଇର୍‌ୱାଡି ଡଲ୍‌ଫିନର ଗଣନା ରବିବାର କରାଯାଇଥିଲା। ବନ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ମିଳିତ ଉଦ୍ୟମରେ...

ବମିଖାଲରେ ତ୍ୱରାନ୍ବିତ ହେବ ବିଶୋଧନ, ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର,୬ା୪(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଏହି ଅଞ୍ଚଳରେ ୩ ଜଣଙ୍କଠାରେ କରୋନା ପଜେଟିିଭ ଚିହ୍ନଟ ହୋଇଥିବାବେଳେ...

ଦୁର୍ନୀତିକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର, ୨୦।୭(ସ୍ବ.ପ୍ର.): ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ବ୍ୟାପକ ଦୁର୍ନୀତି ହୋଇଛି। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି।...

ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଏଣିକି ରାଜ୍ୟର ସମସ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପିଲାଙ୍କୁ ସ୍ପୋକନ ଇଂଲିଶ ଶିକ୍ଷା ଦିଆଯିବ। ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ବୃଦ୍ଧି ସକାଶେ ସରକାରଙ୍କ ପକ୍ଷରୁ...

‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ ଭୁଆଁ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ଢାଞ୍ଚାରେ ଓଡ଼ିଶାରେ ନିର୍ମାଣ ହେବ ଏକ ବୃହତ୍‌ ଫିଲ୍ମ ସିଟି। ଫିଲ୍ମ ସିଟିରେ ଏକାଧିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ...

କାଟୁ କରୁନି କରୋନା କଟକଣା

କଟକ ଅଫିସ୍‌,୨୮ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ୨୪ତାରିଖ ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ...

ମାଟ୍ରିକ, ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି ଶେଷ: ମନ୍ତ୍ରୀ

ଭୁବନେଶ୍ୱର, ୧୩ା୨(ବ୍ୟୁରୋ):ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ...

ଟିକା ପାଇଁ ଚିଠି

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ରାଜ୍ୟରେ ଏପ୍ରିଲ୍‌ ମାସରେ ଏଯାବତ୍‌ ୯୪,୫୯୬ ସଂକ୍ରମଣ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଟିକାକରଣ ଉପରେ...

Advertisement
Archives

Model This Week