କଳାହାଣ୍ଡିରେ ପରିବାରବାଦ ଅନ୍ୟ ନେତାଙ୍କ ବାଟ ରୋକୁଛି

ଭବାନୀପାଟଣା,୭।୪(ଉତ୍ତମ କୁମାର ଦାଶ): ରାଜନୀତିରେ ପରିବାରବାଦ, ବଂଶବାଦକୁ ନେଇ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଏପରିସ୍ଥଳେ କଳାହାଣ୍ଡି ରାଜନୀତିରେ ପରିବାରବାଦର ଚିତ୍ର ଦେଖିବାକୁ ମିଳିଛି। ଏଠାରେ ବାପ,ପୁଅ, ସ୍ତ୍ରୀ, ନାତି, ବୋହୂ, ଭାଇ ଟିକେଟ ପାଇ ରାଜନୀତି କରିଚାଲିଛନ୍ତି। କଳାହାଣ୍ଡିରେ ୧୯୫୨ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଣତନ୍ତ୍ର ପରିଷଦରୁ ଗିରିଧାରୀ ଭୋଇ ୧୯୫୨ରୁ ୧୯୬୨ ଯାଏ କଳାହାଣ୍ଡି ଏମ୍‌ପି ରହିଥିଲେ। ୧୯୬୨ରେ ରାଜ ପରିବାର ପ୍ରତାପ କେଶରୀ ଦେଓ ସ୍ବତନ୍ତ୍ର ପାର୍ଟିରୁ ନିର୍ବାଚନ ଲଢ଼ି ଏମ୍‌ପି ଭାବେ ବିଜୟୀ ହୋଇଥିଲେ। ସେ ୧୯୬୨ରୁ ୧୯୮୦ ପର୍ପ୍ୟନ୍ତ ରହିଥିଲେ। ପରବର୍ତ୍ତୀ ସମୟରେ ୧୯୮୦-୧୯୮୪ ଯାଏ ରାସ ବିହାରୀ ବେହେରା, ୧୯୮୪-୧୯୮୯ ଜଗନ୍ନାଥ ପଟ୍ଟନାୟକ, ୧୯୮୯-୧୯୯୧ ଭକ୍ତଚରଣ ଦାସ, ୧୯୯୧-୧୯୯୬ ସୁବାସ ନାୟକ, ୧୯୯୬-୧୯୯୮ ଭକ୍ତ ଚରଣ ଦାସ, ୧୯୯୮-୧୯୯୯-୨୦୦୯ ଯାଏ ରାଜ ପରିବାରର ପ୍ରତାପ କେଶରୀ ଦେଓଙ୍କ ପୁଅ ବିକ୍ରମ କେଶରୀ ଦେଓ, ୨୦୦୯-୨୦୧୪ ଭକ୍ତଚରଣ ଦାସ, ୨୦୧୪-୨୦୧୯ ରାଜ ପରିବାର ସଦସ୍ୟ ବିକ୍ରମ କେଶରୀଙ୍କ ପୁଅ ଅର୍କ କେଶରୀ ଦେଓ ଏବଂ ୨୦୧୯-୨୦୨୪ ବସନ୍ତ ପଣ୍ଡା ରହିଛନ୍ତି। କଳାହାଣ୍ଡି ଜିଲା ଇତିମଧ୍ୟରେ ୧୭ଟି ନିର୍ବାଚନ ସାମ୍ନା କରିସାରିଲାଣି। ଏହି ସବୁ ନିର୍ବାଚନରେ ୧୧ଜଣ ଏମ୍‌ପି ନିର୍ବାଚିତ କରିଛନ୍ତି। ତନ୍ମଧ୍ୟରୁ ରାଜପରିବାର ତିନି ଜଣ ସଦସ୍ୟ ବାପ-ପୁଅ-ନାତିଙ୍କ ୩୪ ବର୍ଷ ରାଜୁତି ରହିଛି। ଅନ୍ୟ ୮ଜଣଙ୍କ ପୁଅ ନାତି କିମ୍ବା ପରିବାରରୁ କେହି ନିର୍ବାଚିତ ହୋଇପାରିନାହାନ୍ତି ।

