ବାୟୋଟେକ୍ନୋଲୋଜିରେ ପୁଞ୍ଜିନିବେଶ ପାଇଁ ଓଡ଼ିଶାର ଆମନ୍ତ୍ରଣ

ଭୁବନେଶ୍ୱର, ୨୭।୨(ବ୍ୟୁରୋ):ହାଇଦ୍ରାବାଦରେ ଚାଲିଥିବା ଆନ୍ତର୍ଜାତିକ ‘ବାୟୋ-ଏସିଆ’ ସମ୍ମିଳନୀ ରବିବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବାୟୋଟେକ୍ନୋଲୋଜି ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ସୂଚନା ଦେଇଥିଲେ। ଏଥିସହ ସେ ରାଜ୍ୟରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ପୁଞ୍ଜି ନିବେଶ ପାଇଁ ନିବେଶକ ତଥା ଶିଳ୍ପୋଦ୍ୟୋଗୀଙ୍କୁ ଆମନ୍ତ୍ରଣ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଶିଳ୍ପ ନୀତିରେ ବାୟୋଟେକ୍ନୋଲୋଜିକୁ ଅଗ୍ରାଧିକାର ଦିଆଯାଇଥିବାବେଳେ ସରକାର ସମ୍ପୃକ୍ତ କ୍ଷେତ୍ରର ଉଦ୍ୟୋଗୀମାନଙ୍କୁ ସବୁମତେ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱର ନିକଟବର୍ତ୍ତୀ ଅନ୍ଧାରୁଆସ୍ଥିତ ବାୟୋଟେକ୍‌ ପାର୍କରେ ଭାରତ ବାୟୋଟେକ୍‌ ଟିକା ଉତ୍ପାଦନ କରିବାକୁ ଯାଉଛି। ଏଥିପାଇଁ ୫୦୦ କୋଟି ଟଙ୍କାର ପୁଞ୍ଜିବିନିଯୋଗ କରାଯାଇଥିବାବେଳେ ଏହାର ସମ୍ପ୍ରସାରଣ ପାଇଁ ଆହୁରି ୭୦୦ କୋଟି ଟଙ୍କା ନିବେଶ ନିମନ୍ତେ ପ୍ରତିଶ୍ରୁତି ମିଳିଛି। ସେହିଭଳି ରାଜ୍ୟରେ ଥିବା ବାୟୋ-ଇନ୍‌କ୍ୟୁବେଟରଙ୍କ ଦ୍ୱାରା ଏକ ବର୍ଦ୍ଧିଷ୍ଣୁ ଷ୍ଟାର୍ଟଅପ୍‌ ପରିବେଶ ସୃଷ୍ଟି ହୋଇଛି। ଓଡ଼ିଶାରେ ଆନୁଷ୍ଠାନିକ ବ୍ୟବସ୍ଥା, ଦକ୍ଷ ମାନବସମ୍ବଳ, ଉନ୍ନତ ପ୍ରାକୃତିକ ଜୈବବିବିଧତା ଓ ସ୍ବଳ୍ପ ବ୍ୟୟରେ ଉତ୍ପାଦନ କ୍ଷମତା ବୃଦ୍ଧି ପରି ସୁବିଧାଗୁଡ଼ିକ ଉପଲବ୍ଧ ହେଉଛି। ଆନ୍ତର୍ଜାତିକ ସଂସ୍ଥା ସହ ଓଡ଼ିଶାରେ ବାୟୋଟେକ୍‌ ଅଭିବୃଦ୍ଧି ନିମନ୍ତେ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହାସହିତ ଓଡ଼ିଶା ସରକାର ବାୟୋଟେକ୍‌ ପୁଞ୍ଜିନିବେଶକଙ୍କୁ ରିହାତି ସମେତ ଟିକସ ଛାଡ଼, ମୂଳଧନ ବିନିଯୋଗରେ ପ୍ରୋତ୍ସାହନ ଇତ୍ୟାଦି ଯୋଗାଇ ଦେଉଛନ୍ତି। ରାଜ୍ୟରେ ଉପଲବ୍ଧ ଜୈବସମ୍ବଳରୁ ବାୟୋଟେକ୍ନୋଲୋଜି ସହାୟତାରେ ନୂତନ ସାମଗ୍ରୀ ଉତ୍ପାଦନ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ନିମନ୍ତେ ଯୋଜନା କରୁଥିବା କଥା ମନ୍ତ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ପଣ୍ଡା ତେଲଙ୍ଗାନାର ଶିଳ୍ପ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ କେ.ଟି. ରାମାରାଓଙ୍କୁ ସାକ୍ଷାତ କରି ରାଜ୍ୟରେ ବାୟୋଟେକ୍ନୋଲୋଜି ଶିକ୍ଷା ଓ ଗବେଷଣା ବିକାଶ ଉପରେ ଆଲୋଚନା କରିଥିଲେ। ଏଥିସହ ଡ. ରେଡ୍ଡି ଲାବରେଟୋରୀର ଡ. ସତୀଶ ରେଡ୍ଡି ଓ ଫେଡେରେଶନ୍‌ ଅଫ୍‌ ଏସିଆନ୍‌ ବାୟୋଟେକ୍‌ ଆସୋସିଏଶନ୍‌ର ପ୍ରତିନିଧିଙ୍କ ସହିତ ମଧ୍ୟ ମନ୍ତ୍ରୀ ପଣ୍ଡା ମତବିନିମୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri