ବାୟୋଟେକ୍ନୋଲୋଜିରେ ପୁଞ୍ଜିନିବେଶ ପାଇଁ ଓଡ଼ିଶାର ଆମନ୍ତ୍ରଣ

ଭୁବନେଶ୍ୱର, ୨୭।୨(ବ୍ୟୁରୋ):ହାଇଦ୍ରାବାଦରେ ଚାଲିଥିବା ଆନ୍ତର୍ଜାତିକ ‘ବାୟୋ-ଏସିଆ’ ସମ୍ମିଳନୀ ରବିବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବାୟୋଟେକ୍ନୋଲୋଜି ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ସୂଚନା ଦେଇଥିଲେ। ଏଥିସହ ସେ ରାଜ୍ୟରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ପୁଞ୍ଜି ନିବେଶ ପାଇଁ ନିବେଶକ ତଥା ଶିଳ୍ପୋଦ୍ୟୋଗୀଙ୍କୁ ଆମନ୍ତ୍ରଣ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଶିଳ୍ପ ନୀତିରେ ବାୟୋଟେକ୍ନୋଲୋଜିକୁ ଅଗ୍ରାଧିକାର ଦିଆଯାଇଥିବାବେଳେ ସରକାର ସମ୍ପୃକ୍ତ କ୍ଷେତ୍ରର ଉଦ୍ୟୋଗୀମାନଙ୍କୁ ସବୁମତେ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱର ନିକଟବର୍ତ୍ତୀ ଅନ୍ଧାରୁଆସ୍ଥିତ ବାୟୋଟେକ୍‌ ପାର୍କରେ ଭାରତ ବାୟୋଟେକ୍‌ ଟିକା ଉତ୍ପାଦନ କରିବାକୁ ଯାଉଛି। ଏଥିପାଇଁ ୫୦୦ କୋଟି ଟଙ୍କାର ପୁଞ୍ଜିବିନିଯୋଗ କରାଯାଇଥିବାବେଳେ ଏହାର ସମ୍ପ୍ରସାରଣ ପାଇଁ ଆହୁରି ୭୦୦ କୋଟି ଟଙ୍କା ନିବେଶ ନିମନ୍ତେ ପ୍ରତିଶ୍ରୁତି ମିଳିଛି। ସେହିଭଳି ରାଜ୍ୟରେ ଥିବା ବାୟୋ-ଇନ୍‌କ୍ୟୁବେଟରଙ୍କ ଦ୍ୱାରା ଏକ ବର୍ଦ୍ଧିଷ୍ଣୁ ଷ୍ଟାର୍ଟଅପ୍‌ ପରିବେଶ ସୃଷ୍ଟି ହୋଇଛି। ଓଡ଼ିଶାରେ ଆନୁଷ୍ଠାନିକ ବ୍ୟବସ୍ଥା, ଦକ୍ଷ ମାନବସମ୍ବଳ, ଉନ୍ନତ ପ୍ରାକୃତିକ ଜୈବବିବିଧତା ଓ ସ୍ବଳ୍ପ ବ୍ୟୟରେ ଉତ୍ପାଦନ କ୍ଷମତା ବୃଦ୍ଧି ପରି ସୁବିଧାଗୁଡ଼ିକ ଉପଲବ୍ଧ ହେଉଛି। ଆନ୍ତର୍ଜାତିକ ସଂସ୍ଥା ସହ ଓଡ଼ିଶାରେ ବାୟୋଟେକ୍‌ ଅଭିବୃଦ୍ଧି ନିମନ୍ତେ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହାସହିତ ଓଡ଼ିଶା ସରକାର ବାୟୋଟେକ୍‌ ପୁଞ୍ଜିନିବେଶକଙ୍କୁ ରିହାତି ସମେତ ଟିକସ ଛାଡ଼, ମୂଳଧନ ବିନିଯୋଗରେ ପ୍ରୋତ୍ସାହନ ଇତ୍ୟାଦି ଯୋଗାଇ ଦେଉଛନ୍ତି। ରାଜ୍ୟରେ ଉପଲବ୍ଧ ଜୈବସମ୍ବଳରୁ ବାୟୋଟେକ୍ନୋଲୋଜି ସହାୟତାରେ ନୂତନ ସାମଗ୍ରୀ ଉତ୍ପାଦନ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ନିମନ୍ତେ ଯୋଜନା କରୁଥିବା କଥା ମନ୍ତ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ପଣ୍ଡା ତେଲଙ୍ଗାନାର ଶିଳ୍ପ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ କେ.ଟି. ରାମାରାଓଙ୍କୁ ସାକ୍ଷାତ କରି ରାଜ୍ୟରେ ବାୟୋଟେକ୍ନୋଲୋଜି ଶିକ୍ଷା ଓ ଗବେଷଣା ବିକାଶ ଉପରେ ଆଲୋଚନା କରିଥିଲେ। ଏଥିସହ ଡ. ରେଡ୍ଡି ଲାବରେଟୋରୀର ଡ. ସତୀଶ ରେଡ୍ଡି ଓ ଫେଡେରେଶନ୍‌ ଅଫ୍‌ ଏସିଆନ୍‌ ବାୟୋଟେକ୍‌ ଆସୋସିଏଶନ୍‌ର ପ୍ରତିନିଧିଙ୍କ ସହିତ ମଧ୍ୟ ମନ୍ତ୍ରୀ ପଣ୍ଡା ମତବିନିମୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri