ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ରାଜ୍ୟରେ ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଜିଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଓଡ଼ିଶା ଲ୍ୟାଣ୍ଡ ରେକଡର୍‌ସ ମର୍ଡନାଇଜେଶନ ସୋସାଇଟି(ଓଏଲ୍‌ଆର୍‌ଏମ୍‌ଏସ୍‌)ର ଗଭର୍ନିଂବଡି ବୈଠକରେ ଏହି ସୂଚନା ଦିଆଯାଇଛି।

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, ଦେଶରେ ୬ଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋଟ ୭୫ ଜିଲାକୁ ପ୍ଲାଟିନମ୍‌ ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ସେଥିରୁ ଓଡ଼ିଶାର ୧୯ ଜିଲା ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ସବୁ ଜିଲାଗୁଡ଼ିକର ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣରେ କାର୍ଯ୍ୟଦକ୍ଷତା ୯୯ ପ୍ରତିଶତରୁ ଅଧିକ ରହିଛି। ଆଗାମୀ ଦିନରେ ଏହି ସବୁ ଜିଲାର ଜିଲାପାଳମାନଙ୍କୁ ନୂଆଦିଲ୍ଲୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଉତ୍ସବରେ ସମ୍ମାନିତ କରାଯିବ। ପ୍ଲାଟିନମ୍‌ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିବା ଜିଲାଗୁଡ଼ିକ ହେଲେ ଅନୁଗୋଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର। ବର୍ତ୍ତମାନ ହାଇଟେକ୍‌ ସର୍ଭେ ୫ଟି ଜିଲା ଯଥା ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ସୁବର୍ଣ୍ଣପୁରରେ କାର୍ଯ୍ୟକାରୀ ହେଉଛି। ଦେବଗଡ଼ ଜିଲାରେ ସର୍ଭେ କାର୍ଯ୍ୟ ଶେଷ ହୋଇଥିଲା ବେଳେ ସୁବର୍ଣ୍ଣପୁର ଜିଲାରେ ଏହି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ନିର୍ବାଚନ କମିଶନରଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ

ଭୁୁବନେଶ୍ୱର,୧୫।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃୟାରୀ ୧୬ରେ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ତେବେ ନିର୍ବାଚନ ସୁରୁଖୁରୁରେ ହେବା ନେଇ ଶନିବାର...

ଜେଲ୍‌ରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ଗ୍ୟାଙ୍ଗଷ୍ଟର ସକିଲଙ୍କ ଆଉ ଜଣେ ବାନ୍ଧବୀ ଗିରଫ

କଟକ ଅଫିସ, ୪ା୧: ଜେଲ୍‌ ଭିତରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଦରଘାବଜାର ପୋଲିସ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲଙ୍କ ଆଉଜଣେ ବାନ୍ଧବୀଙ୍କୁ ଶୁକ୍ରବାର ଗିରଫ...

ଦାଦାବଟି ମାଗିବା ଅଭିଯୋଗରେ ୬ ଗିରଫ: କାର, ବନ୍ଧୁକ, ଗୁଳି ଜବତ

କଟକ ଅଫିସ, ୧୪।୧୧- ଜଗତ୍‌ପୁର ଥାନା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବା ଓ ଦାଦାବଟି ମାଗିବା ଅଭିଯୋଗରେ ପୋଲିସ ଏକ ଗ୍ୟାଙ୍ଗର...

ପେଟରୁ ବାହାରିଲା ୪ କିଲୋ ଟ୍ୟୁମର

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ୬୦ ବର୍ଷୀୟ ବ୍ୟକ୍ତିଙ୍କଠାରୁ ୩୦ ସେମି ଗୋଲେଇ ବିଶିଷ୍ଟ ୪ କିଗ୍ରାର ଏକ ବଡ଼ ଟ୍ୟୁମର୍‌ ବାହାରଛି। ଏକାଧିକ ଅଙ୍ଗ ଏବଂ ଟିସ୍ୟୁ ସହିତ...

୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍‌: ମ୍ୟାଚ୍‌ ଦେଖିବା ଲାଗି ଏଲ୍‌ଇଡି ଟିଭି ବ୍ୟବସ୍ଥା

ପୁରୀ ଅଫିସ, ୧୦ା୧: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଚଳିତ ଥର ଏହାକୁ ଓଡ଼ିିଶା ଆୟୋଜନ କରୁଛି। ଏହାକୁ...

ସ୍ନାନବେଦିରେ ବିଶୃଙ୍ଖଳା ଘଟଣା: ୨ ସେବାୟତ ନିଲମ୍ବିତ

ପୁରୀ ଅଫିସ: ୨୪।୬: ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ସ୍ନାନବେଦିରେ ବିଶୃଙ୍ଖଳା ହୋଇଥିଲା। ସଂଖ୍ୟାଧିକ ସେବାୟତ ପ୍ରଶାସନର ନୀତିନିୟମ...

ଝାଡ଼ାବାନ୍ତି ସ୍ଥିତି ସମୀକ୍ଷାକଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୬ା୮(ବ୍ୟୁରୋ): ସବୁ ଗାଁରେ ପାନୀୟଜଳ ନିୟମିତ ବ୍ୟବଧାନରେ ବିଶୋଧନ କରିବା ସହ ଲୋକମାନେ ଯେପରି ଝରଣାପାଣି ନ ପିଅନ୍ତି ତା’ଉପରେ ସତର୍କ ଦୃଷ୍ଟି ରଖିବାକୁ ସମସ୍ତ...

ଶିକ୍ଷା ମାଧ୍ୟମରେ ସାମଗ୍ରିକ ଓଡ଼ିଶା ଗଠନକୁ ଗୁରୁତ୍ୱ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବ୍ରହ୍ମପୁର ଜୋନ୍‌ରେ ଥିବା ୮ ଜିଲାର ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ ଦୁଇଦିନିଆ ପ୍ରଶିକ୍ଷଣ...

Advertisement
Archives

Model This Week