କେବଳ ଲୋକ ସଭା କ୍ଷେତ୍ରରେ ନୁହେଁ ବିଧାନସଭା କ୍ଷେତ୍ରରେ ମଧ୍ୟ ଏହି ପରିବାରର ଦୀର୍ଘ ଦିନର ରାଜୁତି ରହିଛି। ଜୁନାଗଡ଼ ବିଧାନସଭା ଆସନରେ ୧୯୫୧-୧୯୬୧ ଯାଏ ଗଣତନ୍ତ୍ର ପରିଷଦରୁ ପ୍ରତାପ କେଶରୀ ଦେଓ ବିଧାୟକ ହୋଇଥିଲେ। ସେହିପରି ୧୯୭୪ରେ ତାଙ୍କ ବଡ଼ ପୁଅ ଉଦିତ ପ୍ରତାପ ଦେଓ ସ୍ବତନ୍ତ୍ର ପାର୍ଟିରୁ ଏହି ଆସନରେ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୮୫-୨୦୦୦ ପର୍ଯ୍ୟନ୍ତ ୩ଟି ନିର୍ବାଚନ ପ୍ରତାପ କେଶରୀ ଦେଓଙ୍କ ସାନପୁଅ ବିକ୍ରମ କେଶରୀ ଦେଓ ବିଧାୟକ ହୋଇଥିଲେ। ରାଜ ପରିବାରର ଅନ୍ୟଜଣେ ସଦସ୍ୟ ପଟ୍ଟାୟତ ବୀର କିଶୋର ଦେଓ ମଧ୍ୟ ବିଧାୟକ ହୋଇଛନ୍ତି। କେବଳ କଳାହାଣ୍ଡି ରାଜପରିବାର ନୁହେଁ ଜୟପାଟଣା ସିଂ ଦେଓ (ଜମିଦାର) ପରିବାର ମଧ୍ୟ ପିଢ଼ି ପରେ ପିଢ଼ି ରାଜନୈତିକ କ୍ଷେତ୍ରରେ ଜାହିର କରିଛନ୍ତି। ୧୯୭୨-୧୯୭୭ରେ ତତ୍କାଳୀନ କୋକସରା ବିଧାନସଭା କ୍ଷେତ୍ରରେ ଏହି ପରିବାରର ଚନ୍ଦ୍ରଭାନୁ ସିଂଦେଓ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୯୫-୨୦୦୫ ଯାଏ ତାଙ୍କ ପତ୍ନୀ ରୋଶନୀ ସିଂଦେଓ ଏବଂ ୨୦୦୫-୨୦୧୯ ଯାଏଁ ତାଙ୍କ ପୁତ୍ର ପୁଷ୍ପେନ୍ଦ୍ର ସିଂହଦେଓ ବିଧାୟକ ହୋଇଥିଲେ। କଳାହାଣ୍ଡି ରାଜନୀତି ସହ ଓତପ୍ରୋତ ଜଡ଼ିତ ଥିବା ଓ କଳାହାଣ୍ଡି ରାଜନୀତିକୁ ପାଖରୁ ଦେଖିଥିବା ଅନେକ ଅଭିଜ୍ଞ ନେତା ଲୋକ ସଭା, ବିଧାନସଭା କ୍ଷେତ୍ରରେ ବାରମ୍ବାର ନିର୍ବାଚିତ ହୋଇଛନ୍ତି।

ଭୂପିନ୍ଦର ସିଂ, ରାସ ବିହାରୀ ବେହେରା, କିରଣ ସିଂ, ବୀର ସିପକା, ଜଗନ୍ନାଥ ପଟ୍ଟନାୟକ, ମହେଶ୍ୱର ବରାଡ଼, ମହେଶ୍ୱର ନାଏକ, ତ୍ରିନାଥ ସରାଫ, ଗୋବର୍ଦ୍ଧନ ଦାସ, ଧନେଶର ମାଝି ପ୍ରମୁଖ ଅନେକ ବର୍ଷୀୟାନ ନେତା ବାରମ୍ବାର ନିର୍ବାଚିତ ହୋଇଛନ୍ତି। କିନ୍ତୁ ତାଙ୍କ ପୁଅ କିମ୍ବା ତାଙ୍କ ପରିବାରର ଆଉ କାହାର ରାଜନୈତିକ ଭବିଷ୍ୟତ ନିର୍ମାଣ କରିପାରିନାହାନ୍ତି। ଅବଶ୍ୟ ଏ କ୍ଷେତ୍ରରେ ଭକ୍ତ ଦାସ ଏକ ବ୍ୟତିକ୍ରମ। ଭକ୍ତଙ୍କ ବଡ଼ଭାଇ ଅଜିତ ଦାସ ୧୯୯୦ରେ ଜନତା ଦଳରୁ ଭବାନୀପାଟଣା ଆସନରୁ ବିଧାୟକ ହୋଇଥିଲେ। ଏବେ ଭକ୍ତ ତାଙ୍କ ପୁଅ ସାଗର ଦାସଙ୍କ ରାଜନୈତିକ ଭବିଷ୍ୟତ ପାଇଁ ସଂଘର୍ଷ କରୁଛନ୍ତି। ଅବଶ୍ୟ କିଛି ନେତା ତାଙ୍କ ପୁଅ, ବୋହୂ, ସ୍ତ୍ରୀଙ୍କୁ ପଞ୍ଚାୟତ ରାଜନୀତିରେ ପ୍ରତିଷ୍ଠିତ କରିପାରିଛନ୍ତି। କିନ୍ତୁ ବିଧାୟକ କିମ୍ବା ଏମପି କରିପାରିନାହାନ୍ତି।

ନିର୍ବାଚନରେ ମଧ୍ୟ କଳାହାଣ୍ଡିରେ ଏହି ପରିବାରବାଦ ଦେଖିବାକୁ ମିଳିଛି। ପୂର୍ବତନ ଏମ୍‌ପି ଅର୍କକେଶରୀ ଦେଓଙ୍କ ସ୍ତ୍ରୀ ରାଜ ପରିବାରର ବୋହୂ ମାଲବିକା କେଶରୀ ଦେଓଙ୍କୁ ଭାଜପା କଳାହାଣ୍ଡି ଲୋକ ସଭା ଆସନ ପାଇଁ ଟିକେଟ ଦେଇଛି। କଂଗ୍ରେସ ନର୍ଲାରେ ବିଧାୟକ ପ୍ରାର୍ଥି ଭାବେ ଭକ୍ତଚରଣ ଦାସ ଓ ଭବାନୀପାଟଣା ବିଧାନସଭା କ୍ଷେତ୍ରରେ ତାଙ୍କପୁଅ ସାଗରଙ୍କୁ ପ୍ରାର୍ଥୀ କରିଛି। ସେହିପରି ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ସ୍ତ୍ରୀ ଲଳିତା ନାଏକ ଭବାନୀପାଟଣା ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥିନୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଏହାସହ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର୍‌ ମେହେରଙ୍କ ଭାଇ ମନୋଜ ମେହେର ମଧ୍ୟ ଗତଥର ଭଳି ଏଥର ଭାଜପା ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଜୁନାଗଡ଼ ବିଧାନସଭା ମଣ୍ଡଳୀରେ ପ୍ରାର୍ଥୀ ଘୋଷିତ ହୋଇଛନ୍ତି। ପରିବାରବାଦ ରାଜନୀତି ଯୋଗୁ ବର୍ଷବର୍ଷ ଧରି ଦଳୀୟ ସଙ୍ଗଠନ କରୁଥିବା ଅନ୍ୟ ନେତାଙ୍କୁ ଏମପି ଓ ବିଧାୟକ ପ୍ରାର୍ଥୀ ହେବା ପାଇଁ ସୁଯୋଗ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?